୫ ସ୍ୱୟଂ ସେବକରୁ ଆରମ୍ଭ ହୋଇଥିବା ସଂଘ ଆଜି ମହାଦ୍ରୁମ, ୪୦ ଦେଶରେ ଶାଖା। ତାରିଖ ଥିଲା ୨୭ ସେପ୍ଟେମ୍ବର ୧୯୨୫ । ସ୍ଥାନ- ମୁମ୍ବାଇର ମୋହିତେର ବାଡ଼ ବିଜୟାଦଶମୀ । ଏହି ଦିନ ଡକ୍ଟର କେଶବ ବଳୀରାମ ହେଡଗେୱାର ପାଞ୍ଚ ସ୍ୱୟଂସେବକଙ୍କ ସହ ମିଶି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୂଳଦୁଆ ରଖିଥିଲେ। ସେତେବେଳେ ଅନେକ ଲୋକ ହେଡଗେୱାକରଙ୍କୁ ଥଟା କରିଥିଲେ ଓ କହିଥିଲେ ଯେ ସେ, ବାଳକମାନଙ୍କୁ ନେଇ କ୍ରାନ୍ତି କରିବାକୁ ଆସିଛନ୍ତି। ସେତେବେଳେ କେହି ମଧ୍ୟ କଳ୍ପନା କରିନଥିଲେ ଯେ ୫ ଜଣଙ୍କ ସହ ଆରମ୍ଭ ହୋଇଥିବା ଏହି ଛୋଟ ସଂଘ ଏକଦା ବିଶ୍ୱର ସବୁଠାରୁ ବଡ଼ ସ୍ୱୟଂସେବୀ ଓ ହିନ୍ଦୁ ସଂଗଠନ ହେବ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯାହା ଆରଏସ୍ଏସ୍ ନାମରେ ଅଧିକ ପରିଚିତ, ତାହା ନିଜର ୧୦୦ ବର୍ଷ ପୂରଣ କରିଛି। ଆଜି ସମଗ୍ର ଦେଶରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୭୫ ହଜାରରୁ ଅଧିକ ଶାଖା ରହିଛି। ସଂଘ ଦାବି ଅନୁସାରେ ଆଜି ତାଙ୍କ ପାଖରେ ୧ କୋଟିରୁ ଅଧିକ ପ୍ରଶିକ୍ଷିତ ସଦସ୍ୟ ରହିଛନ୍ତି। ଏହା ସହ ସଂଘର ପରିବାରରେ ୮୦ରୁ ଅଧିକ ସମବିଚାରଧାର କିମ୍ବା ଆନୁଷାଙ୍ଗିକ ସଂଗଠନ ରହିଛି। ସଂଘର ଶକ୍ତିର ଅନୁମାନ ଏହି କଥାରୁ ହିଁ କରାଯାଇପାରେ ଯେ ପ୍ରାୟ ୪୦ଟି ଦେଶରେ ସଂଘ ସକ୍ରିୟ ରହିଛି। ବର୍ତ୍ତମାନ ସଂଘର ୫୬ ହଜାରରୁ ଅଧିକ ଦୈନିକ ଶାଖା ଲଗାଯାଏ ଯେତେବେଳେ ପ୍ରାୟ ୧୪ ହଜାର ସାପ୍ତାହିକ ମଣ୍ଡଳୀ ଓ ୯ ହଜାର ମାସିକ ଶାଖା ମଧ୍ୟ ଲଗାଯାଏ।
ଖିଲାଫତ ଆନ୍ଦୋଳନରୁ ଜନ୍ମ
ବର୍ଷ ଥିଲା ୧୯୧୯ ପ୍ରଥମ ବିଶ୍ୱୟୁଦ୍ଧ ସମାପ୍ତ ହୋଇସାରିଥିଲା। ବିଶାଳ ଓ ଶକ୍ତିଶାଳୀ ଅଟ୍ଟୋମାନ୍ ସାମ୍ରାଜ୍ୟର ପତନ ହୋଇସାରିଥାଏ । ମୁସଲିମ୍ ଦୁନିଆର ଖଲିଫା କ୍ଷମତାଚ୍ୟୁତ ହୋଇସାରିଥାଏ । ଇଂରେଜମାନେ ତୁର୍କୀର ଖଲିଫାଙ୍କୁ, ଯାହାକୁ ସମଗ୍ର ବିଶ୍ୱର ମୁସଲମାନମାନେ ନିଜର ଧାର୍ମିକ ମୁଖ୍ୟ ମାନନ୍ତି, ସେହାକୁ ଗାଦୀରୁ ହଟାଇ ଦେଇଥିଲେ। ଏହି ଖବର ଅଗ୍ନି ପରି ବ୍ୟାପିଲା ଓ ବିଶ୍ୱର ସମସ୍ତ ମୁସଲମାନଙ୍କର ରୋଷ ଜାଗ୍ରୁତ ହୋଲା । ଭାରତ, ଯିଏ ନିଜେ ପରାଧିନ ଥିଲା,ସେହି ଦେଶର ମୁସଲମାନ ଖଲିଫା ପାଇଁ ରାସ୍ତାକୁ ଓହ୍ଲାଇଲେ । ଦାବି ଥିଲା, ଆମ ଖଲିଫାକୁ ପୁଣି ଗାଦି ଦିଅ ।
ଏଇଥିରୁ ଖିଲାଫତ ଆନ୍ଦୋଳନର ଜନ୍ମ ହେଲା। ଏହି ଆନ୍ଦୋଳନର ନେତୃତ୍ୱ ଅଲୀ ଭ୍ରାତା- ଶୌକତ୍ ଅଲୀ ଓ ମୋହମ୍ମଦ ଅଲୀ କରୁଥିଲେ। ସେମାନଙ୍କର ସ୍ୱପ୍ନ ଥିଲା ଯେ ଖଲିଫାଙ୍କୁ ପୁନର୍ବାର ତୁର୍କୀର ସିଂହାସନରେ ବସାଇବା। ଆନ୍ଦୋଳନ ଦ୍ରୁତ ବ୍ୟାପିଲା ଓ ଲକ୍ଷାଧିକ ଲୋକ ଏଥିରେ ଯୋଡ଼ି ହୋଇଥିଲେ।
ଅନ୍ୟପକ୍ଷରେ ଭାରତରେ ପରିସ୍ଥିତି ପୂର୍ବରୁ ବିସ୍ଫୋରକ ଥିଲା। ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡ ଲୋକମାନଙ୍କ ସ୍ମୃତିରେ ତାଜା ଥିଲା। ପଞ୍ଜାବରେ ମାର୍ଶାଲ୍ ଲକ୍ ଲାଗୁ ହୋଇଥିଲା ଓ ରୌଲାଟ ଆକ୍ଟ୍ ଭଳି କଳା ଆଇନଗୁଡ଼ିକ ଜନତାକୁ ଆକ୍ରୋଶରେ ନିଆଁ ଲଗାଇଥିଲା । ଏହି ସମୟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ମହାତ୍ମା ଗାନ୍ଧୀ ଏକ ବଡ଼ ଜନଆନ୍ଦୋଳନର ପ୍ରସ୍ତୁତି କରୁଥିଲେ। ତାଙ୍କୁ ଲାଗିଲା ଯେ ଖିଲାଫତ ଆନ୍ଦୋଳନ ହିନ୍ଦୁ-ମୁସଲମାନ ଏକତାର ସେତୁ ହୋଇପାରେ। ମହାତ୍ମା ଗାନ୍ଧୀ କହିଥିଲେ, ‘ହିନ୍ଦୁମାନଙ୍କ ପାଇଁ ଯେମିତି ଗାଈ ପୂଜ୍ୟ, ଠିକ୍ ସେହିପରି ମୁସଲମାନମାନଙ୍କ ପାଇଁ ଖଲିଫା’। ଗାନ୍ଧୀଙ୍କର ଏହି ବିଚାର ସମସ୍ତଙ୍କୁ ପସନ୍ଦ ନ ଥିଲା। ନାଗପୁରର ଯୁବ କଂଗ୍ରେସୀ ଡକ୍ଟର କେଶବ ବଳୀରାମ ଗାନ୍ଧୀଙ୍କର ବିଚାରରୁ ଅସମ୍ମତ ଥିଲେ। ତାଙ୍କର ମନେହେଲା ଯେ ଧର୍ମକୁ ରାଷ୍ଟ୍ରଠାରୁ ଉପରେ ରଖିବା ବିପଜ୍ଜନକ। ଏହା ସତ୍ତ୍ୱେ, ଗାନ୍ଧୀଙ୍କର ଆଗ୍ରହରେ ସେମାନେ ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ଉଗ୍ର ଭାଷଣ ଯୋଗୁଁ ଜେଲ୍ ମଧ୍ୟ ଯାଇଥିଲେ।
