ମହିଷାସୁରର ପିତା ରମ୍ଭ ଅସୁରମାନଙ୍କର (ରାକ୍ଷସମାନଙ୍କର) ରାଜା ଥିଲେ। ଅସୁରମାନଙ୍କୁ ଦେବତାମାନଙ୍କର ଚିରନ୍ତନ ଶତ୍ରୁ ବୋଲି ବିବେଚନା କରାଯାଏ। ‘ମହିଷାସୁର’ ଏକ ସଂସ୍କୃତ ଶବ୍ଦ ଯାହା ‘ମହିଷ’ ଅର୍ଥାତ୍ ମଇଁଷି ଏବଂ ‘ଅସୁର’ ଅର୍ଥାତ୍ ଦୈତ୍ୟ-ଦେବତାରୁ ମିଶି ଗଠିତ। ହିନ୍ଦୁ ପୁରାଣ ଅନୁସାରେ, ମହିଷାସୁର ତାହାର ଅସୀମ ଶକ୍ତି ବଳରେ ତିନି ଲୋକରେ ଉତ୍ପାତ ମଚାଇବାକୁ ଲାଗିଲା। ତା’ର ଅନ୍ତ ପାଇଁ ଦେବତାମାନଙ୍କର ତେଜରୁ ମା’ ଦୁର୍ଗାଙ୍କର ଜନ୍ମ ହେଲା, ଯିଏ ମହିଷାସୁରର ସଂହାର କଲେ। କିନ୍ତୁ ଏହା ମହିଷାସୁରର କାହାଣୀର କେବଳ ଏକ ଅଂଶ। ଦେଶର ଅନେକ ଅଞ୍ଚଳରେ ଏପରି ସ୍ଥାନ ଅଛି, ଯେଉଁଠାରେ ମହିଷାସୁରର ପୂଜା ହୁଏ। କିଛି ଜନଜାତି ତାଙ୍କୁ ନିଜର ପୂର୍ବଜ ବୋଲି ମାନନ୍ତି। କିଛି ଅଞ୍ଚଳରେ ମହିଷାସୁରକୁ ଦଳିତ ବୋଲି ମନାଯାଏ। ତେବେ ସତରେ ମହିଷାସୁର କିଏ? କ’ଣ ରହିଛି ମହିଷାସୁର କାହାଣୀର ସତ୍ୟତା ?
ମହିଷାସୁର କିଏ ଥିଲେ?
ଏହା କୁହାଯାଏ ଯେ ଅସୁର ରମ୍ଭଙ୍କୁ ଗୋଟିଏ ମହିଷୀ ଅର୍ଥାତ୍ ମଇଁଷି ପ୍ରେମରେ ପଡ଼ିଥିଲା । କିନ୍ତୁ ପ୍ରକୃତରେ ସେହି ମଇଁଷି,ଜଣେ ଶାପଗ୍ରସ୍ତ ରାଜକୁମାରୀ ଥିଲେ, ଯାହାଙ୍କ ନାମ ଶ୍ୟାମଳା। ଅନ୍ତତଃ ମହିଷାସୁରର ଜନ୍ମ ହେଲା ଏବଂ ଏହି ଅପାରମ୍ପରିକ ମିଳନର ଫଳସ୍ୱରୂପ ସେ ନିଜ ଇଚ୍ଛାନୁସାରେ ମଣିଷ କିମ୍ବା ମଇଁଷି ରୂପ ନେଇପାରୁଥିଲେ। ଯେମିତି କିମ୍ବଦନ୍ତୀ ଆଗକୁ ବଢ଼ୁଛି, ମଇଁଷି ରାକ୍ଷସ ରାଜା ମହିଷାସୁର ତାହାର ଛଳନା କୌଶଳ ଓ ଅପାର ପରାକ୍ରମ ହେତୁ ଶୀଘ୍ର ତିନି ଲୋକରେ ତ୍ରାହି ତ୍ରାହି ମଚାଇଲା ।
ବ୍ରହ୍ମାଙ୍କଠାରୁ ମିଳିଲା ଅମରତାର ବରଦାନ
