ହିଂସାତ୍ମକ ପ୍ରଦର୍ଶନ ପରେ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାର ପତନ ହୋଇଛି। ଗତ ସପ୍ତାହରେ ହୋଇଥିବା ପ୍ରଦର୍ଶନରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା, ଶହ ଶହ ସମ୍ପତି କ୍ଷତିଗ୍ରସ୍ତ ହୋଇଥିଲା, ଦେଶର ସଂସଦ ଏବଂ ସୁପ୍ରିମକୋର୍ଟକୁ ପୋଡ଼ି ଦିଆଯାଇଥିଲା। ଦୁର୍ନୀତି, ବେକାରୀ ଏବଂ ସୋସିଆଲ ମିଡିଆ ଉପରେ ନିଷେଧାଦେଶକୁ ନେଇ ନେପାଳରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଏହି ବର୍ଷ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ନେପାଳରେ ସତ୍ତା ପରିବର୍ତ୍ତନ ପାଇଁ ଚେଷ୍ଟା ଚାଲିଛି। ନେପାଳର କିଛି ନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁମାନଙ୍କ ଉପରେ କଥିତ ଭାବେ ସତ୍ତା ପରିବର୍ତ୍ତନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବାର ଅଭିଯୋଗ ଲାଗିଥିଲା।
୯୦ କୋଟି ଡଲାର ଖର୍ଚ୍ଚ କରିଛି ଆମେରିକା
ଦ ସଣ୍ଡେ ଗାର୍ଡିଆନ୍ ଯୁଏସଏଆଇଡିର ଆଭ୍ୟନ୍ତରୀଣ ଯୋଗାଯୋଗ ଏବଂ ଆମେରିକୀୟ ଗଣତାନ୍ତ୍ରିକ ସଂଗଠନମାନଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟକୁ ଉଦ୍ଧୃତ କରି ଦାବି କରିଛି ଯେ ଆମେରିକା ନେପାଳରେ ୯୦୦ ନିୟୁତ ଡଲାର(୯୦କୋଟି) ଖର୍ଚ୍ଚ କରିଛି। ଦଲିଲମାନଙ୍କରୁ ଜଣାପଡ଼ିଛି ଯେ ୨୦୨୦ ମସିହାରୁ ନେପାଳକୁ ୯୦୦ ନିୟୁତ ଡଲାରରୁ ଅଧିକ ଆମେରିକୀୟ ସହାୟତା ଦିଆଯାଇଛି, ଯାହାର ଅଧିକାଂଶ ଭାଗ ୱାଶିଂଟନ ଅବସ୍ଥିତ କନସୋର୍ଟିୟମ ସିଇପିପିଏସ, ନ୍ୟାସନାଲ ଡେମୋକ୍ରାଟିକ ଇନଷ୍ଟିଚ୍ୟୁଟ (ଏନଡିଆଇ), ଇଣ୍ଟରନ୍ୟାସନାଲ ରିପବ୍ଲିକାନ ଇନଷ୍ଟିଚ୍ୟୁଟ (ଆଇଆରଆଇ), ଏବଂ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ଇଲେକ୍ଟୋରାଲ ସିଷ୍ଟମସ (ଆଇଏଫଇଏସ) ଦ୍ୱାରା ସଂଚାଳିତ ଶାସନ, ମିଡିଆ, ନାଗରିକ ଏବଂ ନିର୍ବାଚନୀ କାର୍ଯ୍ୟକଳାପରେ ଖର୍ଚ୍ଚ ହୋଇଛି।
