Stammering Home Remedies: କଥା ହେବା ସମୟରେ ରହି ରହି କହିବାକୁ ଖନେଇବା କୁହାଯାଏ ।
ସାଧାରଣତଃ ଖୁବ କମ୍ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ଏହି ପରି ସମସ୍ୟା ରହିଥିଲେ ସାଧାରଣତଃ ଲୋକମାନେ ଅଧିକ ସମୟରେ ଲୋକହସାର ସମ୍ମୁଖୀନ ହୋଇଥାନ୍ତି । ଯାହାଦ୍ୱାରା ସେମମାନେ ଆତ୍ମବିଶ୍ୱାସ ହରେଇ ଥାନ୍ତି । ତେବେ ଏହି ସମସ୍ୟା ବାଲ୍ୟକାଳରୁ ହିଁ ଦେଖାଦେଇଥାଏ । ପିଲାବେଳେ ଏହାକୁ କେହି ଗମ୍ଭୀରତାର ସହ ନେଇନଥିଲେ ବି ପରିଣତ ବୟସରେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଯାଏ ।
ଅଧିକ ସମୟ ପର୍ଯ୍ୟନ୍ତ ଖନେଇବା ଭଳି ଅସୁବିଧା ରହିବା ସାମାଜିକ,ଭାବନାତ୍ମକ ଏବଂ ମନୋବୈଜ୍ଞାନିକ ଅସୁବିଧାର କାରଣ ପାଲଟିଥାଏ । ବ୍ୟକ୍ତି କିଛି କହିବା ପାଇଁ ଚାହୁଁଥିଲେ ବି ବାରମ୍ବାର ଏହି ଗମ୍ଭୀର ଅସୁବିଧା କାରଣରୁ ଅଟକି ଅଟକି ଗୋଟିଏ କଥାକୁ ବାରମ୍ବାର କହିଥାଏ । ଏଭଳି ବ୍ୟକ୍ତିତ୍ୱ ଥିବା ଲୋକ କେବଳ କହିବାରେ ଅସୁବିଧା ହୋଇଥାଏ ଅନ୍ୟାନ୍ୟ କ୍ଷେତ୍ରରେ ଏମାନେ ନିଜର ପାରଦର୍ଶିତା ଭଲଭାବରେ ଦେଖାଇପାରନ୍ତି । ତେବେ ଏହାର ଉପଚାର ମଧ୍ୟ ଆପଣଙ୍କ ଘରେ ହିଁ ରହିଛି । ଆସନ୍ତୁ ଜାଣିବା ଏହି ସମସ୍ୟାକୁ କିପରି ଦୂର କରିପାରିବେ…
ଉପଚାର:
ସାତୋଟି ବାଦାମ ଏବଂ ସାତୋଟି ଗୋଲମରିଚ ବାଟି ଏହାର ଚଟଣୀ ପ୍ରସ୍ତୁତ କରନ୍ତୁ । ଏଥିରେ କିଛି ମିଶ୍ରି ମିଶାଇ ଚାଟନ୍ତୁ । ଖାଲି ପେଟ ଏହା ଚାଟିବା ଦ୍ୱାରା କିଛି ଦିନ ଭିତରେ ହିଁ ଖନେଇବା ଭଳି ସମସ୍ୟା ଦୂର ହୋଇଥାଏ । ଦିନରେ ଦୁଇଥର ଗୋଲମରିଚ ପାଟିରେ ରଖନ୍ତୁ । ଅଧିକ ସମୟ ଧରି ଏଭଳି କଲେ ଖନେଇବା ଭଳି ସମସ୍ୟା ଦୂର ହୋଇଥାଏ ।
ଏହା କୌଣସି ରୋଗ ନାହିଁ । ଏହା ସ୍ପିଚ୍ ଥେରାପି ମାଧ୍ୟମରେ ମଧ୍ୟ ଭଲ ହୋଇପାରିବ । ଆତ୍ମବିଶ୍ୱାସ ଏବଂ ଧୈର୍ଯ୍ୟର ସହ ପ୍ରୟାସ କଲେ ଏହି ସମସ୍ୟା ମଧ୍ୟ ଦୂର ହୋଇପାରିବ । ଏଥିରେ ସମୟ ଲାଗେ କିନ୍ତୁ ଠିକ୍ ସମୟରେ ଏହାର ସଠିକ୍ ରୁପେ ଚିକିତ୍ସା କଲେ ଏହି ଅସୁବିଧା ଦୂର ହୋଇଥାଏ ।
ALSO READ: https://purvapaksa.com/married-women-apply-sindoor/
ବିବାହିତ ମହିଳାମାନେ ପ୍ରତିଦିନ ଲଗାନ୍ତୁ ସିନ୍ଦୁର, ଘରେ ଆସେ ସୁଖ ଓ ଶାନ୍ତି