ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଜୟ କୁମାର ମଲହୋତ୍ରାଙ୍କ ଦେହାନ୍ତ ହୋଇଛି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୩ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ବିଜୟ ମଲହୋତ୍ରା ପାଞ୍ଚ ଥର ସାଂସଦ ଏବଂ ଦୁଇ ଥର ବିଧାୟକ ଥିଲେ । ତାଙ୍କୁ ଦିଲ୍ଲୀ ବିଜେପିର ଜଣେ ଅଭିଜ୍ଞ ନେତା ଭାବରେ ବିବେଚନା କରାଯାଉଥିଲା । ୨୦୦୮ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ମନୋନୀତ କରିଥିଲା ।
୧୯୩୧ ମସିହା ଡିସେମ୍ବର ୩ରେ ପଞ୍ଜାବ ପ୍ରଦେଶର ଲାହୋରରେ ଜନ୍ମଗ୍ରହଣ କରିଥିଲେ ବିଜୟ ମଲହୋତ୍ରା ।
ଯାହା ବର୍ତ୍ତମାନ ପାକିସ୍ତାନର ଅଂଶ । ସେ କବିରାଜ ଖଜାନ ଚାନ୍ଦଙ୍କ ସାତ ସନ୍ତାନଙ୍କ ମଧ୍ୟରୁ ଚତୁର୍ଥ ଥିଲେ । ୧୯୪୭ ମସିହା ଦେଶ ବିଭାଜନ ସମୟରେ ତାଙ୍କ ପରିବାର ଦିଲ୍ଲୀ ଚାଲିଆସିଥିଲେ । ଯେଉଁଠାରେ ରହି ସେ ତାଙ୍କର ଶିକ୍ଷା ଏବଂ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ବିଜୟ ୧୯୯୯ ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ୩୦ହଜାର ଭୋଟରେ ପରାସ୍ତ କରିଥିଲେ । ସେ ବିଜେପିର ଦିଲ୍ଲୀ ୟୁନିଟର ସଭାପତି ମଧ୍ୟ ଥିଲେ।
ALSO READ https://purvapaksa.com/massive-job-fraud-in-odisha-police-si-recruitment-exam/
