South Korean President: ଗିରଫ ହେଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ। ଦୁର୍ନୀତି ଏବଂ ଅନେକ ଦୁର୍ନୀତିକୁ ନେଇ ୟୁନ୍ ବିରୋଧରେ ମହାଭିଯୋଗର ସମ୍ମୁଖୀନ ହେଉଛନ୍ତି।
- କ’ଣ ସେହି ହ୍ୟାଣ୍ଡବ୍ୟାଗ୍ ଯାହା ଦକ୍ଷିଣ କୋରିଆ ରାଜନୀତିରେ ଝଡ଼ ସୃଷ୍ଟି କରିଛି?
- ଫାଷ୍ଟ ଲେଡିଙ୍କ ଆଚରଣ ଯୋଗୁଁ ୟୁନଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥିଲା କି?
- ବାଂଲାଦେଶ ଓ ଶ୍ରୀଲଙ୍କା ଭଳି ଦକ୍ଷିଣ କୋରିଆରେ ବିଶୃଙ୍ଖଳା ଅଛି କି?
ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲଙ୍କୁ ଗିରଫ କରାଯାଇଛି। ମହାଭିଯୋଗର ସମ୍ମୁଖୀନ ହେଉଥିବା ରାଷ୍ଟ୍ରପତି ୟୁନ ସୁକ-ୟୋଲଙ୍କୁ ଗିରଫ କରିବା ପାଇଁ ପୁଲିସ ପହଞ୍ଚିଥିଲା। ଏହି ଖବର ଶୁଣିବା ପରେ ତାଙ୍କ ସମର୍ଥକ ଓ ବିରୋଧୀମାନେ ୟୁନ୍ ସୁକ-ୟୋଲଙ୍କ ବାସଭବନ ବାହାରେ ଏକାଠି ହୋଇଛନ୍ତି। ପୁଲିସ ପୂର୍ବରୁ ୟୁନ୍ ସୁକ-ୟୋଲଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ଗତ ବର୍ଷ ଡିସେମ୍ବର ୩ ତାରିଖରେ ୟୁନ୍ ସୁକ-ୟୋଲ ମାର୍ଶାଲ ଲ’ ଲାଗୁ କରିବାକୁ ଘୋଷଣା କରିଥିଲେ, କିନ୍ତୁ ପ୍ରତିବାଦର କିଛିଘଣ୍ଟା ପରେ ସେ ଏହାକୁ ପ୍ରତ୍ୟାହାର କରିନେଇଥିଲେ।
ଗତବର୍ଷ ଡିସେମ୍ବର ୧୪ତାରିଖରେ ୟୁନ୍ ସୁକ-ୟୋଲଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ସଂସଦରେ ପାରିତ ହୋଇଥିଲା, କିନ୍ତୁ ଦେଶର ସାମ୍ବିଧାନିକ ଅଦାଲତ ତାଙ୍କୁ କେବଳ ରାଷ୍ଟ୍ରପତି ପଦରୁ ହଟାଇ ପାରିବେ। ଗତ ଡିସେମ୍ବର ୩୧ ତାରିଖରେ ଦକ୍ଷିଣ କୋରିଆର ଏକ ଅଦାଲତ ୟୁନ୍ ସୁକ-ୟୋଲଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଥିଲେ। ଆପଣ ଜାଣନ୍ତି କି ଏହି ପୁରା ବିବାଦର କାହାଣୀ କିପରି ଏକ ହ୍ୟାଣ୍ଡବ୍ୟାଗରୁ ଆରମ୍ଭ ହୋଇଥିଲା? ଦକ୍ଷିଣ କୋରିଆ ମଧ୍ୟ ବାଂଲାଦେଶ ଭଳି ସ୍ଥିତିର ସମ୍ମୁଖୀନ ହେବ କି, ଯେଉଁଠାରେ ଶୀର୍ଷ ନେତୃତ୍ୱଙ୍କୁ ଦେଶ ଛାଡ଼ି ପଳାୟନ କରିବାକୁ ପଡ଼ିଥିଲା?
ଦକ୍ଷିଣ କୋରିଆ ବାଂଲାଦେଶ-ଶ୍ରୀଲଙ୍କା ରାସ୍ତାରେ ଅଛି କି?
ୟୁନ୍ ହେଉଛନ୍ତି ପିପୁଲ୍ସ ପାୱାର ପାର୍ଟିର ନେତା। ୨୦୨୨ରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲି ଜେ ମୟୁଙ୍ଗଙ୍କୁ ମାତ୍ର ୦.୭ ପ୍ରତିଶତ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ୧୯୮୭ରେ ଦକ୍ଷିଣ କୋରିଆ ପ୍ରତ୍ୟକ୍ଷ ନିର୍ବାଚନ ହେବା ପରଠାରୁ ଏହା ସର୍ବନିମ୍ନ ବିଜୟ ବ୍ୟବଧାନ ଥିଲା। ରାଷ୍ଟ୍ରପତି ୟୁନ୍ କିଛିଦିନ ହେବ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ବାଂଲାଦେଶରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶ ଛାଡ଼ି ପଳାୟନ କରିବାକୁ ପଡ଼ିଥିଲା। ଏହା ପୂର୍ବରୁ ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କୁ ମଧ୍ୟ ଦେଶ ଛାଡ଼ିବାକୁ ପଡ଼ିଥିଲା।
ମାର୍ଶାଲ ଲ’ ଲାଗୁ କରିବା କ’ଣ ଏକ ବଡ଼ ଭୁଲ୍ ଥିଲା?
ଏହା ପୂର୍ବରୁ ଦକ୍ଷିଣ କୋରିଆରେ ନିରାପତ୍ତା ସ୍ଥିତି ଖରାପ ହେଉଥିବା ଦର୍ଶାଇ ୟୁନ୍ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସୀମାନ୍ତ ଅଞ୍ଚଳରେ ବଢ଼ୁଥିବା ଆଭ୍ୟନ୍ତରୀଣ ଉତ୍ତେଜନା, ପ୍ରତିବାଦ ଓ ଅସ୍ଥିରତା ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହାପରେ ମାର୍ଶାଲ ଲ’ ଅଧୀନରେ ବେସାମରିକ ପ୍ରଶାସନର ଅଧିକାଂଶ କ୍ଷମତା ସାମରିକ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ସେତେବେଳେ ୟୁନ୍ କହିଥିଲେ ଯେ ଉତ୍ତର କୋରିଆକୁ କମ୍ୟୁନିଷ୍ଟ ଶକ୍ତିଠାରୁ ରକ୍ଷା କରିବା ଏବଂ ରାଷ୍ଟ୍ର ବିରୋଧୀ ତତ୍ତ୍ୱକୁ ନିପାତ କରିବା ପାଇଁ ଏହି ପଦକ୍ଷେପ ଜରୁରୀ। ତେବେ ୟୁନଙ୍କ ଏହି ପଦକ୍ଷେପ ଏକ ବଡ଼ ଭୁଲ ସାବ୍ୟସ୍ତ ହୋଇଥିଲା। ବାସ୍ତବରେ, ୟୁନ୍ ଡିସେମ୍ବର ୩ ତାରିଖ ରାତିରେ ଦେଶରେ ମାର୍ଶାଲ ଲ’ ଲାଗୁ କରିଥିଲେ, କିନ୍ତୁ ପରଦିନ ତାଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା। ସାମରିକ ଉପସ୍ଥିତି ସତ୍ତ୍ୱେ ବିରୋଧୀ ସାଂସଦମାନେ ସଂସଦରେ ପ୍ରବେଶ କରି ମାର୍ଶାଲ ଲ’ ଲାଗୁ କରିଥିବା ବିଲ୍କୁ ରଦ୍ଦ କରିଥିଲେ। ଏହା ୟୁନଙ୍କ ପାଇଁ ବହୁତ ସମସ୍ୟା ସୃଷ୍ଟି କରିଥିଲା।
ୟୁନ୍ଙ୍କ ବିରୋଧରେ ସାରାଦେଶରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା
