Weather Update: ମାର୍ଚ୍ଚରୁ ଗରମରେ କଲବଲ କରିବେ ରାଜ୍ୟବାସୀ । ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ସମସ୍ତ ରେକର୍ଡ ଭାଙ୍ଗିବ ତାତି।
ଏଥର ମାର୍ଚ୍ଚରୁ ଆରମ୍ଭ ହୋଇଯିବ ଗ୍ରୀଷ୍ମ ଲହରୀ । ଯାହାର ସୂଚନା ଜାରି କରିଛି ପାଣିପାଗ ବିଭାଗ । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବା ସହ ପ୍ରବଳ ଗରମରେ କଲବଲ କରିବେ ରାଜ୍ୟବାସୀ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସୂଚନା ଅନୁଯାୟୀ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ଏବେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି । କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି। ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପାଣିପାଗ ଏ ବର୍ଷ ପୁଣି ଉତ୍ତପ୍ତ ରହିବ । ରାଜ୍ୟ ସାରା ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ । ପଶ୍ଚିମ ଓଡ଼ିଶାରେ ଏ ପ୍ରକୋପ ବେଶି ହେବ । ରାତିବେଳା ବି ଗରମରୁ ନିସ୍ତାର ମିଳିବନି । ଗ୍ରୀଷ୍ମ ପ୍ରବାହ ଏ ବର୍ଷ ବି କଲବଲ କରିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଲମ୍ବା ଓ ସାଂଘାତିକ ଗ୍ରୀଷ୍ମ ଲହରୀରେ ଛଟପଟ କରିବେ ରାଜ୍ୟବାସୀ ।
ଅନ୍ୟପଟେ ୨୦୨୫ରେ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ଆସିବା ସହ ସ୍ଥିତି ଗତବର୍ଷ ତୁଳନାରେ ଅପେକ୍ଷାକୃତ ଭଲ ରହିବା ନେଇ ଆଶା କରାଯାଇଥିଲା । ମାତ୍ର ଏବେ ଆଇଏମଡିର ଆକଳନ ପୁଣି ଥିରେ ଖରାକୁ ନେଇ ଭୟ ସୃଷ୍ଟି କରିଛି । ଆଜିଠୁ ରାଜ୍ୟରେ ବଢିବ ତାତି। ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ ସର୍ବନିମ୍ନ ତାପମାତ୍ରା । ୫ଦିନ ଯାଏ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ ।
ALSO READ: https://purvapaksa.com/chemotherapy-will-be-available-in-every-district-treatment/