କୁହାଯାଏ ଯେ ବିବାହର ଜୋଡି ସ୍ୱର୍ଗରେ ତିଆରି ହୋଇଥାଏ, ଏବଂ ସେମାନଙ୍କ ସମ୍ପର୍କ କେତେ ଦିନ ପର୍ଯ୍ୟନ୍ତ ରହିବ ତାହା ଈଶ୍ୱରଙ୍କ ଭାଗ୍ୟରେ ଲେଖିଛନ୍ତି। ତଥାପି, ଆଜିକାଲି ସାଧାରଣତଃ ବିବାହ ଅତିବେଶୀରେ କେବଳ ୪୦-୫୦ବର୍ଷ ପର୍ଯ୍ୟନ୍ତ ରହିଥାଏ। କାରଣ ଏତେ ସମୟ ବିତିଗଲା ପରେ, ଜଣେ ବ୍ୟକ୍ତିଙ୍କ ବୟସ ୭୦-୮୦ ବର୍ଷ ହୋଇଯାଏ ଏବଂ ଏହି ବୟସ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ବଞ୍ଚିବା କଷ୍ଟକର। କିନ୍ତୁ ଏବେ ଫ୍ଲୋରିଡାର ମିଆମିରୁ ଏପରି ଏକ ବିବାହିତ ଦମ୍ପତି ଭାଇରାଲ ହେଉଛନ୍ତି, ଯିଏ ବିଶ୍ୱର ସବୁଠାରୁ ଦୀର୍ଘ ବିବାହିତ ଦମ୍ପତିଙ୍କ ଟାଇଟଲ୍ ହାସଲ କରିଛନ୍ତି।

ଗର୍ଜିଆନ ରିପୋର୍ଟ ଅନୁଯାୟୀ, ୧୦୭ ବର୍ଷୀୟ ଏଲିନର୍ ଏବଂ ୧୦୮ ବର୍ଷୀୟ ଲାଇଲ୍ ଗିଟେନ୍ସ ୮୩ ବର୍ଷରୁ ଏକାଠି ଅଛନ୍ତି, ଅର୍ଥାତ୍ ସେମାନେ ୮୩ ବର୍ଷ ଧରି ବିବାହିତ। ଏହି ଦମ୍ପତି କୁହନ୍ତି ଯେ ସେମାନଙ୍କ ସ୍ଥାୟୀ ସମ୍ପର୍କର ରହସ୍ୟ ହେଉଛି ପରସ୍ପର ପ୍ରତି ସେମାନଙ୍କର ଗଭୀର ପ୍ରେମ। ଏହି ଦମ୍ପତିଙ୍କ ବିବାହକୁ ଲଙ୍ଗେଭିଟିକ୍ୱେଷ୍ଟ ନାମକ ଏକ ୱେବସାଇଟ୍ ଦ୍ୱାରା ନିଶ୍ଚିତ କରାଯାଇଛି, ଯାହା ୧୦୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଲୋକଙ୍କ ରେକର୍ଡ ରଖେ। ସଂଗଠନ ସେମାନଙ୍କର ୧୯୪୨ମସିହାର ବିବାହ ପ୍ରମାଣପତ୍ର, ଆମେରିକାର ଜନଗଣନା ରେକର୍ଡ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲା ଏବଂ ସେହି ଆଧାରରେ ସେମାନଙ୍କୁ ବିଶ୍ୱର ସବୁଠାରୁ ଦୀର୍ଘ ବିବାହିତ ଦମ୍ପତି ଘୋଷଣା କରାଯାଇଥିଲା।
ପୂର୍ବରୁ ଏହି ଟାଇଟଲ ଏକ ବ୍ରାଜିଲିୟ ଦମ୍ପତିଙ୍କ ପାଖରେ ଥିଲା
ଏହି ବୃଦ୍ଧ ଦମ୍ପତି ୧୦୬ ବର୍ଷୀୟ ବ୍ରାଜିଲିୟ ମାନଓେଲ ଆଞ୍ଜେଲିମ୍ ଡିନୋ ଏବଂ ତାଙ୍କ ୧୦୨ ବର୍ଷୀୟ ପତ୍ନୀ ମାରିଆ ଡି ସୌସା ଡିନୋଙ୍କ ମୃତ୍ୟୁ ପରେ ଏହି ଟାଇଟଲ ପାଇଥିଲେ। ୮୫ ବର୍ଷ ଧରି ବିବାହିତ ହେବା ପରେ ସେମାନଙ୍କୁ ବିଶ୍ୱର ସବୁଠାରୁ ଦୀର୍ଘକାଳୀନ ବିବାହିତ ଦମ୍ପତି ଭାବରେ ବିବେଚନା କରାଯାଇଥିଲା, ଏବଂ ଏବେ ଏହି ଉପାଧି ଏଲିନର ଏବଂ ଲାଇଲ ଗିଟେନ୍ସଙ୍କୁ ଦିଆଯାଇଛି।
ପ୍ରଥମ ଥର ପାଇଁ ୧୯୪୧ ମସିହାରେ ଦେଖା ହୋଇଥିଲେ
ରିପୋର୍ଟ ଅନୁଯାୟୀ, ଏଲିନର୍ ଏବଂ ଲାଇଲ୍ ଗିଟେନ୍ସ ସେମାନଙ୍କ ବୈବାହିକ ଜୀବନରେ ଯୁଦ୍ଧ ଏବଂ ଅନେକ କଷ୍ଟ ସହ୍ୟ କରିଥିଲେ। ସେମାନେ ପ୍ରଥମ ଥର ପାଇଁ ୧୯୪୧ ମସିହାରେ ଏକ କଲେଜ ବାସ୍କେଟବଲ୍ ଖେଳରେ ଦେଖା ହୋଇଥିଲେ। ଲାଇଲ୍ କ୍ଲାର୍କ ଆଟଲାଣ୍ଟା ବିଶ୍ୱବିଦ୍ୟାଳୟ ପାଇଁ ଖେଳୁଥିଲେ, ଏବଂ ଏଲିନର୍ ସେଠାରେ ଦର୍ଶକ ଭାବରେ ଯାଇଥିଲେ। ସେମାନେ ସେଠାରୁ କଥାବାର୍ତ୍ତା ଆରମ୍ଭ କଲେ, ଏବଂ ତାଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଲେ ଏବଂ ସେମାନେ ୪ ଜୁନ୍ ୧୯୪୨ରେ ବିବାହ କରିଥିଲେ। ଲାଇଲ୍ ଯେତେବେଳେ ଆମେରିକୀୟ ସେନାର ୯୨ତମ ପଦାତିକ ଡିଭିଜନରେ ଇଟାଲୀରେ ସେବା କରୁଥିଲେ, ତାଙ୍କ ପତ୍ନୀ ଏଲିନର୍ ତାଙ୍କୁ ପୁଣି ଥରେ ଦେଖିପାରିବେ କି ନାହିଁ ସେ ବିଷୟରେ ଚିନ୍ତିତ ହୋଇଯାଇଥିଲେ।

ଲାଇଲ କହିଛନ୍ତି ଯେ, ସେ ଏଲିନର୍ ସହିତ ସମୟ ବିତାଇବାକୁ ଭଲପାଆନ୍ତି ଏବଂ ତାଙ୍କ ସହିତ ରହି ଖୁସି ଅନୁଭବ କରନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏକାଠି ଅନେକ କାମ କରିଛନ୍ତି, ଯାହା ସେମାନଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ କରିଥାଏ।
Also Read; https://purvapaksa.com/snake-market-where-is-this-strange-market-located-watch-this-video/