୧୯୨୧ରେ ଯେତେବେଳେ ଆନ୍ଦୋଳନ କେରଳର ମାଲାବାର୍ ପହଞ୍ଚିଲା, ସେଠାରେ ପରିସ୍ଥିତି ବିଗଡ଼ି ଗଲା। ମୁସଲମାନ କୃଷକ ଓ ହିନ୍ଦୁ ଜମିଦାରମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହେଲା ଓ ୨ ହଜାରରୁ ଅଧିକ ହିନ୍ଦୁଙ୍କୁ ହତ୍ୟା କରାଯାଇଥିଲା । ଡକ୍ଟର ଭୀମରାଓ ଆମ୍ବେଦକର୍ ନିଜର ପୁସ୍ତକ ‘ଥଟ୍ସ୍ ଅନ୍ ପାକିସ୍ତାନ’ରେ ଲେଖିଛନ୍ତି ଯେ ଏହି ହିଂସାରେ ଜବରଦସ୍ତି ଧର୍ମାନ୍ତରଣ ଓ ମନ୍ଦିରଗୁଡ଼ିକର ଧ୍ୱଂସ ହୋଇଥିଲା। ଏନି ବେସାନ୍ତ ମଧ୍ୟ ଗାନ୍ଧୀଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ଓ ଖବରକାଗଜରେ ଏକ ଲେଖା ଲେଖିଥିଲେ ଯେ ଯଦି ମହାତ୍ମା ଗାନ୍ଧୀ ମାଲାବାର୍ ଆସନ୍ତି, ତେବେ ତାଙ୍କୁ ନିଜର ନିଷ୍ପତ୍ତିର ଦୁଃପରିଣାମ ଦେଖାଯିବ।
ହେଡଗେୱାର ଏହି ଘଟଣାଗୁଡ଼ିକ ଦ୍ୱାରା ଆହତ ହୋଇଥିଲେ । ସେ ଅନୁଭବ କଲେ ଯେ ହିନ୍ଦୁମାନଙ୍କ ପାଇଁ ଏକ ପୃଥକ୍ ସଂଗଠନର ଆବଶ୍ୟକତା ରହିଛି। ସେ ହିନ୍ଦୁ ମହାସଭାରେ ମଧ୍ୟ ଯୋଗ ଦେଇଥିଲେ, କିନ୍ତୁ ଶୀଘ୍ର ହିଁ ନିରାଶ ହୋଇଥିଲେ। ତାଙ୍କୁ ଲାଗିଲା ଯେ ଏହି ସଂଗଠନ ରାଜନୈତିକ ବୁଝାମଣା ଚାହୁଁଛି ଓ ହିନ୍ଦୁ ହିତର ରକ୍ଷା କରିପାରିବ ନାହିଁ।
ବିଜୟାଦଶମୀରେ ସଂଘ
ପରେ ଆସିଲା ସେହି ଐତିହାସିକ ଦିନ- ୨୭ ସେପ୍ଟେମ୍ବର ୧୯୨୫। ବିଜୟାଦଶମୀର ବିଶେଷ ପର୍ବରେ ହେଡଗେୱାର ନିଜ ଘରକୁ ପାଞ୍ଚ ସାଥୀଙ୍କୁ ଡାକିଥିଲେ। ବୈଠକରେ ତାଙ୍କ ସହ ବିନାୟକ ଦାମୋଦର ସାବରକରଙ୍କ ଭାଇ ଗଣେଶ ସାବରକର, ଡକ୍ଟର ବିଏସ୍ ମୁଞ୍ଜେ, ଏଲ୍ଭି ପରାଞ୍ଜପେ ଓ ବିବି ଥୋଲକର ଅନ୍ତର୍ଭୁକ୍ତ ଥିଲେ। ବୈଠକରେ ସେମାନେ ଘୋଷଣା କରି କହିଥିଲେ ଯେ ଆଜିରୁ ଆମେ ସଂଘ ଆରମ୍ଭ କରୁଛୁ। ଏହିଠାରୁ ଆରମ୍ଭ ହେଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର ଯାତ୍ରା।
ଆରମ୍ଭର ଦିନଗୁଡ଼ିକରେ ସଦସ୍ୟମାନେ ସପ୍ତାହରେ ମାତ୍ର ଦୁଇଦିନ ଏକାଠି ହେଉଥିଲେ। ରବିବାର ଦିନ ବ୍ୟାୟାମ କରୁଥିଲେ ଓ ଗୁରୁବାର ଦିନ ରାଷ୍ଟ୍ରୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୁଏ। ଏହି ବୈଠକକୁ ଶାଖା ନାମ ଦିଆଯାଇଥିଲା। ଏହି ଶାଖା ପରେ ସଂଘର ପରିଚୟ ହେଲା। ୧୭ ଏପ୍ରିଲ୍ ୧୯୨୬ରେ ସଂଗଠନର ଔପଚାରିକ ନାମକରଣ ହେଲା- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ସେହି ବର୍ଷ ରାମ ନବମୀରେ ସ୍ୱୟଂସେବକମାନେ ପ୍ରଥମ ଥର ୟୁନିଫର୍ମରେ ଦେଖାଯାଇଥିଲେ । ଖାକୀ ସର୍ଟ୍-ପ୍ୟାଣ୍ଟ, ଟୋପି ଓ ବୁଟ୍। ଯାହା ଆଗକୁ ଚାଲି ସଂଘର ପରିଚୟ ଓ ଅନୁଶାସନର ପ୍ରତୀକ ହେଲା ।
କିଛି ସମୟ ପରେ ନାଗପୁରର ମୋହିତେର ବାଡ଼ ମଇଦାନରୁ ନିୟମିତ ଶାଖାଗୁଡ଼ିକର ଆରମ୍ଭ ହେଲା। ଏହି ସେହି ବିନ୍ଦୁ ଥିଲା, ଯେଉଁଠାରୁ ସଂଘ ଧୀରେ ଧୀରେ ବ୍ୟାପିଲା ଓ ଭାରତୀୟ ସମାଜ-ରାଜନୀତିରେ ନିଜର ଛାପ ଛାଡ଼ିଲା।
ଯୁବକଙ୍କୁ ଏମିତି ଯୋଡୁଥିଲେ ହେଡୱାକର
ଡକ୍ଟର ହେଡଗେୱାରଙ୍କ ପାଖରେ ଯୁବକମାନଙ୍କୁ ଯୋଡ଼ିବାର ଏକ ଭିନ୍ନ ଉପାୟ ଥିଲା। ସେ କହୁଥିଲେ ଯେ ମ୍ୟାଟ୍ରିକ୍ ପାସ୍ କରୁଥିବା ଛାତ୍ର ନାଗପୁର ପର୍ଯ୍ୟନ୍ତ ସୀମିତ ନ ରହି ଅଲଗା ସହରରେ ପଢ଼ିବା ଆବଶ୍ୟକ । ଅନ୍ୟ ସହରକୁ ଯାଇ ନାଗପୁର ଯୁବକଙ୍କୁ ସେଠାକାର କଲେଜରେ ଶାଖା ସ୍ଥାପନ କରିବାକୁ ସେ ପ୍ରେରିତ କରୁଥିଲେ । ଏହି ଉପାୟରେ ସଂଘର ସନ୍ଦେଶ ନୂଆ-ନୂଆ ସହର ଓ କଲେଜଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିବାକୁ ଲାଗିଲା। ଛୁଟିରେ ଯେତେବେଳେ ଏହି ଛାତ୍ରମାନେ ନାଗପୁର ଫେରିଆସୁଥିଲେ, ସେତେବେଳେ ହେଡଗେୱାର ସେମାନଙ୍କୁ ବିଶେଷ ଭାବେ ପଚାରୁଥିଲେ ଯେ ଶାଖା କେମିତି ଚାଲୁଛି, କେତେ ଲୋକ ଯୋଡ଼ି ହେଉଛନ୍ତି ଓ କଣ କଣ କଷ୍ଟର ସାମ୍ନା କରିବାକୁ ପଡ଼ୁଛି। ଏହା ଦ୍ୱାରା ସେମାନଙ୍କୁ ବାହାରେ ଶାଖାର କାର୍ଯ୍ୟକଳାପ କେମିତି ଚାଲୁଛି ତାହା ଜଣାପଡ଼ୁଥିଲା।
