ବିଶ୍ୱସ୍ତରୀୟ ବିଶ୍ୱସ୍ତରୀୟ କହି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଥିଲେ । କୁଆଡେ ଗଲା ନବୀନ ପାଣ୍ଡିଆନଙ୍କ ବିଶ୍ୱସ୍ତରୀୟ ଡ଼ାକ୍ତରଖାନା । ସବୁଥିରେ ଖାଲି ବିଶ୍ୱସ୍ତରୀୟ ଟ୍ୟାଗ୍ ଲଗାଇ ବୁଲୁଥିଲେ ନବୀନ ପାଣ୍ଡଆନ । ଏବେ କିନ୍ତୁ ଓଡ଼ିଶାରେ ଆଉ ନବୀନ ଚିକିତ୍ସା ନ ହୋଇ ମୁମ୍ବାଇ ଗଲେ । ଓଡ଼ିଶାରେ କଣ ବିଶ୍ୱସ୍ତରୀୟ ଡ଼ାକ୍ତରଖାନାର ଅଭାବ ହୋଇଗଲାକି ବୋଲି ଲୋକେ କହୁଛନ୍ତି । ୨୪ବର୍ଷ ଧରି ନବୀନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ । ସବୁ ବେଳେ ଖାଲି ରାଜ୍ୟକୁ ବିଶ୍ୱସ୍ତରରେ ପହଂଚାଇବା କଥା କହୁଥିଲେ । କଣ ଖାଲି ଭାଷଣରେ ହସ୍ପିଟାଲ ଯଦି ବିଶ୍ୱସ୍ତରୀୟ ହସ୍ପିଟାଲ ହୋଇଥାନ୍ତା କି ? ନବୀନଙ୍କୁ କଣ ପାଇଁ ଆଜି ମୁମ୍ବାଇ ଯିବାକୁ ପଡ଼ିଲା । ଖାଲି ଘୋଷଣା ପରେ ଘୋଷଣା ହେଉଥିଲା । ଲୋକଙ୍କ କାନରେ ଖାଲି କୋଟି କୋଟି ଟଙ୍କା ଶୁଣାହେଉଥିଲା । ହେଲେ ସେହି ପଇସା ଖର୍ଚ୍ଚ ନ ହୋଇ ଦଳୀୟ ପାଣ୍ଠିବି ଗଲାକି ବୋଲି ଅନେକଙ୍କ ମନରେ ପ୍ରଶ୍ନସୃଷ୍ଟି ହୋଇଛି ।ଯାହା ପାଇଁ ନବୀନ ଆଜି ଯାଉଛନ୍ତି ମୁମ୍ବାଇ ।
ଏବେ ଆସନ୍ତୁ ନଜର ପକାଇବା ୨୦୨୦ ସେପ୍ଟେମ୍ବର ୧୬ ତାରିଖରେ ଦ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଉପରେ ଯେଉଁଥିରେ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ରାଜ୍ୟ ପୂର୍ତ୍ତ ବିଭାଗ ୧,୫୮୦ କୋଟି ଟଙ୍କାର ଏକ ଆକଳନ ପ୍ରସ୍ତୁତ କରିଥିଲା । ରାଜ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମ ପୁନଃବିକାଶ ପ୍ରକଳ୍ପର କାର୍ଯ୍ୟକାରୀ ସଂସ୍ଥା ଏହା ଆକଳନ ପ୍ରସ୍ତୁତ କରି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ଅନୁମୋଦନ ଲୋଡ଼ିଥିଲା । ସଚିବ କ୍ରିଷନ କୁମାର ସ୍ୱାସ୍ଥ୍ୟ ସଚିବ ପି କେ ମହାପାତ୍ରଙ୍କୁ ଏହି ସମ୍ପର୍କରେ ଚିଠି ଲେଖିଥିଲେ । ଛାତ୍ରାବାସ, କର୍ମଚାରୀ କ୍ୱାର୍ଟର ଏବଂ ପ୍ରଶାସନିକ କୋଠା ସହିତ ଅତିରିକ୍ତ ୧୦୦୦ ଶଯ୍ୟା ଏବଂ ଦୁଇଟି ଖେଳ ପଡ଼ିଆ ବିକାଶ ପାଇଁ ଆକଳନ ପ୍ରସ୍ତୁତ କରାଯାଇଥିଲା । ଯଦିଓ ପ୍ରାରମ୍ଭରେ ରାଜ୍ୟ ସରକାର ଏସସିବିର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି କହିଥିଲେ, ଏକ ବିସ୍ତୃତ ଆକଳନ ପରେ ଖର୍ଚ୍ଚ ସଂଶୋଧନ କରାଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଥିଲା । ମାର୍ଚ୍ଚ ୫ ତାରିଖରେ, ସରକାରଙ୍କ ୨୦ତମ ବର୍ଷ ପୂରଣ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମବାର୍ଷିକୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୬ ବର୍ଷ ପୁରୁଣା ଏହି ପ୍ରତିଷ୍ଠାନର ରୂପାନ୍ତର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ସେହପରି ୧୭ ନଭେମ୍ଭର ୨୦୨୨ରେ ଦ ନିୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଫାଇଫଟି ସଚିବ ଭିକେ ପାଣ୍ଡିଆନ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ଟ୍ରମା କେୟାର ଏବଂ ସର୍ଜରୀ କମ୍ପ୍ଲେକ୍ସ କୋଠା ଏବଂ ସ୍ନାତକୋତ୍ତର ପ୍ରତିଷ୍ଠାନର ନିର୍ମାଣର ଅଗ୍ରଗତି ସମୀକ୍ଷା କରିଥିଲେ । ନୀତିଗତ ଅନୁମୋଦନ ପାଇବାର ପ୍ରାୟ ନଅ ବର୍ଷ ପରେ, କ୍ୟାପିଟାଲ ହସ୍ପିଟାଲକୁ ଏକ ସ୍ନାତକୋତ୍ତର ଚିକିତ୍ସା ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ଭାବରେ ଉନ୍ନୀତ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ, ୫ଟି ସଚିବ ସେଠାରେ ଚାଲିଥିବା କାର୍ଯ୍ୟ ଯାଞ୍ଚ କରିଥିଲେ। ସେ ଟ୍ରମା କେୟାର ଏବଂ ସର୍ଜରୀ କମ୍ପ୍ଲେକ୍ସ କୋଠାର ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ଏହାକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଟ୍ରମା କମ୍ପ୍ଲେକ୍ସ ୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବେଳେ, PGIMER କୋଠା ପାଇଁ ପ୍ରାୟ ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଥିଲା । ସେ ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ ର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଭେଟିଥିଲେ ଏବଂ ୨,୦୦୦ ଶଯ୍ୟା ବିଶିଷ୍ଟ କ୍ୟାପିଟାଲ ହସ୍ପିଟାଲର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ଏବଂ କର୍ମଚାରୀଙ୍କ ପାଇଁ ଆବାସିକ କ୍ୱାର୍ଟର୍ସ ବ୍ୟତୀତ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଲୋଚନା କରିଥିଲେ।
କିନ୍ତୁ ଏବେ ରାଜ୍ୟରେ ଚିକିତ୍ସା ନପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ନବୀନଙ୍କ ଅସ୍ତ୍ରୋପଚାର । ଜୁନ୍ ୨୨ରେ ନବୀନଙ୍କଠାରେ ହେବ ଅସ୍ତ୍ରୋପଚାର। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା ହେବ । ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏହି ଚିକିତ୍ସା ହେବ । ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଏହି ଚିକିତ୍ସା ହେବ। ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଁଛି। ନବୀନ କହିଛନ୍ତି, ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି। ତେବେ ଏହି ଖବର ନବୀନଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି, ଲୋକ ତାଙ୍କ ପାଇଁ ଦୁଃଖ ପ୍ରକାଶ କରୁଛନ୍ତି, ଶୀଘ୍ର ଭଲ ହୋଇ ଆସନ୍ତୁ ଆମ ପ୍ରିୟ ନେତା ବୋଲି କହୁଛନ୍ତି। ତାଙ୍କର ସମର୍ଥକମାନେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ନବୀନଙ୍କ ଏହି ଯାତ୍ରା ଏବଂ ଚିକିତ୍ସା ସମ୍ପର୍କରେ ଅଧିକ ତଥ୍ୟ ଶୀଘ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ALSO READ https://purvapaksa.com/priyanka-gandhi-slams-odisha-govt-over-gopalpur-gangrape/
