Migraineସାଧାରଣ ଥଣ୍ଡା ପରି ଏହା ଏକ ସାଧାରଣ ବିକାର।
ମୁଣ୍ଡବ୍ୟଥା ଦ୍ୱାରା ଶରୀର ଆମକୁ ସୂଚନା ଦିଏ ଯେ ସବୁ ଠିକଠାକ୍ ଚାଲୁନି, କିଛି ଅସୁବିଧା ରହିଛି ଶରୀର ଭିତରେ। କେତେଗୁଡିଏ ଜଣାଶୁଣା କାରଣ ହେଲା- ଦୃଷ୍ଟିଶକ୍ତିରେ ଦୋଷ, ସାଇନସ୍ ପ୍ରଦାହ, ଅନିଦ୍ରା, ଭୂତାଣୁ ସଂକ୍ରମଣ, ହାଇ ବ୍ଲଡ୍ ପ୍ରେସର, ଅଜୀର୍ଣ୍ଣ, ମଳବଦ୍ଧତା, ମସ୍ତଷ୍ଟରେ ଟ୍ୟୁମର, କ୍ଳାନ୍ତତା, ଭାବନାଗତ ଉତ୍ତେଜନା, ଅଧିକ ଭ୍ରମଣ, ନିମ୍ନ ବ୍ଲଡ ସୁଗାର ଇତ୍ୟାଦି ।
ମୁଣ୍ଡବ୍ୟଥା ଭଳି ବାରମ୍ବାର ତୀବ୍ର ଅଧାକପାଳ ମୁଣ୍ଡବିନ୍ଧାକୁ କହନ୍ତି ମାଇଗ୍ରେନ୍ । ମାନସିକ ଉଦବେଗ, ଚିଜ୍, ଚକୋଲେଟ୍, ଭକ୍ଷଣ, ଗର୍ଭନିରୋଧକ ବଟିକା ସେବନ, ଅତ୍ୟନ୍ତ ଉଜ୍ଜ୍ୱଳ ଆଲୋକ । ପାଟନ ପ୍ରଣାଳୀ ଓ ଯକୃତ ଅବ୍ୟବସ୍ଥା ଏହାର ମୁଖ୍ୟ କାରଣ ।
ମାଇଗ୍ରେନ୍ କ’ଣ:
ମାଇଗ୍ରେନ୍ ହେଉଛି ଏକ ପ୍ରକାର ମୁଣ୍ଡବିନ୍ଧା, ଯାହା ସାଧାରଣତଃ ମୁଣ୍ଡର ଅଧା ଅଂଶରେ ଦେଖାଯାଏ । ଏହା ମସ୍ତିଷ୍କରେ ସ୍ନାୟୁ ପ୍ରଣାଳୀର ବ୍ୟାଘାତ ହେତୁ ହୋଇପାରେ । ଏହି ରୋଗରେ, ମୁଣ୍ଡରେ ଅନେକ ସମୟରେ ସାମାନ୍ୟ ଏବଂ ପ୍ରବଳ ଯନ୍ତ୍ରଣା ହୁଏ। କିନ୍ତୁ ଏହା ଏକ ସାଧାରଣ ମୁଣ୍ଡବିନ୍ଧାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଏହି ଯନ୍ତ୍ରଣା ଯେକୌଣସି ସମୟରେ ହୋଇପାରେ, ଯାହାକୁ ସହ୍ୟ କରିବା ଅତ୍ୟନ୍ତ କଷ୍ଟକର । ଏହା ଏକ ସାଧାରଣ ସ୍ୱାସ୍ଥ୍ୟ ବ୍ୟାଧି, ପ୍ରାୟ ୫ ଜଣ ମହିଳାଙ୍କ ମଧ୍ୟରୁ ୧ ଜଣ ଏବଂ ୧୫ଜଣ ପୁରୁଷଙ୍କ ଉପରେ ପ୍ରଭାବ ପକାଇଥାଏ । ମାଇଗ୍ରେନରେ ମୁଣ୍ଡବିନ୍ଧାର ଅବଧି କିଛି ଘଣ୍ଟାରୁ ଅନେକ ଦିନ ପର୍ଯ୍ୟନ୍ତ ହୋଇପାରେ।
ଏହାର ଉପଚାର:
ପେଟସଫା ପାଇଁ ଉଷୁମ ପାଣିରେ ଏନିମୋ ନେଇପାରିବେ, ମଳବଦ୍ଧତା ସମ୍ପର୍କିତ ଜୀବନଚର୍ଯ୍ୟା ପାଳନ କରିବେ ।
ଅଜୀର୍ଣ୍ଣ ହେବାକୁ ଦେବେନାହିଁ, ସୂର୍ଯ୍ୟାସ୍ତ ପୂର୍ବରୁ ସାନ୍ଧ୍ୟ ଭୋଜନ ସମାପ୍ତ କରିବେ, ପେଟ ଭାରୀ ହେଲେ ମୁଣ୍ଡ ଭାରୀ ହୁଏ
ପ୍ରଚୁର ପରିମାଣରେ ଉଷ୍ମ ଜଳପାନ, ବେକରେ ଉଷୁମ ପାଣିପଟି ଦେଇପାରିବେ
ଗରିଷ୍ଠ ଭୋଜନ, ଚକୋଲେଟ, ଦୁଗ୍ଧଜାତ ଦ୍ରବ୍ୟ, ସାଇଟ୍ରସ ଫଳ, ଚିନି, ଚା, କଫି ବର୍ଜନ
ଶୋଇବା ପୂର୍ବରୁ ଏକ ଚାମଚ ତ୍ରିଫଳା ପାଉଡର ଏକ କପ୍ ଉଷୁମ କ୍ଷୀର ସହ ଖାଇପାରିବେ
ପ୍ରାତଃ ଭୋଜନରେ ଫଳାହାର, ମଧ୍ୟାହ୍ଣରେ ଅକାଣ୍ଡିଆ ଚାଉଳ ଭାତ ବା ଚୋକଡ ରୁଟି ସହ ସିଝା ତରକାରୀ, ବଟର୍ ମିଲ୍କ, ସଧ୍ୟାରେ କାକୁଡି, ଗାଜର, ବିଟ୍ ବିଲାତି ସାଲାଡ୍ , ସେଓ ଓ ସିଝା ପରିବା
ତୁଳସୀ ମଞ୍ଜିକୁ ଛାଇରେ ଶୁଖାଇ, ଗୁଣ୍ଡ କରି ମହୁ ସହ ଖାଇପାରିବେ
ମନ ସଫା ରଖିବା, ଉଦବେଗ, ଉତ୍ତେଜନାରୁ ଦୂରରେ ରହିବା, ପ୍ରଚୁର ବିଶ୍ରାମ ନେବା
ଆକ୍ୟୁପ୍ରେସର, ପ୍ରାତଃ ଭ୍ରମଣ, ପଶ୍ଚିମୋତ୍ତାନାସନ, ଦଳାସନ, ସର୍ବାଙ୍ଗାସନ, ଶୀର୍ଷାସନ, ପ୍ରାଣାୟାମ୍ ଓ ଶିବାସନ, ଧ୍ୟାନ
ଲେମ୍ବୁ, ଅଳେଇଚ,ଡାଲଚିନି, ଗୋଲାପର ସୁଗନ୍ଧ ନେଇପାରିବେ
ALSO READ: https://purvapaksa.com/milk-vs-beer/
କ୍ଷୀର ନୁହେଁ ସ୍ୱାସ୍ଥ୍ୟ ପାଇଁ ଭଲ ବିଅର୍, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