Rabies: ଅନେକ ସମୟରେ କୁକୁର ବା ବିଲେଇ ଆମ୍ପୁଡ଼ି ବା କାମୁଡ଼ି ଦେଲେ, ଆମେ ଏହାକୁ ଗଭୀରତାର ସହ ନେଇ ନଥାଉ। ଯାହା ପରବର୍ତ୍ତୀ ସମୟରେ ଅନେକ ମାରାତ୍ମକ ରୋଗର ରୂପ ନେଇଥାଏ।
ଏଥିପାଇଁ ଅନେକ ବଡ଼ ବଡ଼ ସମସ୍ୟା ମଧ୍ୟ ହୋଇଥାଏ । ବେଳେବେଳେ ମଣିଷମାନଙ୍କ ଜୀବନ ମଧ୍ୟ ପଳେଇ ଯାଇଥାଏ । ଭାରତରେ ବର୍ଷକୁ ପ୍ରାୟ ୧୦ ଲକ୍ଷ ବ୍ୟକ୍ତିଙ୍କୁ କୁକୁର ବା ବିଲେଇ କାମୁଡ଼ାର ଘଟଣା ଦେଖିବାକୁ ମିଳେ । ଯଦି ଆପଣଙ୍କୁ ମଧ୍ୟ ବିଲେଇ ବା କୁକୁର ଆମ୍ପୁଡ଼ି ଦିଏ ବା କାମୁଡ଼ି ଦିଏ ତେବେ କଣ କରିବେ ଜାଣି ରଖନ୍ତୁ । କୁକୁର ବା ବିଲେଇ କାମୁଡିବା ଦ୍ୱାରା ଜ୍ବଳାନ୍ତକ ରୋଗ ହୋଇଥାଏ ।
କାମୁଡିବା ସ୍ଥାନରେ ଯନ୍ତ୍ରଣା ହେବା ସହ ଫୋଟକା ହୋଇଯାଏ । ଥକ୍କା ଲାଗେ, ମୁଣ୍ଡ ବିନ୍ଧା ଓ ଜ୍ୱର ହୁଏ । ସଂକ୍ରମଣର ୩-୧୪ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ । କାମୁଡିବା ସ୍ଥାନରେ ସାବୁନ ଓ ପାଣିରେ ପ୍ରାୟ୧୦ ରୁ ୧୫ ମିନିଟ ଧୁଅନ୍ତୁ। ଏଭଳି କରିବା ଦ୍ଵାରା ୪୦ ପ୍ରତିଶତ ସଂକ୍ରମଣ କମିବାର ସମ୍ଭାବନା ରହିଥାଏ।
ଅନେକ କ୍ଷେତ୍ରରେ ଡାକ୍ତରୀ ଚିକିତ୍ସା ଅବହେଳା ଫଳରୁ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ । ତେଣୁ ଅବହେଳା ନ କରି ଡାକ୍ତର ପାଖକୁ ଯାଆନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଟୀକା ନିଅନ୍ତୁ। ଯଦି ଆପଣ ଘରେ କୁକୁର ବା ବିଲେଇ ରଖିଛନ୍ତି ତେବେ ସେମାନଙ୍କୁ ମଧ୍ୟ ଟୀକା ଦିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।
ALSO READ: https://purvapaksa.com/how-mental-health-affects-the-largest-organ-of-the-body/