ଭାରତରେ ଶିକ୍ଷାନୁଷ୍ଠାନଗୁଡ଼ିକ ଭିତରେ ଯୌନ ନିର୍ଯାତନା ପ୍ରସଙ୍ଗ ମୁଖ୍ୟତଃ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ (ସାଧାରଣତଃ POSH ଆଇନ ଭାବରେ ଜଣାଶୁଣା) ଦ୍ୱାରା ପରିଚାଳିତ ହୋଇଥାଏ । ଏହି ଆଇନ ଭାରତୀୟ ଦଣ୍ଡ ସଂହିତା (IPC) ସହିତ ମଧ୍ୟ ଜଡ଼ିତ । ବ୍ୟବସ୍ଥା ଅନୁସାରେ ଧାରା ୩୫୪A ସହିତ ମିଳିତ ଭାବରେ ଲଗା ଯାଇପାରିବ।
ବିଭିନ୍ନ ଧାରା ଅନୁସାରେ ଶିକ୍ଷା କ୍ଷେତ୍ରରେ ନିର୍ଯାତନାକୁ ହ୍ରାସ କରିବା ପାଇଁ ବ୍ୟବସ୍ଥା ରହିଛି। ବର୍ଣ୍ଣନା ପସକୋ ଆଇନ ସହିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ବିଶ୍ୱବିଦ୍ୟାଳୟ ହତାର ମଧ୍ୟରେ ଏପରି ଘଟଣାର ପରିଚାଳନା ପାଇଁ ବ୍ୟବସ୍ଥା ରହିଛି ।
ପସ ଆଇନ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲ ସମେତ ସମସ୍ତ ପ୍ରକାରର ଶିକ୍ଷାନୁଷ୍ଠାନରେ ଲାଗୁ ହେବ ଯାହା ଦ୍ଵାରା ଛାତ୍ର ଏବଂ କର୍ମଚାରୀ ଉଭୟଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପ୍ରଦାନ କରା ଯାଇପାରିବ। ପ୍ରତ୍ୟେକ ଅନୁଷ୍ଠାନକୁ ଯୌନ ନିର୍ଯାତନା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତଦନ୍ତ ଏବଂ ସମାଧାନ କରିବା ପାଇଁ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରାଯାଇଛି। ପୀଡ଼ିତମାନେ ଏହି କମିଟି ନିକଟରେ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ । କମିଟି ଏହି ଅଭିଯୋଗରେ ଶୀଘ୍ର ପ୍ରତିକ୍ରିୟା ନେବାକୁ ବାଧ୍ୟ।
ଉତ୍ପୀଡ଼ନର ଗୁରୁତ୍ୱ ଉପରେ ନିର୍ଭର କରି, ଅପରାଧୀମାନଙ୍କୁ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ନିଲମ୍ବନ, ଚାକିରିରୁ ବହିଷ୍କାର ଏବଂ ସମ୍ଭାବ୍ୟ ଅପରାଧିକ ଅଭିଯୋଗ ସମେତ ବିଭିନ୍ନ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇପାରେ। ଧାରା ୩୫୪A ନିର୍ଦ୍ଦିଷ୍ଟ ଭାବରେ ଯୌନ ଉତ୍ପୀଡ଼ନର ସଂଜ୍ଞାକୁ ନିର୍ଦ୍ଧାରଣ କରେ ଏବଂ ଏହାକୁ ଏକ ଦଣ୍ଡନୀୟ ଅପରାଧ ଭାବରେ ବର୍ଗୀକୃତ କରିଥାଏ।
ସମ୍ବିଧାନର ଧାରା ୧୪ ଅନୁସାରେ ସମାନତାର ଅଧିକାର ବି ରହିଛି। ଏହା ସମସ୍ତ ଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ। ଲିଙ୍ଗ ନିର୍ବିଶେଷରେ, ଉତ୍ପୀଡ଼ନ ବିରୁଦ୍ଧରେ ସମାନ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଇନ କହୁଛି।
ALSO READ: https://purvapaksa.com/supreme-court-pauses-lokpal-order-on-power-to-probe-high-court-judges/
ହାଇକୋର୍ଟ ବିଚାରପତିଙ୍କ ତଦନ୍ତ କ୍ଷମତା ସଂକ୍ରାନ୍ତ ଲୋକପାଳଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