ଦକ୍ଷିଣ କୋରିଆରେ ମାର୍ଶାଲ ଲ ଲାଗୁ ହେବା ପରଠାରୁ ଶାସକ ଓ ବିରୋଧୀ ଦଳମାନେ ଏହାର ପ୍ରତିବାଦ କରିଛନ୍ତି। ଅନେକ ଶାସକ ଦଳ ନେତା ମଧ୍ୟ ଏହାକୁ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ବୋଲି କହିଛନ୍ତି। ସେହିପରି ରାଷ୍ଟ୍ରପତିଙ୍କ ନିଜ ଦଳର ନେତା ହାନ୍ ଡୋଙ୍ଗ-ହୁନ୍ ମଧ୍ୟ ଖୋଲାଖୋଲିଭାବେ ଏହି ନିଷ୍ପତ୍ତିକୁ ସମାଲୋଚନା କରିବା ସହ ସଂସଦରେ ଭୋଟ୍ରେ ଭାଗ ନେଇଥିଲେ। ଏହାକୁ ନେଇ ସାରାଦେଶରେ ତୀବ୍ର ପ୍ରତିବାଦ ଆରମ୍ଭ ହୋଇଥିଲା। ଗଣତାନ୍ତ୍ରିକ ଶୃଙ୍ଖଳା ଫେରାଇ ଆଣିବା ଦାବିରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ। ଶେଷରେ ରାଷ୍ଟ୍ରପତି ୟୁନ୍ ସୁକ-ୟୋଲଙ୍କୁ ପଛକୁ ହଟିବାକୁ ପଡ଼ିଲା ଏବଂ ମାର୍ଶାଲ ଲ’କୁ ଉଚ୍ଛେଦ କରାଗଲା।
କାହିଁକି ୟୁନ୍ଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଲା?
ବଜେଟ୍ ବିଲ୍କୁ ନେଇ ସଂସଦରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ମତଭେଦ ଥିବାବେଳେ ୟୁନ୍ ଦେଶରେ ମାର୍ଶାଲ ଲ’ ଲାଗୁ କରିଥିଲେ। ରାଷ୍ଟ୍ରପତି ୟୁନ୍ ଏହି ଆଇନ ପାରିତ କରିବାରେ ସଫଳ ହୋଇନଥିଲେ। ୟୁନ୍ ବାଧ୍ୟ ହୋଇ ବିଲ୍କୁ ଭିଟୋ କରିଥିଲେ। କ୍ଷମତାର ଅପବ୍ୟବହାର ଅଭିଯୋଗ ଆଣି ରାଷ୍ଟ୍ରପତି ୟୁନ୍ଙ୍କ ବିରୋଧରେ ମହାଭିଯୋଗ ଦାବି କରିଛନ୍ତି ବିରୋଧୀ। ସେବେଠାରୁ ସ୍ଥିତି ବିଗିଡିବାରେ ଲାଗିଛି। ଅଧିକାଂଶ ବିରୋଧୀ ସାଂସଦ ଥିବା ସଂସଦରେ ମଧ୍ୟ ସେମାନେ ନିଜ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ପାଇଁ ସଂଘର୍ଷ କରୁଥିଲେ।
ଯେତେବେଳେ ସେ ପତ୍ନୀଙ୍କ ଆଚରଣ ପାଇଁ ଦେଶକୁ କ୍ଷମା ମାଗିଥିଲେ
ରାଷ୍ଟ୍ରପତି ୟୁନ୍ କିଛିଦିନ ହେବ ଅନେକ ବିବାଦ ଓ ଦୁର୍ନୀତିରେ ଫସି ରହିଛନ୍ତି। ଏହି କାରଣରୁ ଜନସାଧାରଣଙ୍କ ମଧ୍ୟରେ ତାଙ୍କର ରେଟିଂ କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ତାଙ୍କ ପତ୍ନୀ ଫାଷ୍ଟ ଲେଡି କିମ୍ କିନ୍ ମଧ୍ୟ କେତେକ ଦୁର୍ନୀତି ଓ ବିବାଦ ସହ ଜଡ଼ିତ ଅଛନ୍ତି। ସେୟାର ମୂଲ୍ୟରେ ହେରଫେର କରିବା ଏବଂ ବିଳାସପୂର୍ଣ୍ଣ ଡାଇର ହ୍ୟାଣ୍ଡବ୍ୟାଗ୍ ଲାଞ୍ଚ ଭାବରେ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ନିକଟରେ ରାଷ୍ଟ୍ରପତି ଏହି ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରି କହିଥିଲେ ଯେ ତାଙ୍କ ପତ୍ନୀ ଭଲ ବ୍ୟବହାର କରିବା ଉଚିତ ଥିଲା।
ସେହି ବ୍ୟାଗ୍ର ଦାମ୍ କ‘ଣ ଥିଲା,ଯାହାକୁ ନେଇ ଏତେ ହଙ୍ଗାମା?
