ଇସ୍ରାଏଲ-ଇରାନ୍ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ସାମିଲ ହୋଇ ଇରାନ୍ର ତିନି ଗୋଟି ପ୍ରମୁଖ ପରମାଣୁ କେନ୍ଦ୍ର ଉପରେ ବୋମା ବର୍ଷା କରିବା ପରେ ପଶ୍ଚିମ ଏସିଆ ଏକ ଅଭୂତପୂର୍ବ ସଂକଟ ଭିତରକୁ ଠେଲିହୋଇ ଯାଇଥିଲା। ତେହରାନ୍ ପ୍ରତିଆକ୍ରମଣ କରିବାକୁ ଶପଥ ନେଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ସେପରି କିଛି କରିନାହିଁ । ଅପର ପକ୍ଷରେ ଇସ୍ରାଏଲ ସହିତ ଇରାନ୍ର ଯୁଦ୍ଧ ବେଳକୁ ବେଳ ଘନେଇ ଆସୁଥୁଲା ; ଉଭୟ ପକ୍ଷ ପରସ୍ପର ଉପରେ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରି ଚାଲିଥିଲେ । ପ୍ରାୟ ବାର ଘଣ୍ଟା ଧରି ଚାଲିଥିବା ଏହି ଯୁଦ୍ଧରେ ବିରାମ ଘଟିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଛନ୍ତି । କୃତାର ଏଥିପାଇଁ ମଧ୍ୟସ୍ଥତା କରି ଇରାନ୍ ସହିତ ଅସ୍ତ୍ରବିରତି ଆଲୋଚନା କରିବା ପରେ ଇସ୍ରାଏଲ ଏଇ ସର୍ଭରେ ରାଜି ହୋଇଥିଲା ଯେ ଇରାନ୍ ଏହାର ଦେଶ ଉପରେ ଆକ୍ରମଣ ନ କରିବାକୁ ପ୍ରତିଶ୍ରୁତି ଦେଲେ ଅସ୍ତ୍ର ବିରତି ହୋଇ ପାରିବ ।
ସେ ଯାହାହେଉ, ଆମେରିକା, ଯିଏକି ବିନା କୌଣସି ଆହ୍ଵାନରେ ଏହି ଯୁଦ୍ଧରେ ସମିଲ ହୋଇଥିଲା, ତାହା ଏବେ ଅସ୍ତ୍ର ବିରତିର ଘୋଷଣା କରିବା ଏକ ସୁଖଦ ଖବର। ତେବେ ଏସବୁ ଭିତରେ ଆମେରିକା ହୁଏତ ବୋମା ବର୍ଷା କରି ଇରାନ୍ ସମୃଦ୍ଧ ପରମାଣୁ ଅସ୍ତ୍ର ତିଆରି କରିବାର ପ୍ରକ୍ରିୟାକୁ ମନ୍ଥର କରାଇବାରେ କିଛି ଭୂମିକା ନିର୍ବାହ କରିଛି, କିନ୍ତୁ କାହାଣୀରେ କ୍ଵଚିତ୍ ପୂର୍ଣଚ୍ଛେଦ ପକାଇବାରେ ସକ୍ଷମ ହୋଇଛି ବୋଲି କୁହାଯାଇପାରେ, କାରଣ ଏ ବାବଦରେ କଠୋର ଆଭିମୁଖ୍ୟ ଆପଣାଇଥବା ଇରାନ୍ର ରାଜନୀତିକ ଇଚ୍ଛାଶକ୍ତି ପୁଣିଥରେ ଆଣବିକ କେନ୍ଦ୍ର ପ୍ରତିଷ୍ଠା କରିବାର ସମସ୍ତ ସମ୍ଭାବନା ରହିଛି। ଏହାର ତିନି ଗୋଟି ଆଣବିକ କେନ୍ଦ୍ର ଉପରେ ଆକ୍ରମଣ ହେବା ପୂର୍ବରୁ ଏହା ହୁଏତ ପ୍ରଚୁର ପରିମାଣରେ ସମୃଦ୍ଧ ଜାଳେଣିକୁ ସୁରକ୍ଷିତ ରଖୁ ଦେଇଛି ଏବଂ ଏହାର ବୈଷୟିକ ଜ୍ଞନକୌଶଳ ଯଥେଷ୍ଟ ସମୃଦ୍ଧ ଯେଉଁଥିପାଇଁ ଆମେରିକାର ବୋମା,ବର୍ଷୀ ଜାହାଜଗୁଡ଼ିକ ମିଶୌରୀରୁ ଦୀର୍ଘ ୧୮ ଘଣ୍ଟା ଯାତ୍ରା କରି ଏହି ଦେଶକୁ ଆସି ବୋମା ମାଡ଼ କରିଥିଲେ ।
