ଭାରତୀୟ ସଂସଦର ଅଧିବେଶନ ସାଧାରଣତଃ ଦେଶର ବିଶାଳ ସମସ୍ୟାଗୁଡ଼ିକ ଆଲୋଚନା ହେବାର ମଞ୍ଚରୂପେ ବିବେଚନା କରାଯାଏ । କିନ୍ତୁ ଏଥର ଲୋକସଭାର ଆଲୋଚନାରେ ଓଡ଼ିଶାର ସାଧାରଣ ବଣ୍ଟନ ବ୍ୟବସ୍ଥା- ଅର୍ଥାତ୍ ରାସନ ପହଞ୍ଚିବା, ହିତାଧିକାରୀଙ୍କ ଚିହ୍ନଟ, ଇ-କେୱାଇସି ଅସୁବିଧା , ଗୋଦାମ ପରିଚାଳନା ଓ ଜନଜାତିୟ ଅଞ୍ଚଳରେ ରାସନ ସାମଗ୍ରୀର ଦୁର୍ଲଭତା କେନ୍ଦ୍ର ସରକାରଙ୍କ ଗୁରୁତର ଚିନ୍ତାବିଷୟ ହୋଇପଡ଼ିଛି । ଏହି ସମସ୍ୟାକୁ ଲୋକସଭାରେ ବିରୋଧୀ ସଦସ୍ୟମାନେ ନୁହେଁ-ଓଡ଼ିଶାର ଶାସକଦଳ ବିଜେପିର ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଉଠାଇଛନ୍ତି । ଏହା ହେଉଛି ଘଟଣାର ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ସଙ୍କେତ- ରାଜ୍ୟର ବିଫଳତା ସମ୍ପର୍କରେ ବିପକ୍ଷ ନୁହେଁ, ଶାସକଦଳର ସାଂସଦମାନେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି ।

୧. ବିବୃତି ବୀର ଓ ବାହାପିଆ ବଣ୍ଟନମନ୍ତ୍ରୀଙ୍କ “ଅଦୃଶ୍ୟତା”
ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥା ପୂରାପୁରି ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହୁଏ। କେନ୍ଦ୍ର ସରକାର କେବଳ-
• ଖାଦ୍ୟଶସ୍ୟ ଯୋଗାଇଥାଏ,
• ଗୋଦାମକୁ ପହଞ୍ଚାଏ,
• ଟେକ୍ନୋଲୋଜି ଓ ଅଡିଟ୍ ମାନଦଣ୍ଡ ଦିଏ।
କିନ୍ତୁ ବଣ୍ଟନ, ହିତାଧିକାରୀଙ୍କ ଚିହ୍ନଟ, ରାସନ ବିତରଣ, ଇ-କେୱାଇସି, ଦୋକାନ ନିରୀକ୍ଷଣ- ସବୁର ଦାୟିତ୍ୱ ରାଜ୍ୟ ସରକାରଙ୍କର।
ଓଡ଼ିଶାର ବର୍ତ୍ତମାନର ଯୋଗାଣ ମନ୍ତ୍ରୀଙ୍କୁ ନେଇ ପ୍ରଶ୍ନ ଏକାଧିକ- କେବଳ ମାତ୍ର ବିବୃତି ଦେବା, କିନ୍ତୁ ସମସ୍ୟା, ଅଭିଯୋଗର ଅନ୍ତ ନାହିଁ!
