Free Health Camp: ଏହି ଚିକିତ୍ସା କେନ୍ଦ୍ରକୁ ସୁଶ୍ରୁତ ହସପିଟାଲ, ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟ, ନ୍ୟୁଟ୍ରି କମ୍ପାନୀ କୋଲକାତା ପକ୍ଷରୁ ମାଗଣା ଔଷଧ ଯୋଗାଇ ଦିଆଯାଇଥିଲା।
ସୁଶ୍ରୁତ ହସପିଟାଲ ଓ ଟ୍ରମା କେୟାର ଏବଂ କୋରେଇ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କୋରେଇ ବ୍ଲକ ଶଙ୍ଖଚିଲା ସରସ୍ୱତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିର ଉଦଘାଟନ ଉତ୍ସବରେ ପରିଷଦ ସଭାପତି ଶ୍ରୀଧର ଦାଶ ଅଧ୍ୟକ୍ଷତା କରିଥିଲେ।
ବରିଷ୍ଠ ଜାତୀୟ ଅନୁସନ୍ଧାନ ଭେଷଜ ଚିକିତ୍ସା ବିଶେଷଜ୍ଞ ପ୍ରଫେସର ଇମିରେଟସ ଡା. ଚତୁର୍ଭୁଜ ଭୂୟାଁ, ଅସ୍ଥିରୋଗ ବିଶେଷଙ୍ଗଜ୍ଞ ଡା. ସ୍ୱାଗତ ମହାପାତ୍ର, ଶିଶୁ ରୋଗ ବିଶେଷଜ୍ଞ ଡା. ବିଶ୍ୱନାଥ ଦାଶ, ମୁଖ୍ୟ ଉପଦେଷ୍ଟା ମନୋଜ ଜେନା, ସଂପାଦକ ଆଲୋକ ଦାଶ, ହସ୍ପିଟାଲ ସଂଯୋଜକ ସୋନିଆ ଦାସ ପ୍ରମୁଖ ଏକାଧିକ ଆୟୋଜକ, ଫାର୍ମାସିଷ୍ଟ, ସାମ୍ବାଦିକ ଓ ରୋଗୀଙ୍କ ଗହଣରେ ବିଶେଷଜ୍ଞମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସୁଶ୍ରୁତ ହସପିଟାଲକୁ ମେମୋଣ୍ଟ ଦିଆଯାଇଥିଲା।
ଏହି ଚିକିତ୍ସା ଶିବିରରେ ଦୁଇଶହରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ରୋଗୀ ଯଥା, ମଧୁମେହ, ଉଚ୍ଚ ରକ୍ତଚାପ, ଆଣ୍ଠୁଗଣ୍ଠିବାତ, ଚର୍ମରୋଗ, ଛାତି, କାଶ, ଶ୍ୱାସ, ଜ୍ୱର, ଥଣ୍ଡା, ଅଜୀର୍ଣ୍ଣ, ଗ୍ୟାସ, ଅମ୍ଳ, ଯକୃତାଦି ପେଟରୋଗ, ମୂତ୍ର, କିଡନୀ, ମୋଟା, ମେଦବହୁଳତା, ମୁଣ୍ଡବିନ୍ଧା, ନିଦ୍ରାହୀନତା, ବାର୍ଦ୍ଧକ୍ୟଜନିତ ରୋଗ, ସ୍ୱତନ୍ତ୍ର ଭାବେ ମଳାଶୟ, ମଳଦ୍ୱାର(ପ୍ରୋକ୍ଟୋଲୋଜି) ରୋଗ ଯଥା: ପାଇଲିସ, ଫିସ୍ଟୁଲା, ଫିସର, ପ୍ରୋଲାପସାଦି ଏକାଧିକ ମଳାଶୟ ରୋଗୀଙ୍କ ପରୀକ୍ଷା କରାଯାଇ ପରାମର୍ଶ ସହିତ ଯଥା ସମ୍ଭବ ଔଷଧ ସମସ୍ତଙ୍କୁ ଦିଆଯାଇଥିଲା।
ଏହି ଚିକିତ୍ସା କେନ୍ଦ୍ରକୁ ସୁଶ୍ରୁତ ହସପିଟାଲ, ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟ, ନ୍ୟୁଟ୍ରି କମ୍ପାନୀ କୋଲକାତା ପକ୍ଷରୁ ମାଗଣା ଔଷଧ ଯୋଗାଇ ଦିଆଯାଇଥିଲା। ଉନ୍ନୟନ ପରିଷଦର ସଭ୍ୟସଭ୍ୟା ପୂର୍ଣ୍ଣ ଆୟୋଜନ କରିଥିବା ବେଳେ ସୁଶ୍ରୁତ ହସପିଟାଲ ଷ୍ଟାମ୍ପମାନେ ପରିଚାଳନା କରିଥିଲେ। ଚିକିତ୍ସା ଶିବିର ସଫଳତା ନେଇ ସ୍ଥାନୀୟ କର୍ମକର୍ତ୍ତା ଖୁସି ପ୍ରକଟ କରିଛନ୍ତି। ପୁନର୍ବାର ଚିକିତ୍ସା ଶିବିର କରିବା ପାଇଁ ଅନୁରୋଧ ଜଣାଇଥିଲେ। ପରିଷଦ ପକ୍ଷରୁ ସୁଶ୍ରୁତ ହସପିଟାଲ ଓ ସମସ୍ତ ଷ୍ଟାମ୍ପମାନଙ୍କୁ ସେବା ପାଇଁ ଧନ୍ୟବାଦ ଜଣାଇଥିଲେ।
Previous article:https://purvapaksa.com/odisha-records-142-rise-in-cyber-fraud-complaints/