ମେଟାମୋଟି ଏହି ଆକ୍ରମଣ ଫଳରେ ଆମେରିକା ହୁଏତ ଇରାନ୍ର ଆଣବିକ ସୁବିଧାକୁ ଉଡ଼ାଇ ଦେଇଥାଇପାରେ ବୋଲି ସନ୍ତୁଷ୍ଟ ହୋଇପାରେ, କିନ୍ତୁ ଏସବୁ ଭିତରେ ଯାହାର ସମ୍ଭାବନା ହ୍ରାସ ପାଇଲା, ତାହା ହେଉଛି- ଇରାନ୍ର ପରମାଣୁ ଅସ୍ତ୍ର ତିଆରି କରିବାର ମହଲ୍କାକାଂକ୍ଷାକୁ ରୁଦ୍ଧ କରିବା ନିମନ୍ତେ କୌଣସି ପ୍ରକାରର ରାଜନୀତିକ ସମାଧାନ ହୋଇ ପାରିବା ।
ଏହା ହୁଏତ କୁହାଯାଇପାରେ ଯେ ପ୍ରେମ ଓ ଯୁଦ୍ଧରେ ସବୁକିଛି ଠିକ, ପରନ୍ତୁ ଉପରୋକ୍ତ ଯୁଦ୍ଧ ପରିପ୍ରେକ୍ଷୀରେ କିଛି ପାକିସ୍ତାନୀ ତତ୍ତ୍ଵ ଏହାକୁ ଆଉ କିଛି ବାଟ ଆଗକୁ ନେଇ ଯିବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁ ନାହାନ୍ତି । ଏହି ତତ୍ତ୍ୱମାନେ ମିଥ୍ୟା ତଥ୍ୟ ପ୍ରସାର କରିବାରେ ବ୍ୟସ୍ତ କି ଆମେରିକା ଇରାନ୍ ଉପରେ ବୋମା ମାଡ଼ କରିବା ପାଇଁ ଭାରତର ଆକାଶ ମାର୍ଗ ବ୍ୟବହାର କରିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ପ୍ରସ୍ତାବ ଦେଉଥିବା ଏହି ରାଷ୍ଟ୍ରର ବ୍ୟବହାର ଏବଂ ଚିନ୍ତାଧାରା, ତଥ୍ୟ ଏବଂ ମନଗଢ଼ା କାହାଣୀ, ସ୍ଵପ୍ନ ଏବଂ ବାସ୍ତବତା ଭିତରେ ଯେ ପାର୍ଥକ୍ୟ ବାରିବାର ଆଦୌ ସାମର୍ଥ୍ୟ ନାହିଁ, ତାହା ନିଃସନ୍ଦେହରେ କୁହାଯାଇପାରେ। ଗୋଟିଏ ବାକ୍ୟରେ କହିଲେ, ଏହା ଦୃଷ୍ଟିଶକ୍ତିହୀନମାନଙ୍କ ହାତୀ ଦେଖୁବା ଭଳି କଥା । ଏକ ପରସ୍ପର ସହିତ ସଂଯୁକ୍ତ ବିଶ୍ଵରେ କୌଣସି ଗୋଟିଏ ରାଷ୍ଟ୍ର ଆଉ ଗୋଟିଏ ରାଷ୍ଟ୍ର ସହିତ ଏକାକୀ ଯୁଦ୍ଧ କରିବାର ସମ୍ଭାବନା କ୍ଷୀଣ ଏବଂ ଏହାର ପ୍ରତିଫଳ ସମଗ୍ର ବିଶ୍ୱ ପାଇଁ ଅବଶ୍ୟ କ୍ଷତିକାରକ, କାରଣ ମାତ୍ର ବାର ଘଣ୍ଟା ଭିତରେ ତୈଳ ଦର କିପରି ହୁ ହୁ ହୋଇ ବଢ଼ିଗଲା, ତାହା ସମସ୍ତେ ଜାଣନ୍ତି ।
ଏହି ଯୁଦ୍ଧ ଯଦି ଅଧିକ ସମୟ ଚାଲିଥାନ୍ତା, ତା’ହେଲେ ଇରାନ୍ ହରମୁଜ୍ ପ୍ରଣାଳୀକୁ ବନ୍ଦ କରିବାର ଯେଉଁ ନିଷ୍ପଭି ନେଇଥିଲା, ତାହା କିପରି ପ୍ରଭାବିତ କରିଥାନ୍ତା, ଏଥରୁ ସହଜରେ ଅନୁମେୟ, କାରଣ ଏହି ପଥ ଦେଇ ବିଶ୍ବର ୨୦ ପ୍ରତିଶତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ପରିବାହିତ ହୋଇଥାଏ।
