Fish Spa Side Effects: ଫିସ୍ ସ୍ପା ଦ୍ୱାରା ପାଦ ସଫା ହେବା ସହ ସୁନ୍ଦର ଓ ମୁଲାୟମ ଦେଖାଯାଏ । ହେଲେ ବିଶେଷଜ୍ଞଙ୍କ ଅନୁଯାୟୀ, ଫିସ୍ ସ୍ପା ଦ୍ୱାରା ଆପଣ ଗୁରୁତର ରୋଗର ଶିକାର ହୋଇପାରିବେ।
ଫେସିଆଲ, ୱାକ୍ସିଙ୍ଗ ଠାରୁ ଆରମ୍ଭ କରି ମ୍ୟାନିକ୍ୟୁର ଏବଂ ପେଡିକ୍ୟୁର୍ ମଧ୍ୟ କରିଥାନ୍ତି । ଏଥିରେ ଲୋକମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । ପରଫେକ୍ଟ ଲୁକ୍ ପାଇବା ପାଇଁ ଆଜିକାଲି ଅନେକ ପ୍ରକାରର ବିୟୁଟି ଟ୍ରିଟମେଣ୍ଟ କରେଇଥାନ୍ତି । ଏଥିମଧ୍ୟରେ ଆଜିକାଲି ଫିସ୍ ସ୍ପା ବହୁତ ଟ୍ରେଣ୍ଡରେ ରହିଛି । ଲୋକମାନେ ଏହାକୁ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ନିଜ ପାଦକୁ ଆହୁରି ସୁନ୍ଦର ଓ ନରମ ରଖିବା ପାଇଁ ଅନେକ ଲୋକ ନିୟମିତ ଭାବେ ଫିସ୍ ସ୍ପା କରିଥାନ୍ତି । ବର୍ତ୍ତମାନ ଏହି ସ୍ପା ଲୋକମାନଙ୍କ ପାଇଁ ମଲ୍ ଠାରୁ ସ୍ପା ସେଣ୍ଟର ପର୍ଯ୍ୟନ୍ତ ସବୁଠାରେ ଉପଲବ୍ଧ ହେଲାଣି ।
ବର୍ତ୍ତମାନ ସମୟରେ ନିଜକୁ ଆହୁରି ସୁନ୍ଦର କରିବା ପାଇଁ ଲୋକମାନେ ଅନେକ କିଛି ବିୟୁଟି ପ୍ରଡ଼କ୍ଟ ବ୍ୟବହାର କରୁଛନ୍ତି
ପାଦର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ମହିଳାମାନେ କେତେ କିଛି କରୁଛନ୍ତି । ଟ୍ୟାନିଂ ହଟାଇବା ପାଇଁ ବ୍ଲିଚ୍ ର ବ୍ୟବହାର କରୁଥିବା ବେଳେ ବର୍ତ୍ତମାନ ଫିସ୍ ପେଡିକ୍ୟୁର୍ କରାଉଛନ୍ତି । ମାଛ ପେଡିକ୍ୟୁର୍ ହେଉଛି ଏକ ପ୍ରକାର ଚିକିତ୍ସା । ଯାହାକୁ ‘ଇଚିଥିୟୋଥେରାପି’ ମଧ୍ୟ କୁହାଯାଏ । ଯେଉଁଥିରେ ପାଦକୁ ମାଛରେ ପରିପୂର୍ଣ୍ଣ ଏକ ଟବରେ ରଖାଯାଏ । ଟବରେ ଉପସ୍ଥିତ ଥିବା ଛୋଟ ମାଛଗୁଡ଼ିକ ଆପଣଙ୍କ ପାଦରୁ ମୃତ କୋଶିକା ବା ଡେଡ୍ ସ୍କିନ ଓ ଅଳିଆକୁ ଖାଇଥାଆନ୍ତି । ଏହାଦ୍ୱାରା ପାଦ ସଫା ହେବା ସହ ସୁନ୍ଦର ଓ ମୁଲାୟମ ଦେଖାଯାଏ । ହେଲେ ବିଶେଷଜ୍ଞଙ୍କ ଅନୁଯାୟୀ, ଫିସ୍ ସ୍ପା ଦ୍ୱାରା ଆପଣ ଗୁରୁତର ରୋଗର ଶିକାର ହୋଇପାରିବେ।
ସୁରକ୍ଷିତ ନୁହେଁ ଫିସ୍ ସ୍ପା
- ଅନେକ ଥର ଆପଣ ମଲ୍ କିମ୍ବା ପାର୍ଲରରେ ଲୋକଙ୍କୁ ଫିସ୍ ସ୍ପା କରୁଥିବାର ଦେଖିଥିବେ । ଫିସ୍ ସ୍ପା ସେତେବେଳେ ହିଁ ନିରାପଦ ଅଟେ ଯେତେବେଳେ ସେହି ଟବ ଗୁଡିକ ସଫା ହୋଇଥିବ ।