ଆମେରିକାରେ ଲେଖାଯାଇଥିଲ ଓଲିଙ୍କୁ ତଡ଼ିବାର ସ୍କ୍ରିପ୍ଟ
ନେପାଳ ଭଳି ଛୋଟ ଦେଶ ପାଇଁ ଏତେ ଅଧିକ ଆର୍ଥିକ ସହାୟତା ଦେବା ବେଶ ଅସାଧାରଣ। ମେ ୨୦୨୨ରେ ଯୁଏସଏଆଇଡି ନେପାଳର ଅର୍ଥ ମନ୍ତ୍ରଣାଳୟ ସହିତ ୪୦୨.୭ ନିୟୁତ ଡଲାରର ଡେଭଲପମେଣ୍ଟ ଅବଜେକ୍ଟିଭ ଏଗ୍ରିମେଣ୍ଟ (ଡିଓଏଜି) ଉପରେ ହସ୍ତାକ୍ଷର କରିଥିଲା। ଫେବୃଆରୀ ୨୦୨୫ ସୁଦ୍ଧା ୧୫୮ ନିୟୁତ ଡଲାର ବଣ୍ଟନ ହୋଇସାରିଥିଲା ଏବଂ ୨୪୪.୭ ନିୟୁତ ଡଲାର ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇନାହିଁ। ଏହା ବ୍ୟତୀତ ମଧ୍ୟ ୫୦୦ ନିୟୁତ ଡଲାରର ମିଲେନିୟମ ଚାଲେଞ୍ଜ କର୍ପୋରେସନ (ଏମସିସି) ଚୁକ୍ତି ଅଲଗା ରହିଛି, ଯାହା ଉପରେ ୨୦୧୭ରେ ହସ୍ତାକ୍ଷର ହୋଇଥିଲା ଏବଂ କଡ଼ା ବିରୋଧ ଓ ସାଂସଦୀୟ ବିତର୍କ ପରେ ଫେବୃଆରୀ ୨୦୨୨ରେ ଅନୁମୋଦିତ ହୋଇଥିଲା। ୨୦୨୫ ଆରମ୍ଭ ସୁଦ୍ଧା, ଏମସିସିର ମାତ୍ର ୪୩.୧ ନିୟୁତ ଡଲାର (୮.୬୩%) ପାଣ୍ଠି ବଣ୍ଟନ ହୋଇଥିଲା, କିନ୍ତୁ ଚୁକ୍ତିର ଅବଧି ବଢ଼ାଇ ଦିଆଯାଇଛି, ଯାହାଦ୍ୱାରା ଏହାର ଭିତ୍ତିଭୂମି ଏବଂ ଶାସନ ପ୍ରକଳ୍ପଗୁଡ଼ିକ ଜାରି ରହିଛି। ଯଦି ଏହି ଦୁଇଟି ପ୍ୟାକେଜ, ଯୁଏସଏଆଇଡି ଏବଂ ଏମସିସିକୁ ଯୋଡ଼ାଯାଏ, ତେବେ ମୋଟ ସହାୟତା ୯୦୦ ନିୟୁତ ଡଲାରରୁ ଅଧିକ ହେବ ।ଯଦି ଏହି ପାଣ୍ଠିକୁ ଆହୁରି ବିଭାଜନ କରି ଦେଖାଯାଏ, ତେବେ ଜଣାପଡ଼େ ଯେ ଏହି ରାଶିରେ ୩୭ ନିୟୁତ ଡଲାର ନାଗରିକ ସମାଜ ଏବଂ ମିଡିଆ ପାଇଁ, ୩୫ ନିୟୁତ ଡଲାର କିଶୋର ପ୍ରଜନନ ସ୍ୱାସ୍ଥ୍ୟ ପ୍ରକଳ୍ପ ପାଇଁ, ଏବଂ ୮ ନିୟୁତ ଡଲାର ଗଣତାନ୍ତ୍ରିକ ପ୍ରକ୍ରିୟା” ପାଇଁ ବଣ୍ଟା ଯାଇଛି। ଏପରି କି ୫ ଲକ୍ଷ ଡଲାରର ଏକ ଛୋଟ ପ୍ରୋଜେକ୍ଟ “ଡେମୋକ୍ରାସି ରିସୋର୍ସ ସେଣ୍ଟର ନେପାଳ” ମଧ୍ୟ ସମ୍ପୂର୍ଣ୍ଣ ଖର୍ଚ୍ଚ ହୋଇସାରିଛି। ଆଲୋଚକମାନେ ମନେ କରନ୍ତି ଯେ ସ୍ୱାସ୍ଥ୍ୟ ଏବଂ ଗବେଷଣା ଭଳି ଦେଖାଯାଉଥିବା ଏହି କାର୍ଯ୍ୟକ୍ରମଗୁଡ଼ିକ ପ୍ରକୃତରେ ରାଜନୈତିକ ପ୍ରଭାବ ଏବଂ ବିବରଣୀ ତିଆରିର ଉପାୟ।