ସେ ଭଗବାନ ବ୍ରହ୍ମାଙ୍କର ପରମ ଉପାସକ ଥିଲେ, ଯାହାଙ୍କୁ ହିନ୍ଦୁ ଧର୍ମରେ ‘ସୃଷ୍ଟିକର୍ତ୍ତା ଭଗବାନ’ ବୋଲି ମନାଯାଏ। ୧୦,୦୦୦ ବର୍ଷର ତପସ୍ୟା ପରେ ବ୍ରହ୍ମା ଅନ୍ତତଃ ପ୍ରସନ୍ନ ହେଲେ ଓ ମହିଷାସୁରଙ୍କୁ ଏକ ବରଦାନ ଦେଲେ। ଅଧିକ ଶକ୍ତି, ଆଧିପତ୍ୟ ଓ ପ୍ରଭୁତ୍ୱର ଭୋକ ଥିବା ମହିଷାସୁର ଅମରତା ମାଗିଲେ। ଯେତେବେଳେ ବ୍ରହ୍ମା ଏପରି ଅସମ୍ଭବ ଇଚ୍ଛା ପୂରଣ କରିବାକୁ ମନା କରିଦେଲେ, ସେତେବେଳେ ମହିଷାସୁର ଜଣେ ସ୍ତ୍ରୀ ହିଁ ତାହାର ବଧ କରିପାରିବେ ବୋଲି ବର ମାଗିଲା । ଏହି ବିଶ୍ୱାସରେ ଯେ କୌଣସି ସ୍ତ୍ରୀ ତାକୁ ମାରିପାରିବ ନାହିଁ । ବ୍ରହ୍ମା ତଥାସ୍ତୁ କହି ଚାଲି ଯାଇଥିଲେ ।
ବରଦାନ ପାଇ ହେଲେ ଅତ୍ୟାଚାରୀ
ବ୍ରହ୍ମାଙ୍କର ବରଦାନ ପାଇ ମହିଷାସୁର ଅତ୍ୟାଚାରୀ ହୋଇଗଲା। ସେ ଦେବଲୋକରେ ଉତ୍ପାତ ମଚାଇବାକୁ ଲାଗିଲେ। ସେ ଇନ୍ଦ୍ରଦେବଙ୍କୁ ପରାସ୍ତ କରି ସ୍ୱର୍ଗ ଉପରେ କବଜା ଜମାଇଲେ। ବ୍ରହ୍ମା, ବିଷ୍ଣୁ, ମହେଶ ସମେତ ସମସ୍ତ ଦେବତା ଚିନ୍ତିତ ହୋଇପଡ଼ିଲେ। ମହିଷାସୁରର ସଂହାର ପାଇଁ ସମସ୍ତ ଦେବତାଙ୍କ ତେଜରୁ ମା’ ଦୁର୍ଗାଙ୍କର ଜନ୍ମ ହେଲା। ସମସ୍ତ ଦେବତା ମା’ ଦୁର୍ଗାଙ୍କୁ ନିଜର ଅସ୍ତ୍ର-ଶସ୍ତ୍ର ଦେଲେ। ଭଗବାନ ଶିବ ନିଜର ତ୍ରିଶୂଳ, ଭଗବାନ ବିଷ୍ଣୁ ନିଜର ଚକ୍ର, ଇନ୍ଦ୍ର ନିଜର ବଜ୍ର ଓ ଘଣ୍ଟା ଦେଲେ। ସେହିପରି ସମସ୍ତ ଦେବତାଙ୍କ ଅସ୍ତ୍ର-ଶସ୍ତ୍ରରେ ସୁସଜ୍ଜିତ ହୋଇ ମା’ ଦୁର୍ଗା ସିଂହ ଉପରେ ଚଢ଼ି ମହିଷାସୁରର ସଂହାର ପାଇଁ ବାହାରିଲେ। ମହିଷାସୁର ଓ ତାହାର ସେନା ସହ ଦେବୀ ଦୁର୍ଗାଙ୍କର ଭୟଙ୍କର ଯୁଦ୍ଧ ହେଲା। ଦେବୀ ଦୁର୍ଗା ମହିଷାସୁରର ବଧ କରି ଦେବତାମାନଙ୍କୁ ତା’ର ଅତ୍ୟାଚାରରୁ ମୁକ୍ତି ଦେଲେ। ମହିଷାସୁରର ବଧ ହେତୁ ମା’ଦୁର୍ଗା ମହିଷାସୁର ମର୍ଦିନୀ ନାମରେ ପ୍ରସିଦ୍ଧ ହେଲେ।
ଆଦିବାସୀ କାହିଁକି ତାଙ୍କୁ ପୂର୍ବଜ ମାନନ୍ତି?