ଗ୍ରାମାଞ୍ଚଳରେ ରାସନ ପହଞ୍ଚୁନାହିଁ, ଜନଜାତି ଅଞ୍ଚଳରେ ଦୁଇ ମାସରେ ଥରେ ଚାଉଳ ମିଳୁଛି, ଇ-କେୱାଇସି ନ ଥିବାରୁ ଅସଂଖ୍ୟ ହିତାଧିକାରୀ ବାହାର। ସବୁବେଳେ ବିବୃତି ଦେବାକୁ ଆଗଭର ହେଉଥିବା ବଣ୍ଟନମନ୍ତ୍ରୀଙ୍କର ଏପ୍ରସଙ୍ଗରେ ନିରବତା ଅଧିକ ପ୍ରଶ୍ନକୁ ଜନ୍ମ ଦେଉଛି।
ଯାହାକୁ ନେଇ ଏବେ ସେହି ପ୍ରଶ୍ନ ସିଧାସଳଖ ଲୋକସଭାରେ।
୨. ଆଦିବାସୀ ଅଞ୍ଚଳର ହାଜାରେ ଅଭିଯୋଗ—ରାସନ ଆସୁନାହିଁ
ମୟୂରଭଞ୍ଜ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ଅନୁଗୁଳର ପାର୍ବତ୍ୟ ଅଞ୍ଚଳ ସବୁଜଣା ଯେ ଏଠାରେ-
• ରାସ୍ତା ଦୁର୍ଲଭ
• ଗାଁ ବିଚ୍ଛିନ୍ନ
• ପରିବହନ ଅସୁବିଧା
• ଏପିଏଲ/ବିପିଏଲ ଯାଞ୍ଚରେ ବିକଳ୍ପ ତଥ୍ୟ ଅନୁପଲବ୍ଧ
• ବାୟୋମେଟ୍ରିକ୍ ନ ଥିଲେ ରାସନ ମିଳେନି
ଏପରି ସ୍ଥିତିକୁ ଧ୍ୟାନରେ ରଖି ସାଂସଦ ନବ ଚରଣ ମାଝୀ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି- “ଦୂରଦୂରାନ୍ତ ଅଞ୍ଚଳରେ ରାସନ ପହଞ୍ଚୁନଥିବାକୁ ନେଇ କେନ୍ଦ୍ର ସରକାର କିଛି ପଦକ୍ଷେପ ନେବେ କି?”
ଏହି ପ୍ରଶ୍ନ ଗଭୀର।
କାରଣ ଏଠାରେ କେନ୍ଦ୍ରକୁ ଦୋଷ ଦେବା ପାଇଁ କୌଣସି ଦାୟିତ୍ୱ ନ ଥାଏ।
ରାସନ ବଣ୍ଟନ ସମ୍ପୂର୍ଣ୍ଣରୂପେ ରାଜ୍ୟର ଦାୟିତ୍ୱ।
ସେହିପରି ଆଉ ଏକ ଚିନ୍ତା- କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ପ୍ରଶ୍ନ।
• ଇ-କେୱାଇସି ଦ୍ୱାରା ଲକ୍ଷାଧିକ ଜନଜାତି ହିତାଧିକାରୀ ଅନୁପସ୍ଥିତ
• ଅନେକଙ୍କ ଆଙ୍ଗୁଠିର ଛାପ ମେସିନ ପଢ଼ିପାରୁନାହିଁ
• ବିକଳ୍ପ ଯନ୍ତ୍ର ବିଭାଗ ଦେଉନାହିଁ
• ବୃଦ୍ଧ ଓ ମହିଳାଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ନାହିଁ।
