Shani Sadesati Upay: ଶନିବାର ଦିନକୁ ନ୍ୟାୟର ଦେବତା ଶନିଦେବକୁ ସମର୍ପିତ ହୁଏ। ଶନିବାର ଦିନ ଶନିଦେବକୁ ପ୍ରସନ୍ନ କରିବା ପାଇଁ ବେଶ କିଛି ଉପାୟ କରାଯାଏ। ଅନେକ ଲୋକ ଏହି ଦିନ ବ୍ରତ ରଖନ୍ତି, ତେବେ କେତେକ ଲୋକ ଜ୍ୟୋତିଷ ଅନୁଯାୟୀ ଉପାୟ କରନ୍ତି। ଯାହା ଦ୍ୱାରା ଶନିଦେବଙ୍କର କୃପା ମିଳିବ ସହ ସାଢେସାତୀ ବା ଶନିଦଶାରୁ ମୁକ୍ତି ମିଳିଥାଏ।
ମାନ୍ୟତା ଅନୁଯାୟୀ, ଶନିଙ୍କର ସାଡ଼େସାତୀ ପୀଡିତ ଲୋକଙ୍କ ପାଇଁ ଶନିବାର ଦିନ କିଛି ବିଶେଷ ଉପାୟ କୁହାଯାଏ। ଯାହାକୁ କରିବାରେ ସେମାନେ ସାଡ଼େସାତୀ ଓ ଶନିଦଶାରୁ ମିଳୁଥିବା କଷ୍ଟରୁ ମୁକ୍ତି ପାଇଥାନ୍ତି ଓ ତାଙ୍କ ଜୀବନରେ ଆସୁଥିବା ବାଧାମାନେ ମଧ୍ୟ ଦୂର ହୋଇଯାଏ। ତେଣୁ ଆସନ୍ତୁ ଜାଣିବା ଶନିବାର ଦିନ କେଉଁ-କେଉଁ ଉପାୟ କରିବା ଦ୍ୱାରା ଶନିଦଶାରୁ ମୁକ୍ତି ମିଳିଥାଏ ।
ସାଢେସାତୀ ବା ଶନିଦଶାର ଉପାୟ
ଦୁଦୁରା ଗଛର ଉପାୟ
ଯଦି ଆପଣ ଶନିର ପ୍ରକୋପରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଶନିବାର ଦିନ ଦୁଦୁରା ଗଛର ଚେରକୁ ନେଇ ଏକ ଉପାୟ କରିପାରିବେ । ସାଡେସାତୀ କଷ୍ଟରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଦୁଦୁରା ଗଛର ଚେରକୁ ଧାରଣ କରନ୍ତୁ । ଏହାକୁ ବେକ କିମ୍ବା ହାତରେ ବାଧିବା ଦ୍ୱାରା ଶନି ଦେବତା ଅନୁକୂଳ ପରିଣାମ ପ୍ରଦାନ କରନ୍ତି।
ତେଲର ଦାନ
କୁଣ୍ଡଳୀରେ ଶନିଦୋଷ ରହିଲେ ସେଥିରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ତେଲର ଦାନ କରିବା ଦ୍ୱାରା ଶନିଦେବତାଙ୍କର କୃପା ମିଳିଥାଏ । ଶନିଦେବଙ୍କୁ ଶୋରିଷ ତେଲ ଚଢ଼ାଇଲେ ଶନିର ସାଢେସାତୀରୁ ମୁକ୍ତି ମିଳିଥାଏ ।
ସାତ ମୁଖୀ ରୁଦ୍ରାକ୍ଷ
ଯଦି ଆପଣ ଶନିର କଷ୍ଟରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଶନି ଜୟନ୍ତୀ ଦିନ ସାତ ମୁଖୀ ରୁଦ୍ରାକ୍ଷ ପିନ୍ଧନ୍ତୁ । ଏହାଦ୍ୱାରା ଭଗବାନ ଶିବ ଓ ଶନିଦେବ ଦୁହିଁଙ୍କର କୃପା ମିଳିଥାଏ ।
ହନୁମାନ ଜୀଙ୍କର ଆରାଧନା
ଶନିଙ୍କର ସାଡ଼େସାତୀର ପ୍ରଭାବକୁ କମ କରିବା ପାଇଁ ଶନିବାର ଦିନ ହନୁମାନ ଚାଳିସା ପାଠ କରିବା ଉଚିତ। ଶାସ୍ତ୍ରର ଅନୁସାରେ, ଶନିବାର ଦିନ ହନୁମାନ ଜୀଙ୍କର ଆରାଧନା କରିବା ଦ୍ୱାରା ଶନିଦେବଙ୍କ ଠାରୁ ମିଳୁଥିବା କଷ୍ଟରୁ ମୁକ୍ତି ମିଳିଥାଏ।
କଳହ, ଆର୍ଥିକ ସମସ୍ୟା, ନକାରାତ୍ମକ ଶକ୍ତି ଭଳି ସମସ୍ୟାର ସମାଧାନ ମୟୁର ପଙ୍ଖ