ଫାଷ୍ଟ ଲେଡି କିମ୍ କିନ୍ ୩ ନିୟୁତ ଓନ୍ (ପାଖାପାଖି ୨ ଲକ୍ଷ ଟଙ୍କା)ର ଏକ ବ୍ୟାଗ୍ ଉପହାରସ୍ୱରୂପ ନେଇଥିବା ଅଭିଯୋଗ ହୋଇଥିଲା। ଏହା ବଦଳରେ ୟୁନ୍ ଦେଶର ଭାବମୂର୍ତ୍ତିକୁ ଖରାପ କରିଛନ୍ତି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ। ଉପହାର ଦେଇଥିବା ବିଶେଷ ଲୋକମାନେ ଉପକୃତ ହୋଇଥିଲେ। ମେ ୨୦୨୨ରେ ଏହି ବ୍ୟାଗ୍ଟି ସାମ୍ନାକୁ ଆସିଥିଲା ଯେତେବେଳେ ଏକ ଭିଡିଓରୁ ଏହା ଉପହାର ଦିଆଯାଇଥିବା ଜଣାପଡ଼ିଥିଲା। ସେବେଠାରୁ ୟୁନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ସେବେଠାରୁ ୟୁନ୍ଙ୍କ ବିରୋଧରେ ହଙ୍ଗାମା ଥମିବାର ନାଁ ନେଉନାହିଁ। ଶେଷରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ବ୍ୟାଗ୍ ହେଉଛି ରାଷ୍ଟ୍ରପତି ଭବନର ସମ୍ପତ୍ତି। ଏହାକୁ ଗୋପନୀୟ ରଖାଯାଇପାରିବ ନାହିଁ।
ଦକ୍ଷିଣ କୋରିଆରେ କ‘ଣ ରହିଛି ନିୟମ?
ଭିଡିଓଟି ଏତେ ଭାଇରାଲ୍ ହୋଇଥିଲା ଯେ ଏହା ରାଜନୈତିକ ବୟାନବାଜିର କେନ୍ଦ୍ରବିନ୍ଦୁ ପାଲଟିଥିଲା। ବାସ୍ତବରେ କିମ୍ ଏଭଳି ଉପହାର ନେବା ଦକ୍ଷିଣ କୋରିଆ ଆଇନର ଉଲ୍ଲଂଘନ। ଦକ୍ଷିଣ କୋରିଆର ଆଇନ ଅନୁଯାୟୀ ରାଷ୍ଟ୍ରପତି କିମ୍ବା ତାଙ୍କ ପତ୍ନୀଙ୍କ ଭଳି ସରକାରୀ ଅଧିକାରୀମାନେ ୭୫୦ ଡଲାର କିମ୍ବା ୬୫,୦ ଡଲାରରୁ ଅଧିକ ମୂଲ୍ୟର କୌଣସି ଜିନିଷ ଗ୍ରହଣ କରିପାରିବେ ନାହିଁ । ଡିଓର୍ ହେଉଛି ଏକ ଫ୍ରାନ୍ସ କମ୍ପାନୀ ଯାହା ବିଳାସପୂର୍ଣ୍ଣ ଆକ୍ସେସରିଜ୍ ଉତ୍ପାଦନ କରିଥାଏ।
ଆଇଆଇଟି ମୁମ୍ବାଇରୁ ମହାକୁମ୍ଭ, ଜଣେ ଏରୋସ୍ପେଶ୍ ଇଂଜିନିୟରଙ୍କ ମୋକ୍ଷ ସନ୍ଧାନ ଯାତ୍ରାର କାହାଣୀ