ଏନଜିଓ ଲଗାଇଥିଲେ ନିଆଁ
ଦ ସଣ୍ଡେ ଗାର୍ଡିଆନ୍ର ରିପୋର୍ଟରୁ ଜଣାପଡ଼ିଛି ଯେ ଏନଡିଆଇ, ଆଇଆରଆଇ ଏବଂ ଆଇଏଫଇଏସ୍ ଦ୍ୱାରା ଚାଲିଥିବା କାର୍ଯ୍ୟକଳାପ ବେଶ ସନ୍ଦେହଜନକ। ଏନଡିଆଇ ୨୦୨୦-୨୨ ମଧ୍ୟରେ ସଂଘୀୟ ଢାଞ୍ଚା, ଦଳିତ ଅଧିକାର, ଜଳବାୟୁ ପରିବର୍ତ୍ତନ ଏବଂ ଯୁବକଙ୍କ ଭୂମିକା ଉପରେ ରିପୋର୍ଟ ପ୍ରକାଶ କରିଥିଲା ଏବଂ ଯୁବକଙ୍କ ପାଇଁ ତାଲିମ ଟୁଲକିଟ୍ ପ୍ରସ୍ତୁତ କରିଥିଲା। ଆଇଆରଆଇ ଜାତୀୟ ସର୍ଭେ ମାଧ୍ୟମରେ ଜନସାଧାରଣଙ୍କ ମନୋଭାବ ମାପିଥିଲା ଏବଂ ଦେଖାଇଥିଲା ଯେ ଯୁବକଙ୍କ ମଧ୍ୟରେ ନୂଆ ଦଳ ପ୍ରତି ଆଗ୍ରହ ଏବଂ ବେକାରୀ ପ୍ରତି ଅସନ୍ତୋଷ କେତେ ଗଭୀର। ଆଇଏଫଇଏସ୍ ୨୦୨୨ର ସ୍ଥାନୀୟ ନିର୍ବାଚନରେ ଟେକନିକାଲ ସହାୟତା ଏବଂ ଭୋଟର ସଚେତନତା ଅଭିଯାନ ଚଳାଇଥିଲା।
ଆଧିକାରିକ ଭାବେ ଏହି କାର୍ଯ୍ୟକ୍ରମଗୁଡ଼ିକର ଲକ୍ଷ୍ୟ ନେପାଳରେ ଗଣତନ୍ତ୍ରକୁ ସୁଦୃଢ଼ କରିବା , ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବବର୍ଗ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା, ଏବଂ ବିଶ୍ୱସନୀୟ ନିର୍ବାଚନ ସୁନିଶ୍ଚିତ କରିବା, କିନ୍ତୁ ସମାଲୋଚକମାନେ କହନ୍ତି ଯେ ଏଗୁଡ଼ିକୁ ନେପାଳର ରାଜନୈତିକ ଦଳ ଏବଂ ନାଗରିକ ସମାଜରେ ଆମେରିକୀୟ ଏଜେଣ୍ଡା ପ୍ରତିଷ୍ଠା କରିବାର ଅସ୍ତ୍ର ଭାବେ ବ୍ୟବହାର କରାଯାଇଛି। କାଠମାଣ୍ଡୁର ରାସ୍ତାରେ ଯେଉଁ ଯୁବ ଆନ୍ଦୋଳନକାରୀମାନେ ସକ୍ରିୟ ଅଛନ୍ତି ବା ଥିଲେ, ସେମାନେ କିଛି ବର୍ଷ ପୂର୍ବେ ଆମେରିକୀୟ ପାଣ୍ଠିରେ ଚାଲିଥିବା ତାଲିମ ଏବଂ ଆକ୍ଟିଭିଜିମ ପ୍ରୋଗ୍ରାମର ଅଂଶ ଥିଲେ।
ALSO READ https://purvapaksa.com/pahalgam-attack-victims-widow-calls-for-boycott-of-india-pak-match/