ମହିଷାସୁରକୁ କିଛି ଆଦିବାସୀ ଓ ଦଳିତ ନିଜର ଭଗବାନ ଓ ପୂର୍ବଜ ବୋଲି ମାନନ୍ତି। ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର କିଛି ଆଦିବାସୀ ଅଞ୍ଚଳରେ ମହିଷାସୁରର ପୂଜା ହୁଏ। ସେମାନେ କୁହନ୍ତି ଯେ ଦେବୀ ଦୁର୍ଗା ଛଳ କରି ତା’ର ବଧ କରିଥିଲେ। ମହିଷାସୁର ସେମାନଙ୍କର ପୂର୍ବଜ ଥିଲେ ଏବଂ ଦେବତାମାନେ ଅସୁରମାନଙ୍କର ନୁହେଁ ବରଂ ସେମାନଙ୍କ ପୂର୍ବଜମାନଙ୍କର ସଂହାର କରିଥିଲେ। ଝାଡ଼ଖଣ୍ଡର ଗୁମଲାରେ ଅସୁର ନାମକ ଏକ ଜନଜାତି ବାସ କରନ୍ତି। ଏହି ଲୋକମାନେ ମହିଷାସୁରକୁ ନିଜର ପୂର୍ବଜ ମାନନ୍ତି। ଝାଡ଼ଖଣ୍ଡର ସିଂହଭୂମ ଅଞ୍ଚଳର କିଛି ଜନଜାତି ମଧ୍ୟ ମହିଷାସୁରକୁ ନିଜର ପୂର୍ବଜ ମାନନ୍ତି। ଏହି ଅଞ୍ଚଳରେ ନବରାତ୍ରି ସମୟରେ ମହିଷାସୁରର ଶହୀଦ ଦିବସ ପାଳନ କରାଯାଏ। ବଙ୍ଗଳାର କାଶୀପୁର ଅଞ୍ଚଳରେ ମଧ୍ୟ ଆଦିବାସୀ ସମୁଦାୟର ଲୋକମାନେ ମହିଷାସୁରର ଶହୀଦ ଦିବସକୁ ଧୁମଧାମରେ ପାଳନ କରନ୍ତି।
ଏହି ଜନଜାତି ଶୋକ ପାଳନ କରେ
ଅନେକ ସ୍ଥାନରେ ମହିଷାସୁରକୁ ରାଜା ମଧ୍ୟ ମନାଯାଏ। ଅସୁର ଜନଜାତିର ଲୋକମାନେ ନବରାତ୍ରି ସମୟରେ ଦଶ ଦିନ ଧରି ଶୋକ ପାଳନ କରନ୍ତି। ଏହି ସମୟରେ କୌଣସି ପ୍ରକାରର ରୀତିନୀତି କିମ୍ବା ପରମ୍ପରାର ପାଳନ ହୁଏ ନାହିଁ। ଆଦିବାସୀ ସମୁଦାୟର ଲୋକମାନେ କୁହନ୍ତି ଯେ ଯେଉଁ ରାତିରେ ମହିଷାସୁରର ବଧ ହୋଇଥିଲା, ସେହି ରାତିରେ ବିଶେଷ ସତର୍କତା ଅବଲମ୍ବନ କରାଯାଏ। କିଛି ଆଦିବାସୀ ମାନନ୍ତି ଯେ ମହିଷାସୁରର ଆସଲି ନାମ ହୁଡୁର ଦୁର୍ଗା ଥିଲା। ସେ ଜଣେ ବୀର ଯୋଦ୍ଧା ଥିଲେ। ମହିଷାସୁର ମହିଳାଙ୍କ ଉପରେ ଅସ୍ତ୍ର ଉଠାଉ ନଥିଲେ। ତେଣୁ ଦେବୀ ଦୁର୍ଗାଙ୍କୁ ଆଗରେ ରଖି ତାଙ୍କୁ ଛଳ କରି ହତ୍ୟା କରାଗଲା। ଆଦିବାସୀମାନେ ଆଜି ମଧ୍ୟ ମହିଷାସୁରର କାହାଣୀକୁ ନିଜ ପିଲାମାନଙ୍କୁ ଶୁଣାନ୍ତି।
ଆଦିବାସୀ ମିଥ୍ରେ କାହାଣୀ କ’ଣ?