ଏହି ସମସ୍ତକୁ ନେଇ ଲୋକସଭାରେ ଏକ ମେସେଜ୍ ସ୍ପଷ୍ଟ- “ଜନଜାତି ଅଞ୍ଚଳରେ ଓଡ଼ିଶାର ବଣ୍ଟନ ବ୍ୟବସ୍ଥା ଭୟଙ୍କର ଭାବେ ଧସିଛି।”
୩. ଅନ୍ତୋଦୟ ଅନ୍ନ ଯୋଜନା—ନୀତି ସ୍ପଷ୍ଟ, ପ୍ରକ୍ରିୟା ଧୀମା
କେନ୍ଦ୍ରର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ ସ୍ପଷ୍ଟ କହିଦେଇଛନ୍ତି-
• ୨୦୨୦ରୁ ପ୍ରତି ହିତାଧିକାରୀକୁ ୫ କିଲୋ ଚାଉଳ ମିଳିବ
• ଗ୍ରାମାଞ୍ଚଳର ୭୫% ଜନତାକୁ ଟାର୍ଗେଟ
• ସହରାଞ୍ଚଳର ୫୦% ଜନତାକୁ ଟାର୍ଗେଟ
• ଓଡ଼ିଶାରେ ୨୦୨୫ରୁ ୨କୋଟି ୩୪ ଲକ୍ଷ ୭୯ହଜାର ହିତାଧିକାରୀ ଅଛନ୍ତି
• ଓଡ଼ିଶାକୁ ମିଳିଛି-୧୮ ଲକ୍ଷ ୪୧ ହଜାର ମେଟ୍ରିକ୍ ଟନ ଚାଉଳ
ଅର୍ଥାତ୍- ଚାଉଳର ଅଭାବ ନାହିଁ।
ସମସ୍ୟା ଅଛି- ରାଜ୍ୟର ବଣ୍ଟନ ପ୍ରଣାଳୀରେ।
ପ୍ରଶ୍ନ ହେଉଛି- ଯଦି କେନ୍ଦ୍ର ଏତେ ଚାଉଳ ଦେଉଛି, ତେବେ ଗାଁର ଲୋକ କାହିଁକି କହୁଛନ୍ତି- “ଦୁଇ ମାସ ହେଲା ରାସନ ଆସୁନାହିଁ।”
ଏହି ବିପରୀତ ତଥ୍ୟର ଦୁଇଟି କାରଣ-
୧ . ରାଜ୍ୟ ତରଫରୁ ଦୋକାନକୁ ରାସନ ପରିବହନର ସମସ୍ୟା
୨. ଇ-କେୱାଇସି ଓ ବାୟୋମେଟ୍ରିକ୍ ତ୍ରୁଟି
ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉକ୍ତି ଏହି ଦିଗରେ ଅସଲି ସମସ୍ୟାକୁ ଦେଖେଇ ଦେଉଛି- “ଚିହ୍ନଟ, ଯାଞ୍ଚ, ବଣ୍ଟନ-ଏହା ସବୁ ରାଜ୍ୟର କାମ।”
ଏହା ଏକ ପରୋକ୍ଷ କିନ୍ତୁ ଖୋଲା ବାର୍ତ୍ତା- “ଆପଣଙ୍କ ସାଂସଦ ଯାହା ଅଭିଯୋଗ କରୁଛନ୍ତି, ସେଥିପାଇଁ ଦାୟୀ ରାଜ୍ୟ।”
ଇ-କେୱାଇସି—ପ୍ରବଳ ଟେକ୍ନୋଲୋଜି, ଦୁର୍ବଳ କାର୍ଯ୍ୟନିଷ୍ଠା

ରାସନ ବ୍ୟବସ୍ଥାକୁ ପାରଦର୍ଶୀ କରିବାକୁ ଇ-କେୱାଇସି ଆବଶ୍ୟକ-ଏହା ନିଶ୍ଚିତ।
କିନ୍ତୁ ତାହାକୁ ସଫଳ କରିବାକୁ-
• ଗାଁରେ ନେଟ୍
• ବିକଳ୍ପ ବାୟୋମେଟ୍ରିକ୍
• ଯେଉଁଠି ବୃଦ୍ଧଙ୍କ ଆଙ୍ଗୁଠି ଛାପ ନ ପଢ଼େ-ସ୍ଥାନୀୟ ନିରୀକ୍ଷକଙ୍କ ସତ୍ୟପାୟନ
