ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗର୍ଭବତୀ ମହିଳାମାନଙ୍କୁ ଟାଇଲେନଲ୍ (ପ୍ୟାରାସିଟାମଲ୍) ଖାଇବାରୁ ବଚେବାର ପରାମର୍ଶ ଦେଇଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ ଏହି ଔଷଧ ଯୋଗୁଁ ଶିଶୁମାନଙ୍କରେ ଅଟିଜମର ବିପଦ ବଢ଼ିପାରେ। କିନ୍ତୁ ଏହି ଔଷଧ ଅଟିଜମର କାରଣ ହୁଏ କି? ଏ ବିଷୟରେ ବିଶେଷଜ୍ଞ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ।
ଟାଇଲେନଲ୍, ପାରାସିଟାମଲ୍ର ବ୍ରାଣ୍ଡ ନାମ ଅଟେ, ଯାହା ଏକ ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ଓଭର-ଦ-କାଉଣ୍ଟର ଔଷଧ, ଯାହା ଯନ୍ତ୍ରଣା ନିବାରକ ଏବଂ ଜ୍ୱର ହ୍ରାସ କରୁଥିବା ଔଷଧ ଭାବେ କାର୍ଯ୍ୟ କରେ। ପାରାସିଟାମଲର ବ୍ୟବହାର ସାଧାରଣତଃ ମୁଣ୍ଡବିନ୍ଧା, ଶରିର ବିନ୍ଧା, ଦାନ୍ତ ବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ମାସିକ ଧର୍ମ ପୂର୍ବରୁ ଏବଂ ମାସିକ ଧର୍ମ ସମୟରେ ହେଉଥିବା କ୍ରାମ୍ପର ଚିକିତ୍ସା ପାଇଁ କରାଯାଏ। ଏହାର ବ୍ୟବହାର ଜ୍ୱରକୁ ଅସ୍ଥାୟୀ ଭାବେ ହ୍ରାସ କରିବା ପାଇଁ ମଧ୍ୟ କରାଯାଏ।
ପାରାସିଟାମଲ କ’ଣ ଅଟିଜମର କାରଣ?
ଡବ୍ଲ୍ୟୁଏଚଓର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଏବଂ ଜଣାଶୁଣା ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସୌମ୍ୟା ସ୍ୱାମୀନାଥନ ସ୍ପଷ୍ଟ କହିଛନ୍ତି ଯେ ପାରାସିଟାମଲ୍ ଏକ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଔଷଧ। ସେ କହିଛନ୍ତି ଯେ “ଏ ପର୍ଯ୍ୟନ୍ତ ଏପରି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଯାହା ପ୍ୟାରାସିଟାମଲ୍ ଓ ଅଟିଜମ ମଧ୍ୟରେ କୌଣସି ସମ୍ପର୍କକୁ ପ୍ରମାଣ କରେ।” ପାରାସିଟାମଲ୍ ନିର୍ମାଣ କରୁଥିବା କମ୍ପାନୀ ଏବଂ ଆନ୍ତର୍ଜାତୀୟ ଚିକିତ୍ସା ସଂଗଠନଗୁଡ଼ିକ କହୁଛନ୍ତି ଯେ ପାରାସିଟାମଲ୍ ଗର୍ଭବତୀ ଏବଂ ସ୍ତନ୍ୟପାନ କରୁଥିବା ମହିଳାମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ, କିନ୍ତୁ ଏହାକୁ ଡକ୍ଟରଙ୍କ ପରାମର୍ଶ ଅନୁଯାୟୀ ହିଁ ନେବା ଉଚିତ।
ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ଅରୁଣ ଶାହ କହିଛନ୍ତି ଯେ ପାରାସିଟାମଲ୍ ସବୁଠାରୁ ସୁରକ୍ଷିତ ଔଷଧଗୁଡ଼ିକ ମଧ୍ୟରୁ ଗୋଟିଏ। ମହିଳା ରୋଗ ଏବଂ ପ୍ରସୂତି ସଂଘ (ଏଫଆଇଜିଓ) ଏହାର ବ୍ୟବହାରର ସୁପାରିଶ କରେ। ଏହି ଔଷଧକୁ ଡକ୍ଟରଙ୍କ ପରାମର୍ଶରେ ନେବା ଯୋଗୁଁ କୌଣସି ଅସୁବିଧା ନାହିଁ। ଜାମା ଜର୍ନାଲରେ ପ୍ରକାଶିତ ଗବେଷଣାରେ ମଧ୍ୟ ଏହି ଔଷଧକୁ ସୁରକ୍ଷିତ କୁହାଯାଇଛି।
ପାରାସିଟାମଲ୍ କାହିଁକି ଭରସାଯୋଗ୍ୟ ଔଷଧ
* ଡକ୍ଟର ସ୍ୱାମୀନାଥନ କହିଛନ୍ତି ଯେ ପାରାସିଟାମଲ୍ ବ୍ୟବହାର ବର୍ଷ ବର୍ଷ ଧରି ଜ୍ୱର ଓ ଯନ୍ତ୍ରଣା ହ୍ରାସ କରିବା ପାଇଁ କରାଯାଉଛି ଏବଂ ଏହା ବିଶ୍ୱବ୍ୟାପୀ ସବୁଠାରୁ ଅଧିକ ଦିଆଯାଉଥିବା ଔଷଧଗୁଡ଼ିକ ମଧ୍ୟରେ ସାମିଲ। ଏହି ଔଷଧ ସମ୍ପୂର୍ଣ୍ଣ ସୁରକ୍ଷିତ।
* ସେ ସତର୍କ ମଧ୍ୟ କରିଛନ୍ତି ଯେ କୌଣସି ଔଷଧର,ତେଣିକି ତାହା ପାରାସିଟାମଲ୍ ହେଉ ନା କାହିଁକି ଲମ୍ବ ସମୟ ଧରି ଓ ଅଧିକ ପରିମାଣରେ ବ୍ୟବହାର କ୍ଷତି ପହଞ୍ଚାଇପାରେ, ଯେପରି କିଡନୀରେ ପ୍ରଭାବ ପକାଇବା। କିନ୍ତୁ ସାଧାରଣ ଓ ଆବଶ୍ୟକ ବ୍ୟବହାରରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ।
ଟ୍ରମ୍ପଙ୍କ ବୟାନ
ଟ୍ରମ୍ପ ନିଜ ବୟାନରେ ଗର୍ଭବତୀ ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ଟାଇଲେନଲ୍ରୁ ବଚନ୍ତୁ ଏବଂ ଦାବି କରିଛନ୍ତି ଯେ ଏହା ଯୋଗୁଁ ଶିଶୁମାନଙ୍କଠାରେ ଅଟିଜମର ବିପଦ ବଢ଼ିପାରେ। କିନ୍ତୁ ସେ କୌଣସି ଦୃଢ଼ ବୈଜ୍ଞାନିକ ଡାଟା କିମ୍ବା ଚିକିତ୍ସା ଅଧ୍ୟୟନ ଉପସ୍ଥାପନ କରିନାହାଁ। ସେ କେବଳ ଏତିକି କହିଛନ୍ତି ଯେ “ଯଦି ମହିଳାମାନେ ଏହା ନ ନେବେ, ତେବେ କୌଣସି କ୍ଷତି ନାହିଁ, କେବଳ ଥଣ୍ଡା ଯନ୍ତ୍ରଣା ମାତ୍ର ସହ୍ୟ କରିବାକୁ ପଡ଼ିବ।”
କମ୍ପାନୀ ଖଣ୍ଡନ କରିଛି
ଟାଇଲେନଲ୍ ନିର୍ମାଣ କରୁଥିବା କମ୍ପାନୀ ମଧ୍ୟ ଟ୍ରମ୍ପଙ୍କ କଥାକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ “ଏ ପର୍ଯ୍ୟନ୍ତ ସମସ୍ତ ଗବେଷଣା ଓ ବୈଜ୍ଞାନିକ ତଥ୍ୟ କହୁଛି ଯେ ପାରାସିଟାମଲ୍ ଓ ଅଟିଜମ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ନାହିଁ।”
ALSO READ https://purvapaksa.com/who-will-compensate-the-party-for-the-losses-caused-by-manmmatha/
