Wealth of India: ଇଂରେଜଙ୍କ ଆଗମନ ପୂର୍ବରୁ ଭାରତ ପ୍ରାୟ ୩୦୦ ବର୍ଷ ଧରି ମୋଗଲମାନଙ୍କର ଦାସ ଥିଲା। ଆପଣ ଜାଣନ୍ତି କି ଭାରତରୁ ଟଙ୍କା ଲୁଟ୍ କରିବା ପରେ ମୋଗଲମାନେ ଏହାକୁ ନେଇ କୁଆଡ଼େ ଯାଇଥିଲେ? ବ୍ରିଟିଶମାନେ ଲୁଟ୍ ହୋଇଥିବା ଟଙ୍କାକୁ ବ୍ରିଟେନ ପଠାଇଥିଲେ, ମୋଗଲମାନେ ଏହାକୁ କୁଆଡ଼େ ପଠାଇଥିଲେ?
ଆମ ଦେଶ ଭାରତ ପାଖାପାଖି ୭ଶହ ବର୍ଷ ଧରି ଉଭୟ ତୁର୍କି, ଆଫଗାନୀ, ମୋଗଲ ଏବଂ ବ୍ରିଟିଶମାନଙ୍କର ଦାସ ହୋଇ ରହିଛି। ଦାସତ୍ୱ କାଳରେ ଉଭୟ ବ୍ରିଟିଶ ଓ ମୁସଲିମ ଶାସକମାନେ ଭାରତକୁ ଅର୍ଥନୈତିକ, ସାମାଜିକ ଓ ଜନସଂଖ୍ୟା ସ୍ତରରେ ଲୁଟ୍ ଓ କ୍ଷତି ପହଞ୍ଚାଇଛନ୍ତି। ଇଂରେଜମାନେ ଭାରତରୁ ଲୁଟ୍ କରିଥିବା ସମସ୍ତ ଟଙ୍କା ଇଂଲଣ୍ଡ ନେଉଥିଲେ। କିନ୍ତୁ ଆପଣ ଜାଣନ୍ତି କି ବାକି ମୁସଲମାନେ ଶାସକ ଓ ମୋଗଲମାନେ ଭାରତରୁ ଲୁଟ୍ ସମ୍ପତ୍ତିକୁ କେଉଁଠାକୁ ପଠାଉଥିଲେ?
କିଏ ଆଫଗାନିସ୍ତାନ ନେଉଥିଲା ତ କିଏ ଇରାନ
ଭାରତରେ ପ୍ରଥମ ଇସଲାମିକ ଆକ୍ରମଣ ସିନ୍ଧ ଉପରେ ହୋଇଥିଲା। ୭୧୨ରେ ସିନ୍ଧ ଉପରେ ହୋଇଥିବା ଆକ୍ରମଣ ପରେ ପାଖାପାଖି ୩ଶହ ବର୍ଷ ପର୍ଯ୍ୟନ୍ତ ମୁସଲିମ ଆକ୍ରମଣ କାରି ଭାରତ ମଧ୍ୟକୁ ସେତେଟା ପ୍ରବେଶ କରିପାରିନଥିଲେ। କିନ୍ତୁ ଏହାରି ଭିତରେ ମହମ୍ମଦ ଘୋରି ଭଳି ଆଫଗାନୀ ଶାସକ ଭାରତ ଉପରେ ଲୁଟ୍ ପାଇଁ ଆକ୍ରମ କରିଥିଲା। ଏହି ଆଫଗାନୀ ମୁସଲିମ ଆକ୍ରମଣକାରୀମାନେ ଭାରତରୁ ସମ୍ପତି ଲୁଟ୍ କରି ନିଜ ଦେଶକୁ ଚାଲି ଯାଉଥିଲେ। ଏମିତି ଆକ୍ରମଣ ଓ ଲୁଟ୍ ଜାରି ରହିଥିଲା। କିନ୍ତୁ ୧୧୯୨ ମସିହାରେ ଦ୍ୱିତୀୟ ତିରୋରୀ ଯୁଦ୍ଧରେ ପୃଥ୍ୱୀରାଜ ଚୌହାନଙ୍କ ପରାଜୟ ପରେ ଉତ୍ତର ଭାରତରେ ଇସଲାମିକ ଶାସନ ଆରମ୍ଭ ହୋଇଥିଲା। ଦିଲ୍ଲୀ ଉପରେ ଦାସବଂଶ, ତୁଗଲକ ଓ ଲୋଦି ଶାସକ ଶାସନ କରିଥିଲେ। ଏମାନେ ଭାରତରେ ସ୍ଥାୟୀଭାବେ ରହିବା ଇରାଦାରେ ଆସିଥିଲେ। ହିନ୍ଦୁଙ୍କ ସମ୍ପତି ଲୁଟ୍ କରି ସେମାନେ ନିଜ ସାମରିକ ଶକ୍ତି ବୃଦ୍ଧି କରିଥିଲେ।
ମୋଗଲ ଓ ଇଂରେଜମାନେ ଭାରତରେ ଶାସନ କରୁଥିଲେ?