• ଜନଜାତି ଅଞ୍ଚଳରେ ପୋର୍ଟାବଲ ମେସିନ
• ଅପଡେଟ୍ ମିଶନ
ଏମିତି ବ୍ୟବସ୍ଥା ଦରକାର।
କିନ୍ତୁ ଓଡ଼ିଶାର ବର୍ତ୍ତମାନ ଅବସ୍ଥା- “ମେସିନ ପଢ଼ୁନି—ରସନ ମିଳୁନି।”
ଏକ ବୃଦ୍ଧ ମହିଳା କେବଳ ଜଣେ ପ୍ରଶ୍ନ କର୍ତ୍ତା- ତାଙ୍କର ଗୋଟେ ବୋରି ଚାଉଳ ଦୁଇ ମାସ ଧରି ଦୋକାନରେ ରହିଛି, ଇ-କେୱାଇସି ତ୍ରୁଟିରୁ ସେ ନେଇପାରୁନାହାଁନ୍ତି।
ଏହା ମାତ୍ର ଅକ୍ଷମତା ନୁହେଁ- ଏହା ହେଉଛି ମନ୍ତ୍ରୀଙ୍କ ପ୍ରଶାସନିକ ଅନୁଭୂତିହୀନତା।
ଗୋଦାମ ପରିଚାଳନା: କେନ୍ଦ୍ରର ଭଡ଼ା ଗୋଦାମ, ରାଜ୍ୟର ଅବ୍ୟବସ୍ଥା
ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ପଠାଯାଇଥିବା ଚାଉଳ-
• ପ୍ରାୟ ସମସ୍ତ ଜିଲ୍ଲାରେ ଗୋଦାମକୁ ପହଞ୍ଚୁଛି
• ଯେଉଁଠି ଗୋଦାମ ନାହିଁ; ସେଠି ଭଡ଼ା ଗୋଦାମ ନେଉଛି
• ସେଠାରୁ ରାଜ୍ୟର ବଣ୍ଟନ ବ୍ୟବସ୍ଥା ଚାଉଳକୁ ଉଠାଇବା ଦାୟିତ୍ୱ
କିନ୍ତୁ ଏଠାରେ ଅଭିଯୋଗ- ଦୋକାନକୁ ଚାଉଳ ଯାଉଛି ଦୁଇ ସପ୍ତାହା ବିଳମ୍ବରେ।
ଏହାର ପରିଣାମ-
• ଦୋକାନଦାର ହିତାଧିକାରୀଙ୍କୁ ନିର୍ଦ୍ଦିଷ୍ଟ ବଣ୍ଟନ ତାରିଖ ଦେଇପାରୁନାହିଁ
• ଦୋକାନ ପ୍ରତି ଭରଷା ହ୍ରାସ
• ଅସନ୍ତୋଷ ବୃଦ୍ଧି
• ପ୍ରତିବାଦ, ବିକଳ୍ପ ମାଗଣା ରାସନ ପ୍ରତି ଦାବି
ଏହି ସବୁ ରାଜ୍ୟର ଲଜେଷ୍ଟିକ୍ସ ପ୍ରଣାଳୀର ବିଫଳତା।
ରାଜନୀତିକ ବାର୍ତ୍ତା-ଓଡ଼ିଶା ବିଜେପି ସାଂସଦମାନଙ୍କର ସରକାରଙ୍କ ଉପରେ ଭରସା ନାହିଁ
ବିଜେପି ସରକାର ଦିଲ୍ଲୀରେ।
ଓଡ଼ିଶାରେ ମଧ୍ୟ ବିଜେପି ଶାସନ।
ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଏହି ସମସ୍ୟା ଯିବା- ଏହା ସ୍ୱାଭାବିକ ନୁହେଁ।
ଏହା ଏକ ସଂକେତ-
• ଓଡ଼ିଶାର ବଣ୍ଟନମନ୍ତ୍ରୀ ସଠିକ୍ ରିଭ୍ୟୁ କରୁନାହାଁନ୍ତି
• ନବ ଚରଣ ମାଝୀଙ୍କୁ ଗୋଟେ ଆବଶ୍ୟକତା ହୋଇଛି—“କେନ୍ଦ୍ର ହସ୍ତକ୍ଷେପ କରନ୍ତୁ”
• ଏହା ବାସ୍ତବରେ ରାଜ୍ୟ ଶାସନ ବିଫଳତା ଲୋକସଭାରେ ଉଠିଲା
ଏହା ଓଡ଼ିଶାର ପ୍ରଶାସନିକ ସ୍ଥାଣୁସ୍ୱରୂପକୁ ଦେଖାଇଥାଏ।
ମନ୍ତ୍ରୀ ଯୋଶୀଙ୍କ “ପରୋକ୍ଷ ସତର୍କ”
ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି-
“ରାସନ ଦେବା ଆମ ପ୍ରତିବଦ୍ଧତା।
କିନ୍ତୁ ହିତାଧିକାରୀଙ୍କୁ ଚିହ୍ନଟ ଓ ବଣ୍ଟନ ରାଜ୍ୟର ଦାୟିତ୍ୱ।”
ଏହାର ଅର୍ଥ- “ଯଦି ଆପଣଙ୍କ ଅଞ୍ଚଳରେ ବ୍ୟତିକ୍ରମ ଅଛି, ସେହି ଅଭିଯୋଗ ରାଜ୍ୟକୁ ପଠାଯିବ।”
ଏହା ଗମ୍ଭୀର କାରଣ-
• ସାଂସଦମାନେ ଏବେ ଜାଣିଦେଇଛନ୍ତି—“ରାଜ୍ୟ ବିଫଳ”
• କେନ୍ଦ୍ର ଦାୟିତ୍ୱ ବାଣ୍ଟି ଦେଇଛି
• ଦାୟିତ୍ୱ ଆଉ ଲୁଚାଇ ରଖିପାରିବ ନାହିଁ ରାଜ୍ୟ ସରକାର
ଓଡ଼ିଶାର ସାଧାରଣ ବଣ୍ଟନ ବ୍ୟବସ୍ଥା-—ବିଫଳତାର ୬ଟି ପ୍ରମୁଖ କାରଣ
(୧) ପରିବହନ ବିଳମ୍ବ, ଜିଲ୍ଲାର ଦୋକାନକୁ ସାମଗ୍ରୀ ପହଞ୍ଚାଇବା ପ୍ରକ୍ରିୟା ଦୁର୍ବଳ।
(୨) ଇ-କେୱାଇସି ତ୍ରୁଟି, ଆଙ୍ଗୁଠି ଛାପ ନ ପଢ଼ିବା-ସବୁଠୁ ବଡ଼ ସମସ୍ୟା।
(୩) ଦୋକାନଦାରଙ୍କ ଉପରେ ନିରୀକ୍ଷଣ ନାହିଁ, ଅନେକ ଜାଗାରେ ଏକାଧିକ ଦିନ ଦୋକାନ ବନ୍ଦ।
(୪) ହିତାଧିକାରୀ ତ୍ରୁଟି ନିଷ୍ପତ୍ତି, ଯିଏ ପାଇଁ ଯୋଗ୍ୟ-ସେ ବାହାରରେ। ଯିଏ ଯୋଗ୍ୟ ନୁହେଁ- ସେ ତାଲିକାରେ।
(୫) ଜନଜାତି ଅଞ୍ଚଳର ବିକଳ୍ପ ବ୍ୟବସ୍ଥା ନାହିଁ। ଅପହଞ୍ଚ ସ୍ଥାନ, ପୋର୍ଟାବଲ ଯନ୍ତ୍ର, ଫିଙ୍ଗରଲେସ୍ ଭେରିଫିକେସନ କୌଣସି ବ୍ୟବସ୍ଥା ନାହିଁ।
(୬) ବଣ୍ଟନମନ୍ତ୍ରୀଙ୍କ ରିଭ୍ୟୁ ଓ ମନିଟରିଂର ଅଭାବ। ଗ୍ରାଉଣ୍ଡ ରିଅଲିଟି ବନାମ୍ ଫାଇଲ୍–ରିଅଲିଟି—ପୂରା ଭିନ୍ନ।
ଏବେ ଓଡ଼ିଶା ସରକାର କ’ଣ କରିବା ଆବଶ୍ୟକ?