ମହାରାଷ୍ଟ୍ରରୁ ବାହାରେ ସଂଘର ପ୍ରଥମ ଶାଖା ୧୯୩୦ରେ ବାରାଣସୀରେ ଆରମ୍ଭ ହୋଇଥିଲା । ଏହି ଶାଖାରୁ ସଂଘର ଦ୍ୱିତୀୟ ସରସଂଘଚାଳକ ଗୁରୁଜୀ (ମାଧବ ସଦାଶିବରାଓ ଗୋଲୱାଲକର) ଆସିଥିଲେ । ଏହା ବ୍ୟତୀତ ଯେଉଁ ବାଳକମାନେ ନିୟମିତ ଶାଖାରେ ଆସୁନଥିଲେ, ସେମାନଙ୍କ ଘରକୁ ହେଡଗେୱାର ନିଜେ ଯାଉଥିଲେ। ସେମାନଙ୍କ ସହ ଖୋଲାଖୋଲି କଥାବାର୍ତ୍ତା କରୁଥିଲେ, ସେମାନଙ୍କ ପରିବାର ସହ ମିଶୁଥିଲେ। ତାଙ୍କର ସାଧା ଜୀବନଶୈଳୀ ଓ କଥା ଦ୍ୱାରା ପ୍ରଭାବିତ ହୋଇ ଅନେକ ପରିବାର ନିଜର ସନ୍ତାନମାନଙ୍କୁ ନିଜେ ଶାଖାରେ ପଠାଇବାକୁ ଲାଗିଲେ। ଧୀରେ ଧୀରେ ଏହି ପ୍ରଭାବ ଏତେ ବଢ଼ିଗଲା ଯେ ପ୍ରତ୍ୟେକ ମାସରେ ସଂଘରେ ନୂଆ ସ୍ୱୟଂସେବକମାନେ ଯୋଗ ଦବାକୁ ଲାଗିଲେ । ଏହି ଉପାୟରେ ଶାଖା ନାଗପୁରରୁ ବାହାରି ପୁରା ଦେଶରେ ବ୍ୟାପିବାକୁ ଲାଗିଲା।
ରାଷ୍ଟ୍ରୀୟ ସ୍ୱୟଂସେବକରେ ୧୯୨୫ରୁ ଆଜି ପର୍ଯ୍ୟନ୍ତ ୬ ଜଣ ସରସଂଘଚାଳକ ରହିଛନ୍ତି। ଡକ୍ଟର ହେଡଗେୱାର ଯିଏ ସଂଘର ପ୍ରତିଷ୍ଠା କରିଥିଲେ,ସେ ୧୯୨୫ରୁ ୧୯୪୦ ପର୍ଯ୍ୟନ୍ତ ନିଜର ଦାୟିତ୍ୱ ସଞ୍ଚାଳନା କରିଥିଲେ। ୧୯୪୦ରେ ଡକ୍ଟର ହେଡଗେୱାରଙ୍କର ନିଧନ ପରେ ତାଙ୍କ ସ୍ଥାନ ନେଇଥିଲେ ମାଧବ ସଦାଶିବରାଓ ଗୋଲୱାଲକର । ଲୋକେ ତାଙ୍କୁ ଗୁରୁଜୀ କହି ଡାକୁଥିଲେ। ଗୋଲୱାଲକର ୧୯୪୦ରୁ ୧୯୭୩ ପର୍ଯ୍ୟନ୍ତ ପଦ ସଞ୍ଚାଳନା କରିଥିଲେ। ତାଙ୍କର ନିଧନ ପରେ ୧୯୭୩ରେ ମଧୁକର ଦତ୍ତାତ୍ରେୟ ଦେଓରସ୍ ସରସଂଘଚାଳକ ହେଲେ। ତାଙ୍କୁ ଅଧିକାଂଶ ଲୋକ ବାଲାସାହେବ ଦେଓରସ୍ ନାମରେ ଜାଣନ୍ତି। ୧୯୯୩ରେ ଏହି ପଦ ପ୍ରଫେସର ରାଜେନ୍ଦ୍ର ସିଂହ ଓରଫ ରଜ୍ଜୁ ଭାଇୟା ନେଇଥିଲେ। ଯଦିଓ ୨୦୦୦ରେ ରଜ୍ଜୁ ଭାଇୟା ସ୍ୱାସ୍ଥ୍ୟ କାରଣରୁ ନିଜର ଜୀବଦଶାରେହିଁ ସରସଂଘଚାଳକ ପଦ କୃପାହଳ୍ଳି ସୀତାରାମାୟ୍ୟା ସୁଦର୍ଶନଙ୍କୁ ପ୍ରଦାନ କରିଥିଲେ । ୨୦୦୯ରେ ସୁଦର୍ଶନଜୀ ମଧ୍ୟ ସ୍ୱାସ୍ଥ୍ୟ କାରଣରୁ ନିଜର ଉତ୍ତରଦାୟିତ୍ୱ ଡକ୍ଟର ମୋହନରାଓ ମଧୁକରରାଓ ଭାଗବତ୍ (ମୋହନ୍ ଭାଗବତ୍)ଙ୍କୁ ସମର୍ପଣ କରିଥିଲେ ।
ALSO READ https://purvapaksa.com/the-story-of-two-goddesses-whose-mounts-are-donkeys/
The story of two goddesses, whose mounts are donkeys ।। ଦୁଇ ଦେବୀଙ୍କ କାହାଣୀ,ଯାହାଙ୍କ ବାହନ ଗଧ