ଇଂରେଜମାନଙ୍କ ପୂର୍ବରୁ ଭାରତରେ ମୋଗଲମାନେ ଶାସନ କରୁଥିଲେ। ମୋଗଲମାନେ ପ୍ରାୟ ୩୦୦ ବର୍ଷ ଧରି ଭାରତରେ ଶାସନ କରିଥିଲେ, ଯେଉଁ ସମୟରେ ମୋଗଲମାନେ ଭାରତକୁ ଅର୍ଥନୈତିକ, ଧାର୍ମିକ ସମେତ ଅନେକ ଉପାୟରେ କ୍ଷତି ପହଞ୍ଚାଇଥିଲେ। ଏହାପରେ ଇଂରେଜମାନେ ପ୍ରାୟ ୨୦୦ ବର୍ଷ ଭାରତରେ ଶାସନ କରିଥିଲେ। ଏହି ସମୟରେ ଇଂରେଜମାନେ ମଧ୍ୟ ଭାରତକୁ ଲୁଟ୍ କରି ସମସ୍ତ ଟଙ୍କା, ସୁନା, ରୁପା, ମୂଲ୍ୟବାନ ମୂର୍ତ୍ତି ବ୍ରିଟେନକୁ ପଠାଇଥିଲେ। କିନ୍ତୁ ଆପଣ ଜାଣନ୍ତି କି ଭାରତକୁ ଲୁଟ୍ କରିବା ପରେ ମୋଗଲମାନେ ଏତେ ଟଙ୍କା କେଉଁଠାକୁ ପଠାଇଥିଲେ?
ଇଂରେଜମାନେ କେବେ ଭାରତକୁ ଆସିଲେ?
ଏବେ ପ୍ରଶ୍ନ ଉଠୁଛି ଇଂରେଜମାନେ କେବେ ଭାରତ ଆସିଲେ? ଐତିହାସିକଙ୍କ ମତରେ ଇଂରେଜମାନେ ୧୬୦୮ ମସିହା ଅଗଷ୍ଟ ୨୪ ତାରିଖରେ ଭାରତକୁ ଆସିଥିଲେ। ବ୍ରିଟିଶମାନେ ଭାରତକୁ ଆସିବାର ଉଦ୍ଦେଶ୍ୟ ଥିଲା ଭାରତରେ ବାଣିଜ୍ୟ କରିବା। ଏଭଳି ସ୍ଥିତିରେ ପ୍ରଥମ ଜେମ୍ସଙ୍କ ରାଜଦୂତ ସାର୍ ଥୋମାସ ରୋଙ୍କ ନେତୃତ୍ୱରେ ବ୍ରିଟିଶମାନେ ପ୍ରଥମ ଥର ପାଇଁ ଭାରତରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ। ସୁରଟରେ ଏହି ବାଣିଜ୍ୟ କୋଠି ବା ଫ୍ୟାକ୍ଟ୍ରି ଖୋଲାଯାଇଥିଲା, ଯାହା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ମାଡ୍ରାସରେ ନିଜର ଦ୍ୱିତୀୟ ଫ୍ୟକ୍ଟ୍ରି ଖୋଲିଥିଲା।
ମୋଗଲମାନଙ୍କ ଶାସନ
ଇଂରେଜମାନଙ୍କ ପୂର୍ବରୁ ଭାରତରେ ମୋଗଲମାନେ ଶାସନ କରୁଥିଲେ। ସୂଚନା ଅନୁଯାୟୀ ମୋଗଲମାନେ ପ୍ରାୟ ୩୦୦ ବର୍ଷ ଧରି ଭାରତରେ ଶାସନ କରିଥିଲେ। ଭାରତରେ ମୋଗଲ ସାମ୍ରାଜ୍ୟ ୧୫୨୬ ଖ୍ରୀଷ୍ଟାବ୍ଦରେ ବାବର ଦିଲ୍ଲୀରେ ପ୍ରତିଷ୍ଠା କରିଥିଲେ। ଏହି ବଂଶର ଶେଷ ଶାସକ ଥିଲେ ବାହାଦୁର ଶାହା ଜାଫର।
ମୋଗଲମାନେ ଏତେ ସମ୍ପତ୍ତି କୁଆଡ଼େ ନେଲେ?
ଭାରତ ଉପରେ ଆଧିପତ୍ୟ ସମୟରେ ମୋଗଲ ସମ୍ରାଟମାନେ ସେମାନଙ୍କ ଆକ୍ରମଣରେ ଧନ, ସମ୍ପତ୍ତି ଏବଂ ମାଲିକାନା ଲୋଭରୁ ଭାରତୀୟ ଗୋଷ୍ଠୀ ଏବଂ ଅନୁଷ୍ଠାନଗୁଡ଼ିକୁ ଲୁଟି ନେଇଥିଲେ। ସେହିପରି ଧାର୍ମିକ ଅସହିଷ୍ଣୁତା ଯୋଗୁଁ ହିନ୍ଦୁ ଓ ଶିଖ ମନ୍ଦିର ଓ ସ୍କୁଲ ନଷ୍ଟ ହୋଇଯାଇଛି। ଆପଣଙ୍କୁ କହିରଖୁଛୁ ଯେ ଇଂରେଜମାନଙ୍କ ପୂର୍ବରୁ ଇସଲାମିକ ଆକ୍ରମଣକାରୀମାନେ ଭାରତରୁ ଟଙ୍କା ନିଷ୍କାସନ କରିବା ଆରମ୍ଭ କରିଥିଲେ। ମୋଗଲ ଶାସକମାନେ ସେହି ସମୟରେ ସେମାନଙ୍କ ଆରବ, ପାରସୀ, ତୁର୍କିକ ଏବଂ ମଧ୍ୟ ଏସୀୟ ପରିବାର ପାଇଁ ବିପୁଳ ପରିମାଣର ସମ୍ପତ୍ତି ଲୁଟି ନେଇଥିଲେ। କେବଳ ଏତିକି ନୁହେଁ ମୁସଲମାନ ଆକ୍ରମଣକାରୀମାନେ ଲକ୍ଷ ଲକ୍ଷ ହିନ୍ଦୁଙ୍କୁ ଗୋଲାମ କରିଥିଲେ ଏବଂ ମୁସଲମାନ ଶାସକମାନେ ମଧ୍ୟ ହିନ୍ଦୁ ଦାସ ରପ୍ତାନି କରୁଥିଲେ।