ମହିଷାସୁରକୁ ଆଦିବାସୀ କିମ୍ବା ଦଳିତ ବୋଲି କହୁଥିବା ସମୁଦାୟ ଅନୁସାରେ, ଏହା ଆର୍ଯ୍ୟ ଓ ଅନାର୍ଯ୍ୟଙ୍କ ମଧ୍ୟରେ ଲଢ଼େଇର କାହାଣୀ। ଏହି କାହାଣୀ ଅନୁସାରେ, ପ୍ରାୟ ତିନି ହଜାର ବର୍ଷ ପୂର୍ବେ ମହିଷାସୁର ଅନାର୍ଯ୍ୟଙ୍କର ରାଜା ଥିଲେ। ସେହି ସମୟରେ ଅନାର୍ଯ୍ୟମାନେ ମଇଁଷିମାନଙ୍କର ପୂଜା କରୁଥିଲେ। ମହିଷାସୁରଙ୍କ ପାଖରେ ଅସୀମ ଶକ୍ତି ଥିଲା। ସେ ନିଜର ଶକ୍ତି ବଳରେ ଅନେକ ଆର୍ଯ୍ୟ ରାଜାଙ୍କୁ ପରାସ୍ତ କରିଥିଲେ। ଉତ୍ତର ଆର୍ଯ୍ୟାବର୍ତରେ ମହିଷାସୁରର ଖ୍ୟାତି ଥିଲା। ସେହି ସମୟରେ ଉତ୍ତର ଆର୍ଯ୍ୟାବର୍ତର ଏକ ଅଂଶରେ ଜଣେ ରାଣୀ ଶାସନ ସମ୍ଭାଳିଥିଲେ। ଯେଉଁ ଆର୍ଯ୍ୟ ରାଜାମାନେ ମହିଷାସୁରଙ୍କଠାରୁ ହାରିଥିଲେ, ସେମାନେ ସମସ୍ତେ ମିଶି ସେହି ରାଣୀଙ୍କୁ ମହିଷାସୁର ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରାର୍ଥନା କଲେ।
ସିଂହ ମହିଷାସୁରର ଅନ୍ତ
ରାଣୀ ଯୁଦ୍ଧ ପାଇଁ ବିଭିନ୍ନ ଅସ୍ତ୍ର-ଶସ୍ତ୍ରରେ ସୁସଜ୍ଜିତ ଶକ୍ତିଶାଳୀ ସେନା ଗଠନ କଲେ। ଅନ୍ୟପକ୍ଷରେ ମହିଷାସୁରଙ୍କ ପାଖରେ ସୈନିକ ସଂଖ୍ୟା କମ ପଡ଼ିଗଲା। ମହିଷାସୁରକୁ ଲାଗୁଥିଲା ଯେ ସେ ଜଣେ ରାଣୀଙ୍କଠାରୁ ହାରିବେ ନାହିଁ। ତଥାପି ସେ ରାଣୀଙ୍କ ପାଖକୁ ଆଲୋଚନା ପାଇଁ ନିଜର ଦୂତ ପଠାଇଥିଲା। ରାଣୀ ଦୂତଙ୍କୁ ବିନା ଆଲୋଚନାରେ ଫେରାଇ ଦେଲେ। କିନ୍ତୁ ମହିଷାସୁର ବାରମ୍ବାର ଆଲୋଚନା ପାଇଁ ଦୂତ ପଠାଉଥିଲା। ଶେଷରେ ରାଣୀ ନିଜର ବିଶାଳ ସେନା ସହ ମହିଷାସୁର ଉପରେ ଆକ୍ରମଣ କଲେ। ମହିଷାସୁରଙ୍କ ପାଖରେ ମଧ୍ୟ ଶକ୍ତିଶାଳୀ ସେନା ଥିଲା। ମହିଷାସୁରଙ୍କୁ ଲାଗୁଥିଲା ଯେ ସେ ଜିତିବେ। କିନ୍ତୁ ରାଣୀ ତାଙ୍କର ତ୍ରିଶୂଳରେ ମହିଷାସୁରର ଛାତିକୁ ଆଘାତ କରିଥିଲେ । ରାଣୀଙ୍କର ପାଳିତ ସିଂହ ମହିଷାସୁରର ଅନ୍ତ କଲା।
ALSO READ https://purvapaksa.com/cinema-in-real-life-the-love-story-of-deepak-subhamitra/