୧. ଜନଜାତି ଅଞ୍ଚଳ ପାଇଁ ବିଶେଷ ବଣ୍ଟନ ସେଲ୍, ଜୋନାଲ ଟାସ୍କ ଫୋର୍ସ ଗଠନ କରି ପ୍ରତି ୨୪ ଘଣ୍ଟା ମନିଟରିଂ କରାଯାଉ।
୨. ବିକଳ୍ପ ବାୟୋମେଟ୍ରିକ୍ ଆଇଆରଆଇଏସ ସ୍କାନ୍, ଓଟିପି–ଆଧାର, ଓ ଜେଏସୱାଇ ପ୍ୟାଟର୍ଣ୍ଣ ଭେରିଫିକେସନ କରାଯାଉ।
୩. ଦୋକାନ ନିୟମିତ ଅଡିଟ୍ ବ୍ଲକ୍–ଲେଭେଲ ଫ୍ଲାଇଂ ସ୍କ୍ୱାଡ୍ ଦ୍ୱାରା କରାଯାଉ।
୪. ହିତାଧିକାରୀ ତାଲିକା ପ୍ରସ୍ତୁତି ପାଇଁ ଗାଁ ସଭାରେ ପ୍ରତି ମାସରେ ପୁନଃଯାଞ୍ଚ କରାଯାଉ।
୫. ମନ୍ତ୍ରୀ ନିଜସ୍ୱ ଅନଲାଇନ୍ ରିଭ୍ୟୁ ପୋର୍ଟାଲରେ ସାଂସଦ–ବିଧାୟକଙ୍କ ଅଭିଯୋଗ ପ୍ରତି ଦିନ ମନିଟରିଂ କରନ୍ତୁ।
୬. ୩୦ ଦିନରେ ବଣ୍ଟନ ଯନ୍ତ୍ରଣାର ସମ୍ପୂର୍ଣ୍ଣ ପୁନଃଗଠନ, ଫାଇଲ୍–କାଗଜର ଶୈଳୀ ଛାଡ଼ି ଟେକ୍ନୋଲୋଜିକାଲ ଭିତ୍ତି ଦୃଢ଼ କରାଯାଉ।
ବିଫଳତା ଗାଁରେ—ପ୍ରଶ୍ନ ସଂସଦରେ
ଲୋକସଭାର ଏହି ଆଲୋଚନା କେବଳ ଖାଦ୍ୟସାମଗ୍ରୀ ବଣ୍ଟନ ନୁହେଁ- ଏହା ଓଡ଼ିଶାର ପ୍ରଶାସନିକ ନୀତିର ଏକ ପାଠ।
ଏଠାରେ ବଡ଼ ବିଷୟ ୩ଟି-
୧. ରାଜ୍ୟର ବିଫଳତା ଏବେ କେନ୍ଦ୍ରରେ ଶୁଣାଯାଉଛି
୨. ଶାସକଦଳର ସାଂସଦ ମଧ୍ୟ ବିବ୍ରତ
୩. ମନ୍ତ୍ରୀଙ୍କ ପରୋକ୍ଷ ବାର୍ତ୍ତା-“ଏଥିପାଇଁ ଦାୟୀ ରାଜ୍ୟ।”
ଓଡ଼ିଶାର ଗାଁ ଓ ଜନଜାତି ଅଞ୍ଚଳ ଯଦି ଏଠାରୁ ଲାଭ ନ ପାଏ- ତେବେ ଏହି ପ୍ରଶ୍ନ ଆଉ ମାତ୍ର ଲୋକସଭାରେ ନୁହେଁ- ଅଗାମୀ ନିର୍ବାଚନରେ ମଧ୍ୟ ଉଠିବ।
ସାଧାରଣ ବଣ୍ଟନ ବ୍ୟବସ୍ଥା- ଦୁର୍ବଳ ହେଲେ ସାଧାରଣ ଲୋକଙ୍କ ପାଖରେ ଏହା ପହଞ୍ଚିନଥାଏ।
ସରକାର ଯଦି ଏହି ବାର୍ତ୍ତାକୁ ଗୁରୁତ୍ୱ ନ ଦେଲେ ଏହା ହେବ ପ୍ରଶାସନର ସବୁଠାରୁ ମହାନ ବିଫଳତା।
also read https://purvapaksa.com/new-bjp-president-in-the-new-year/
New BJP President in the New Year ।। ନୂଆ ବର୍ଷରେ ବିଜେପିର ନୂଆ ସଭାପତି