- ଗାରା ରୁଫା ନାମକ ମାଛଗୁଡିକ ଫିସ୍ ସ୍ପା କରିବା ପାଇଁ ବ୍ୟବହୃତ ହୁଏ । ଫିସ୍ ସ୍ପା ସମୟରେ ମୃତ କୋଷିକାକୁ ଖାଉଥିବା ମାଛମାନେ ଯଦି ବ୍ୟାକ୍ଟେରିଆ କିମ୍ବା ଭାଇରସ୍ ରେ ପ୍ରଭାବିତ ଥାଆନ୍ତି ତେବେ ସ୍ପା କରାଉଥିବା ବ୍ୟକ୍ତିଙ୍କୁ ସଂକ୍ରମଣ ହେବାର ଆଶଙ୍କା ଥାଏ ।
- ଯଦି ସ୍ପାର ଟବ ଟି ଭଲ ଭାବେ ସଫା ନଥାଏ କିମ୍ବା ଏଥିରେ ବ୍ୟବହାର ହେଉଥିବା ପାଣି ପରିଷ୍କାର ନଥାଏ ତାହେଲେ ସ୍ପା କରୁଥିବା ବ୍ୟକ୍ତିଙ୍କ ଚର୍ମ କୁଣ୍ଡେଇ ହେବା, ପୋଡ଼ାଜଳା କରିବା ଭଳି ସମସ୍ୟା ସହ ଗମ୍ଭୀର ସଂକ୍ରମଣ ହେବାର ଆଶଙ୍କା ରହିଥାଏ ।
- ଯଦି ଆପଣଙ୍କର ପାଦରେ ଆଘାତ ଲାଗିଛି ତେବେ ମାଛ ପେଡିକ୍ୟୁର୍ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ପେଡିକ୍ୟୁର୍ କରିବା ସମୟରେ ରକ୍ତସ୍ରାବ ହୋଇଥାଏ । ଯାହା ସଂକ୍ରମଣର କାରଣ ହୋଇପାରେ । ଏହାବ୍ୟତୀତ ଅନେକ ସମୟରେ ଫିସ୍ ସ୍ପା କରୁଥିବାବେଳେ ମାଛଗୁଡିକ ପାଦକୁ କାମୁଡିବା ଯୋଗୁଁ ରକ୍ତସ୍ରାବ ହୋଇଥାଏ ।
- ଯଦି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କିମ୍ବା ଆପଣ ଜଣେ ମଧୁମେହ ରୋଗୀ, ତେବେ ମାଛ ପେଡିକ୍ୟୁର୍ କରିବାର ଭୁଲ୍ କରନ୍ତୁ ନାହିଁ ।
ପାଦର ଯତ୍ନ ପାଇଁ ଫିସ୍ ସ୍ପା ଏକ ଭଲ ଉପାୟ ନୁହେଁ । ଏହି କାରଣରୁ ଅନେକ ଦେଶରେ ଫିସ୍ ସ୍ପା ଉପରେ କଟକଣା ଲଗାଯାଇଛି । କିନ୍ତୁ ଭାରତରେ କୌଣସି ପ୍ରକାର ପ୍ରତିବନ୍ଧକ ନଥିବାବେଳେ ଦିନକୁ ଦିନ ଏହି ସ୍ପା ଚାହିଦା ବଢିଚାଲିଛି । ଯଦି ଆପଣ ଆପଣଙ୍କ ପାଦର ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ନିଜେ ଘରେ ପ୍ରାକୃତିକ ଉପାୟରେ ଏହାର ଯତ୍ନ ନିୟନ୍ତୁ । ତଥାପି ଯଦି ଆପଣ ଏହାକୁ କରିବା ପାଇଁ ଚାହୁଁଛନ୍ତି ତେବେ ଅନେକ ସାବଧାନତା ଅବଲମ୍ବନ କରନ୍ତୁ । ଯାହାର ପାଦରେ ଘା’, କ୍ଷତ କିମ୍ବା କୌଣସି ପ୍ରକାର ଚର୍ମ ସମସ୍ୟା ରହିଛି ସେମାନେ ଆଦୌ ଫିସ୍ ସ୍ପା କରନ୍ତୁ ନାହିଁ ।
ALSO READ:https://purvapaksa.com/how-to-creat-baby-girl-name/