ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୭ ତାରିଖରେ ଘଟିବ । ଜ୍ୟୋତିଷ ଓ ବିଜ୍ଞାନ ଦୁଇ ଦୃଷ୍ଟିକୋଣରୁ ଏହି ଗ୍ରହଣକୁ ନେଇ ଆଗ୍ରହ ବୃଦ୍ଧି ପାଇଛି । ଏହି ସୂର୍ଯ୍ୟଗ୍ରହଣ କୁମ୍ଭ ରାଶି ଏବଂ ଧନିଷ୍ଠା ନକ୍ଷେତ୍ରରେ ଘଟିବ ବୋଲି ଜ୍ୟୋତିଷୀମାନେ କହୁଛନ୍ତି । ବୈଜ୍ଞାନିକ ଭାବେ ଏହା ଏକ ବଳୟ ଆକାରର ସୂର୍ଯ୍ୟଗ୍ରହଣ, ଯାହାକୁ ‘ରିଙ୍ଗ୍ ଅଫ୍ ଫାୟାର’ ବୋଲି କୁହାଯାଏ।

ସୂର୍ଯ୍ୟଗ୍ରହଣ ସମୟରେ ଚନ୍ଦ୍ର ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଆସି ସୂର୍ଯ୍ୟର ଆଲୋକକୁ ଅଂଶତଃ କିମ୍ବା ପୂର୍ଣ୍ଣ ଭାବେ ଆଡକୁ କରେ। କିନ୍ତୁ ବଳୟ ଆକାରର ଗ୍ରହଣରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଢାକି ପାରେ ନାହିଁ। ଏଥିରେ ସୂର୍ଯ୍ୟର ଚାରିପାଖରେ ଅଗ୍ନିର ଏକ ଚକ୍ରାକାର ବଳୟ ଦେଖାଯାଏ, ଯାହାକୁ Ring of Fire ବୋଲାଯାଏ। ଏହି ଦୃଶ୍ୟ ଆକାଶରେ ଅତ୍ୟନ୍ତ ଆକର୍ଷଣୀୟ ଲାଗେ।
ଭାରତୀୟ ସମୟ ଅନୁଯାୟୀ, ଏହି ସୂର୍ଯ୍ୟଗ୍ରହଣ ଅପରାହ୍ନ ୩ଟା ୨୬ ମିନିଟ୍ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ଟା ୫୭ ମିନିଟ୍ରେ ଶେଷ ହେବ । ମୋଟ ସମୟ ସୀମା ପ୍ରାୟ ୪ ଘଣ୍ଟା ୩୨ ମିନିଟ୍ ରହିବ । ସନ୍ଧ୍ୟା ୫ଟା ୪୨ ମିନିଟ୍ରେ ଏହାର ମଧ୍ୟଚରଣ ଘଟିବ, ଯେତେବେଳେ ସୂର୍ଯ୍ୟ ‘ରିଙ୍ଗ୍ ଅଫ୍ ଫାୟାର’ ଭଳି ଦେଖାଯିବ ।
ତେବେ ସବୁଠାରୁ ବଡ଼ ପ୍ରଶ୍ନ — ଏହି ଗ୍ରହଣ କି ଭାରତରେ ଦେଖାଯିବ ? ଉତ୍ତର ହେଉଛି, ନାହିଁ । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଦେଶରେ କୌଣସି ସୂତକ କାଳ ଲାଗୁ ହେବ ନାହିଁ । ମନ୍ଦିରମାନେ ସାଧାରଣ ଭାବେ ଖୋଲା ରହିବେ ଏବଂ ପୂଜା-ଅର୍ଚ୍ଚନାରେ କୌଣସି ପ୍ରତିବନ୍ଧ ରହିବ ନାହିଁ ।
ଏହି ବଳୟ ଆକାରର ସୂର୍ଯ୍ୟଗ୍ରହଣ ପ୍ରଧାନତଃ ଆର୍ଣ୍ଟାଟିକ ଏବଂ ସାଉଥ୍ ଓସେନ ଚାରିପାଖରେ ଥିବା ଅଞ୍ଚଳରେ ଦୃଶ୍ୟମାନ ହେବ । ଏହା ସହିତ କିଛି ଆଫ୍ରିକୀୟ ଦେଶରେ ମଧ୍ୟ ଏହି ଗ୍ରହଣ ସ୍ପଷ୍ଟ ଭାବରେ ଦେଖାଯିବ। ସାଉଥ୍ ଆଫ୍ରିକା , ତାନଜେନିଆ , ଜାମ୍ବିଆ ଏବଂ ଜିମ୍ୱାଓ୍ୱେ ଭଳି ଦେଶଗୁଡ଼ିକରେ ଲୋକମାନେ ଏହି ଦୃଶ୍ୟକୁ ଉପଭୋଗ କରିପାରିବେ ।

ଜ୍ୟୋତିଷ ମତାନୁସାରେ, କୁମ୍ଭ ରାଶିରେ ଏହି ଗ୍ରହଣ ଘଟୁଥିବାରୁ କିଛି ରାଶି ଉପରେ ମାନସିକ ଓ ପେଶାଗତ ପ୍ରଭାବ ପଡ଼ିପାରେ । ଯଦିଓ ବୈଜ୍ଞାନିକମାନେ ଏହାକୁ ପୂର୍ଣ୍ଣରୂପେ ଖଗୋଳୀୟ ଘଟଣା ଭାବେ ବ୍ୟାଖ୍ୟା କରନ୍ତି ଏବଂ ଏହାର ପୃଥିବୀର ଦୈନିକ ଜୀବନ ଉପରେ ପ୍ରତ୍ୟକ୍ଷ ପ୍ରଭାବ ନଥିବା କହନ୍ତି ।
ବିଶେଷଜ୍ଞମାନେ ସୂର୍ଯ୍ୟଗ୍ରହଣ ଦେଖିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଖାଲି ଆଖିରେ ସୂର୍ଯ୍ୟକୁ ଦେଖିବା ଆଖି ପାଇଁ କ୍ଷତିକାରକ ହୋଇପାରେ । ଯେଉଁ ଅଞ୍ଚଳରେ ଗ୍ରହଣ ଦୃଶ୍ୟମାନ ହେବ, ସେଠାରେ ବିଶେଷ ସୂର୍ଯ୍ୟଗ୍ରହଣ ଚଷମା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ସମଗ୍ର ଭାବେ, ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ ଖଗୋଳ ପ୍ରେମୀମାନଙ୍କ ପାଇଁ ଏକ ଆକର୍ଷଣୀୟ ଘଟଣା ହେଲେ ମଧ୍ୟ ଭାରତବାସୀ ଏହାକୁ ସର୍ବସାଧାରଣ ଭାବେ ଦେଖିପାରିବେ ନାହିଁ। ତଥାପି ବିଶ୍ୱର କିଛି ଅଞ୍ଚଳରେ ଆକାଶରେ ଅଗ୍ନିର ବଳୟ ଭଳି ଦେଖାଯିବା ଏହି ଦୁର୍ଲଭ ଦୃଶ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ।
also read https://purvapaksa.com/haroscope-23/
କାଲି ମହାଲକ୍ଷ୍ମୀ ରାଜଯୋଗ, ଏହି ତିନୋଟି ରାଶିରେ ଟଙ୍କାର ବର୍ଷା ।। Haroscope