ଇସ୍ରାଏଲ-ଇରାନ୍ ଯୁଦ୍ଧରେ କୃତାର ମଧ୍ୟସ୍ଥତା କରିବା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ୍ର ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆଁଙ୍କ ସହିତ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଥିଲେ ଏବଂ ଶାନ୍ତି ରକ୍ଷା କରିବା ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲେ। ଯଦି ଏହି ଯୁଦ୍ଧ ଅଧିକ ସମୟ ଗଲିଥାନ୍ତା, ତା’ହେଲେ ଭାରତକୁ ତୈଳ ଆମଦାନୀ ନିମନ୍ତେ ପୁଣିଥରେ ବିଭିନ୍ନ ଦେଶଙ୍କ ସହିତ ଆଲୋଚନା କରି ନୂଆ ଯୋଗାଣକାରୀ ସ୍ଥିର କରିବାକୁ ପଡ଼ିଥାନ୍ତା ଯାହା ଆଦୌ ଏକ ସହଜସାଧ୍ୟ କଥା ନୁହେଁ ।
ଗତ ବର୍ଷ ହରମୁଜ୍ ପ୍ରଣଳୀ ଦେଇ ଭାରତ ପ୍ରାୟ ୧୦୦ ବିଲିଅନ୍ ଡଲାରର ତୈଳ ଏବଂ ଲଜିଷ୍ଟିକ୍ସ ଇରାକ୍, ସାଉଦି ଆରବ ଏବଂ ୟୁଏଇଠାରୁ ଆମଦାନୀ କରିଥିଲା। ତୈଳ ଆମଦାନୀ ପାଇଁ ହାରାହାରି ୯୦ ପ୍ରତିଶତ ବାହାର ଦେଶମାନଙ୍କ ଉପରେ ନିର୍ଭର କରୁଥିବା ଏକ ଦେଶ ଭାବରେ ଭାରତ ତୈଳ ଦର ବୃଦ୍ଧିକୁ ନେଇ ଅଧିକ ଚିନ୍ତିତ ହୋଇ ପଡ଼ିବା ସ୍ଵାଭାବିକ କଥା । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେଲେ କେବଳ ଭାରତୀୟମାନେ ଯେ ଚିତ ହୋଇ ପଡ଼ିବେ, ସେପରି ନୁହେଁ । ଯୁଦ୍ଧର ଅର୍ଥନୀତିକ ପ୍ରଭାବ ସମଗ୍ର ବିଶ୍ବ ଉପରେ ପଡ଼ିଥାଏ, ଯାହା ରାଜନେତାମାନଙ୍କ ପାଇଁ ସେତିକି ବେଳେ କ୍ଵଚିତ୍ କୌଣସି ମହତ୍ତ୍ବ ରଖୁଥିବା ମନେହୁଏ, ଯେତେବେଳେ ସେମାନେ ଯୁଦ୍ଧର ଡାହାଳ କୁକୁରମାନଙ୍କୁ ଖୋଲା ଛାଡ଼ି ଦିଅନ୍ତି ।
କେବଳ ଏତିକି ନୁହେଁ, ଆଜିକା ସମୟରେ ଭାରତର ଅନେକ ନାଗରିକ ବିଦେଶରେ ବିଭିନ୍ନ ବୃଦ୍ଧିରେ ନିୟୋଜିତ ଯେଉଁମାନେ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ଅବଦାନ ରଖନ୍ତି । ସେମାନଙ୍କ ଜୀବନର ସୁରକ୍ଷା ମଧ୍ୟ ଅନ୍ୟତମ ଚିନ୍ତାର ବିଷୟ । ଏକ ଆଞ୍ଚଳିକ ଯୁଦ୍ଧ ମଧ୍ଯ ସେମାନଙ୍କ ମନରେ ଭୟ ସଞ୍ଚାର କରିଥାଏ ଯାହାକୁ ନେଇ ସେମାନେ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥାନ୍ତି । ଏଭଳି ପରିସ୍ଥିତିରେ ଏକ ଦେଶକୁ ସେମାନଙ୍କ ସୁରକ୍ଷା ଚିନ୍ତା ମଧ୍ୟ କରିବାକୁ ପଡ଼ିଥାଏ । ସେ ଯାହାହେଉ, ଇସ୍ରାଏଲ ଓ ଇରାନ୍ ଯୁଦ୍ଧରେ ବିରାମ ଘଟିବା ଅବଶ୍ୟ ଏକ ସ୍ବାଗତଯୋଗ୍ୟ କଥା।
Also read https://purvapaksa.com/should-not-ask-these-questions-from-chatgpt/
should not ask these questions from ChatGPT ।। ଚାଟ୍ ଜିପିଟିକୁ କେବେ ବି ପଚାରନ୍ତୁ ନାହିଁ ଏହି ସବୁ ପ୍ରଶ୍ନ
