ନିରନ୍ତର ବଢ଼ିଚାଲିଛି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମାନଙ୍କ ମଧ୍ୟରେ ସଂଘର୍ଷ ସ୍ଥିତି | ଏନେଇ ପଶ୍ଚିମ ଏସିଆ ଉତ୍ତେଜନାରେ ଆଇନର ଶାସନ, ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ | ଶ୍ରୀଲଙ୍କାର ଉପକୂଳରେ ଆମେରିକା ଏକ ଇରାନୀ ଯୁଦ୍ଧଜାହାଜକୁ ଆକ୍ରମଣ କରି ନଷ୍ଟ କରିବାର ଗୋଟିଏ ଦିନ ପରେ ବସିଥିଲା ଅନ୍ୟ ଦେଶର ମୁଖ୍ୟଙ୍କ ବୈଠକ | ଯେଉଁଠୁ ଆସିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ କିଛି ଏପରି ମନ୍ତବ୍ୟ , “ଭାରତ ଏବଂ ଫିନଲ୍ୟାଣ୍ଡ ଉଭୟ ଆଇନର ଶାସନ, ଆଲୋଚନା ଏବଂ କୂଟନୀତିରେ ବିଶ୍ୱାସ କରନ୍ତି। ଆମେ ସହମତ ଯେ କେବଳ ସାମରିକ ସଂଘର୍ଷ ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ୟୁକ୍ରେନ ହେଉ କିମ୍ବା ପଶ୍ଚିମ ଏସିଆ, ଆମେ ସଂଘର୍ଷର ଶୀଘ୍ର ସମାପ୍ତି ଏବଂ ଶାନ୍ତି ପାଇଁ ପ୍ରତ୍ୟେକ ପ୍ରୟାସକୁ ସମର୍ଥନ କରିବୁ,”। ସେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ସହମତ ଯେ “ବଢୁଥିବା ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ସଂସ୍କାର କେବଳ ଆବଶ୍ୟକ ନୁହେଁ ବରଂ ଜରୁରୀ ମଧ୍ୟ । ଏହା ଜାତିସଂଘ ସୁରକ୍ଷା ପରିଷଦ ଏବଂ ଅନ୍ୟାନ୍ୟ ବହୁପାକ୍ଷିକ ସଂସ୍ଥାଗୁଡ଼ିକରେ ସଂସ୍କାର ପାଇଁ ଭାରତ ମଧ୍ୟ ପ୍ରୟାସ କରିଥିଲା | ତେବେ ବର୍ତ୍ତମାନ ସମସ୍ତ ପ୍ରକାରର ଆତଙ୍କବାଦକୁ ମୂଳପୋଛ କରିବା ଆମର ମିଳିତ ପ୍ରତିବଦ୍ଧତା ହେବା ଦରକାର”|
ଏନେଇ ଷ୍ଟବ୍ ତାଙ୍କ ପକ୍ଷରୁ କହିଛନ୍ତି, “ଆଜି ଆମେ ଏହି ଅଞ୍ଚଳରେ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିଛୁ। ପଶ୍ଚିମ ଏସିଆ ଏବଂ ନିଶ୍ଚିତ ଭାବରେ ୟୁକ୍ରେନରେ ଆମର ଉଭୟ କ୍ଷେତ୍ରରେ ଦ୍ୱନ୍ଦ୍ୱ ରହିଛି। ଆଉ ୟୁକ୍ରେନ ବିରୁଦ୍ଧରେ ରୁଷର ଆକ୍ରମଣ ଓ ପରସ୍ପରର ଯୁଦ୍ଧ ଦୀର୍ଘ ୪ବର୍ଷ ଧରି ଚାଲିଛି | ଆମେ ସହମତ ହୋଇଥିଲୁ ଯେ ଯୁଦ୍ଧର ଅନ୍ତ ସମସ୍ତଙ୍କ ସ୍ୱାର୍ଥରେ, ଏକ ସ୍ଥାୟୀ ଶାନ୍ତି ପାଇଁ ହେବ ଯାହା ବିଶ୍ୱର ଜାତିସଂଘର ନୀତିକୁ ସମ୍ମାନ କରେ ।” ତେବେ ଏହି ଦ୍ୱିପାକ୍ଷିକ ଆଲୋଚନା ପାଇଁ ଗୁରୁବାର ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବ୍ଙ୍କୁ ଭେଟିଥିଲେ ମୋଦୀ | ବୁଧବାର ଦିନ ଆମେରିକାର ଏକ ବୁଡ଼ାଜାହାଜ ଦ୍ୱାରା ଏକ ଇରାନୀ ନୌସେନା ଜାହାଜକୁ ଖସାଇ ଦିଆଯାଇଥିଲା ଏବଂ ଏଥିରେ ଶତାଧିକ ଲୋକ ମୃତାହତ ହେବ ସହ ଘଟଣା ସ୍ଥଳରେ ସାତକ ପାର କରିଥିଲା ମୃତକଙ୍କ ସଂଖ୍ୟା | ଏହା ପୂର୍ବରୁ ମାର୍ଚ୍ଚ 3 ରେ, ଇସ୍ରାଏଲ ଏବଂ ଆମେରିକା ଦ୍ୱାରା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଭାରତ ‘ପଶ୍ଚିମ ଏସିଆ’ ପରିସ୍ଥିତିକୁ “ଇରାନ ଏବଂ ଉପସାଗରୀୟ ଅଞ୍ଚଳରେ ସଂଘର୍ଷରେ ଅନେକ ଜୀବନ ଦୁଃଖଦ ଭାବରେ ଶେଷ ହୋଇଯାଇଛି , ଆମେ ଏହି ସମ୍ପର୍କରେ ଆମର ଦୁଃଖ ପ୍ରକାଶ କରୁଛୁ” ବୋଲି କହିଥିଲେ ରାଷ୍ଟ୍ର ପ୍ରତିନିଧି ।
ନୂଆଦିଲ୍ଲୀରେ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଖାମେନିଙ୍କ ନାମ ନ ନେଇ ଚାରୋଟି ପଏଣ୍ଟ ଉପରେ ଏକ ବିସ୍ତୃତ ବିବୃତ୍ତି ଜାରି କରିଥିଲେ | ଏଥିରେ ଦ୍ରୁତ ଅବନତିଶୀଳ ପରିସ୍ଥିତି, ବାଣିଜ୍ୟ ଏବଂ ଯାତାୟାତ ସହିତ ଏହି ଅଞ୍ଚଳରେ ଭାରତୀୟ ନାଗରିକଙ୍କ ଉପରେ ପ୍ରଭାବ, ଆକ୍ରମଣ ଯୋଗୁଁ ମୃତ୍ୟୁ ପାଇଁ ସମବେଦନା ପ୍ରକାଶ କରିବା ଏବଂ ସଙ୍କଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦିଲ୍ଲୀର ପ୍ରୟାସ ବିଷୟରେ ଉଲ୍ଲେଖ ହୋଇଥିଲା |
ସେ କହିଛନ୍ତି ,’ଇରାନ ଆମେରିକାର କର୍ମଚାରୀଙ୍କୁ ଆତିଥ୍ୟ ଦେଉଥିବା ଦେଶଗୁଡ଼ିକୁ ଟାର୍ଗେଟ କରୁଛି | ସେମାନଙ୍କଠୁ ପ୍ରତିଶୋଧ ନେବା ପ୍ରକ୍ରିୟାରେ ସଂଘର୍ଷର ଭୂମିକୁ ବିସ୍ତାର କରିବା ସହ ଶତ୍ରୁ ବଢ଼ିବାରେ ଲାଗିଛି | ତେବେ ଏହି ସଂଘର୍ଷକୁ “ଅଞ୍ଚଳର ସୁରକ୍ଷା ଏବଂ ସ୍ଥିରତା” ରେ ଭାରତର “ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ” ସହିତ ଯୋଡିଥିଲେ ମନ୍ତ୍ରୀ ଓ କହିଥିଲେ ଯେ “କିଛି ଭାରତୀୟ ନାଗରିକ ଆକ୍ରମଣ ର ଗତ କିଛି ଦିନ ମଧ୍ୟରେ ପ୍ରାଣ ହରାଇଛନ୍ତି କିମ୍ବା ନିଖୋଜ ଅଛନ୍ତି”।
MEA ବିବୃତ୍ତି ସେହି ଦିନ ଆସିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ଅଞ୍ଚଳର ଅଧିକ ଦେଶର ନେତାଙ୍କ ସହ ଯୋଗାଯୋଗ କରିଥିଲେ। ଇରାନର ନାମ ନ ନେଇ, ମୋଦି ; କାତାର, ଓମାନ ଏବଂ କୁୱେତର ନେତାମାନଙ୍କ ସହିତ କଥା ହୋଇଥିଲେ |
ସେମାନଙ୍କ ‘ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଂଘନକୁ ଘୃଣା କରି , ସଂଳାପ ଏବଂ କୂଟନୀତି ମାଧ୍ୟମରେ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଜରୁରୀ’ ବୋଲି କହିଥିଲେ | ଏହା ୟୁଏଇ, ସାଉଦି ଆରବ ଏବଂ ବାହାରିନ୍ ର ନେତାମାନଙ୍କ ସହ ତାଙ୍କର ପୂର୍ବ ଆଲୋଚନା ସହିତ ଜଡିତ ଥିବା କୁହାଯାଉଛି |
also read https://purvapaksa.com/odisha-sees-sharp-decline-in-three-months/
ତିନି ମାସରେ ତଳକୁ ଖସିଲା ଓଡ଼ିଶା || Odisha sees sharp decline in three months


