Uterine vaccine:ଉଲ୍ଲେଖ କରାଯାଇପାରେ ଯେ ଦେଶରେ ୧୫ରୁ ୪୪ ବର୍ଷ ବୟସ ମହିଳାଙ୍କ ମଧ୍ୟରେ ସର୍ଭିକାଲ କ୍ୟାନସର ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ରୋଗ।
ଦେଶର କୋଟି କୋଟି ମହିଳାଙ୍କ ପାଇଁ ଭଲ ଖବର। ସର୍ଭାଇକଲ୍ କ୍ୟାନସର ବା ଜରାୟୁ କର୍କଟ ପାଇଁ ମହିଳାମାନଙ୍କୁ ମିଳିବ ସ୍ୱଦେଶୀ ଟୀକା ମିଳିବା ଆରମ୍ଭ ହୋଇଛି। ପୁନେର ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ଟୀକା ବାହାର କରିଛି। ଟୀକା ଉପଲବ୍ଧ ନେଇ ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାଓ୍ୱାଲା ସୂଚନା ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ୨୦୦୦ ରୁ ୪୦୦୦ ଟଙ୍କା ମଧ୍ୟରେ ମିଳିବ ଜରାୟୁ କର୍କଟ ଟୀକାର ଦୁଇଟି ଡୋଜ। ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ୯ରୁ ୧୪ବର୍ଷ ବୟସର କିଶୋରୀଙ୍କୁ ଟୀକା ଦିଆଯିବ।
ଉଲ୍ଲେଖ କରାଯାଇପାରେ ଯେ ଦେଶରେ ୧୫ରୁ ୪୪ ବର୍ଷ ବୟସ ମହିଳାଙ୍କ ମଧ୍ୟରେ ସର୍ଭିକାଲ କ୍ୟାନସର ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ରୋଗ। ଏହି ଗମ୍ଭୀରତାକୁ ଦେଖି ଓ ଟୀକାର ଘୋର ଆବଶ୍ୟକତା ରହିଥିବାବେଳେ ବଜାରକୁ କିନ୍ତୁ ଆସିନଥିଲା। କୋଭିଡ ଆସିବା ପରେ ଯଥାଶୀଘ୍ର ଟୀକା ପ୍ରସ୍ତୁତ ଓ ଉପଲବ୍ଧି କରିବା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ ଯେଉଁ ତତ୍ପରତା ପ୍ରକାଶ କରିଥିଲା ତାହା ବିରଳ ଥିଲା। ସମଗ୍ର ଦେଶରେ ଆବଶ୍ୟକ ହେଉଥିବା ଟୀକାକୁ ପହଞ୍ଚାଇବା ସହ କରୋନା ମହାମାରୀକୁ ଯେଉଁଭଳି ଚ୍ୟାଲେଞ୍ଜ ଦିଆଯାଇପାରିଥିଲା,ତାହା ଥିଲା ଅବିଶ୍ଵନୀୟ। ଖାଲି କରୋନା ଟୀକା ନୁହଁ ଯେ କୌଣସି ସ୍ଵାସ୍ଥ୍ୟ ସମସ୍ୟା ଆଧାରିତ ପ୍ରସଙ୍ଗରେ ଭାରତ ଏବେ ପାଦ ଦେଇପାରୁଚି ତାହାହିଁ ବଡ଼ କଥା। ସର୍ଭାଇକାଲ ଟିକା ଆସିବା ପରେ ଜରାୟୁ କର୍କଟକୁ ଭାରତର ମହିଳାମାନେ ମାତ ଦେଇପାରିବେ ଏହା ନିଶ୍ଚିତ ଭାବରେ କୁହାଯାଇ ପାରିବ।
ଭାରତର ମହିଳାମାନଙ୍କ କ୍ଷେତ୍ରରେ ଏହା ଏକ ଗେମ୍ ଚେଞ୍ଜର୍ ହେବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଲକ୍ଷ ଲକ୍ଷ ମହିଳାଙ୍କ ଜୀବନ ରକ୍ଷା କରାଯାଇ ପାରିବ। ଏକ ତଥ୍ୟ ଅନୁସାରେ ଭାରତରେ ସ୍ତନ କର୍କଟ ପରେ ଦ୍ଵିତୀୟ ମାରାତ୍ମକ ରୋଗ। ଏହା ଭାରତର ମହିଳାମାନଙ୍କ ପାଇଁ ଏକ ବଡ଼ ବିପଦ ହୋଇ ଛିଡ଼ା ହୋଇଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ ବିଶ୍ୱର ମୋଟ ଜରାୟୁ କର୍କଟ ରୋଗୀଙ୍କ ଭିତରୁ କେବଳ ଭାରତରେ ଅଛନ୍ତି ପନ୍ଦର ପ୍ରତିଶତ ମହିଳା।
ଆମ ଦେଶରେ ପ୍ରତି ଆଠ ମିନିଟରେ ଜଣେ ମହିଳା ଜରାୟୁ କର୍କଟ ଯୋଗୁଁ ପ୍ରାଣ ହରାଇବା ଦେଖାଯାଇଛି ଯାହା କି ଏକ ଗମ୍ଭୀର ସ୍ଥିତି। ଏହି କାରଣରୁ ଏହି ଟୀକଦାନ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ। ଉଲ୍ଳେଖ କରାଯାଇପାରେ ଯେ ଭାରତରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ସରକାରମାନଙ୍କ ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହାକୁ ନିଷ୍ଠାର ସହ ପାଳନ କରିବା ଦରକାର।
ଭାରତରେ ଏବେ ସର୍ଭାଇକଲ ଟୀକା ବା ଏଚପିଭି ଟୀକାର ଅଗ୍ରଣୀ ବ୍ରାଣ୍ଡ ହେଉଛି Gardasil 9। ମର୍କ କଂପାନୀ ଏହାକୁ ତିଆରି କରିଛି।
Also readhttps://purvapaksa.com/womens-reservation-odisha-vs-other-states/
