Runny Nose: ଶୀତଦିନ ଆସିଲେ ଥଣ୍ଡା ହେବା ସହ ଝିଙ୍କ ଏବଂ ନାକ ବନ୍ଦ ହୋଇଯାଏ । ଯାହା ଦ୍ୱାରା ଆମକୁ ଅଣନିଶ୍ୱାସୀ ଲାଗିବା ସହ ଅନେକ ସମସ୍ୟା ହୋଇଥାଏ ।
ଯାହା ଫଳରେ ଆମେ ରାତିରେ ଶୋଇପାରି ନଥାଉ । ବାରମ୍ବାର ନାକରୁ ପାଣି ବାହାରିବା ଦ୍ୱାରା ବେଳେବେଳ ନାକରୁ ରକ୍ତ ମଧ୍ୟ ବାହାରିଥାଏ । ତେବେ ଏହି ସଂକ୍ରମଣ ଜନିତ ସମସ୍ୟା ଅନେକ କାରଣରୁ ହୋଇପାରେ । ସାଧାରଣତଃ ଏହା ଅଧିକ ବିପଦଜନକ ନୁହେଁ, କିନ୍ତୁ ବେଳବେଳେ ଏହା ଏତେ କଷ୍ଟଦାୟକ ହୋଇଥାଏ ଯେ, ଏହା ଆପଣଙ୍କ ଶ୍ୱାସ, ଶୋଇବା ଏବଂ ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଅନେକ କିଛି କରିଥାଉ । ଅନେକ ପ୍ରକାରର ଔଷଧ ମଧ୍ୟ ଖାଇଥାଉ । ହେଲେ ଏହି ଔଷଧ ଆମ ଶରୀରରେ ଅନେକ ଖରାପ ପ୍ରଭାବ ମଧ୍ୟ ପକାଇଥାଏ।
ଗ୍ରୀଷ୍ମ କିମ୍ବା ଶୀତରେ ଏହି ସମସ୍ୟା ହୋଇପାରେ । ଏହାର କାରଣ ସାଧାରଣ ଆଲର୍ଜି ଠାରୁ ସାଇନସ୍ ସଂକ୍ରମଣ ଇତ୍ୟାଦି ପର୍ଯ୍ୟନ୍ତ ହୋଇପାରେ । ନାକ ବନ୍ଦ ହେବା ବା ବନ୍ଦ ହେତୁ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ଯେପରିକି ନାକ ଫୁଲିଯିବା, ଗଳା ଯନ୍ତ୍ରଣା, ନିଶ୍ୱାସ ନେବାରେ ଅସୁବିଧା, ଥଣ୍ଡା, କାଶ ଏବଂ ଜ୍ୱର । ନାକ ବନ୍ଦ ହେବାର ଅନେକ କାରଣ ଅଛି, ଯେପରିକି ଆଲର୍ଜି, ସାଧାରଣ ସଂକ୍ରମଣ, ଫୁଲିଯିବା କିମ୍ବା ନାକ ଟିସୁରେ ପାଣି ଭରିଯିବା । ଏହା ପ୍ରାୟତଃ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରେ । ଅଧିକାଂଶ କ୍ଷେତ୍ରରେ ସାଇନସ୍ ସଂକ୍ରମଣ ହେଉଛି ଏହାର ମୁଖ୍ୟ କାରଣ । ଏହା ବ୍ୟତୀତ ବନ୍ଦ ନାକର କାରଣ ସଂକ୍ରମଣ କିମ୍ବା ଆଲର୍ଜି, ଜ୍ୱର, ନାସାଲ୍ ପଲିପ୍ସ, କ୍ରୋନିକ୍ ସାଇନସ୍, ପରିବେଶରେ ଉପସ୍ଥିତ କଣିକା ସଂସ୍ପର୍ଶରେ ଆସିବା ହୋଇପାରେ ।ତେବେ ନାକ ଜନିତ ସମସ୍ୟା ହେବାର ପ୍ରକୃତ କାରଣ କେବଳ ଡାକ୍ତର କହିପାରିବେ । ଯଦି ଆପଣ ମଧ୍ୟ ଥଣ୍ଡା ଅନୁଭବ କରୁଛନ୍ତି ଏବଂ ସେହି କାରଣରୁ ଆପଣଙ୍କର ନାକ ବନ୍ଦ ହୋଇଯାଇଛି ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇଁ ପାରିବେ ।
ମୁଣ୍ଡକୁ ଉପର କରି ରଖନ୍ତୁ:
ଶୋଇବା ସମୟରେ ମୁଣ୍ଡକୁ ଉପର କରି ଶୋଇବା ଉଚିତ । ଯାହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବା ସହଜ ହୋଇଥାଏ । ସହଜରେ ନିଶ୍ୱାସ ନେବା ପାଇଁ ଆପଣ ନିଜ ମୁହଁରେ ଏକ ଗରମ ଟାୱେଲ ମଧ୍ୟ ରଖିପାରିବେ ।
ଅଦା ଖାଆନ୍ତୁ:
ଅଦା ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ଆଲର୍ଜି ଗୁଣରେ ଭରପୁର ହୋଇଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଦୈନିକ ୫୦୦ ମିଲିଗ୍ରାମ ଅଦା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଦାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ନାକର ଆଲର୍ଜି ସମ୍ବନ୍ଧୀୟ ଫୁଲାକୁ କମ କରିବାରେ ସାହାଯ୍ୟ କରିଥାଏ ଏବଂ ନାକ ସଫା କରିବାରେ ସାହାଯ୍ୟ କରିଥାଏ ।
ଉଷୁମ ଜିନିଷ ପିଅନ୍ତୁ:
ପାଣି, ହର୍ବାଲ୍ ଟି ଏବଂ ସୁପ୍ ପରି ତରଳ ପଦାର୍ଥ ପିଇବା ଆବଶ୍ୟକ । ଏହାଦ୍ୱାରା ଆମ ଶରୀର ହାଇଡ୍ରେଟେଡ୍ ରହିଥାଏ ଏବଂ ନାକରେ ଜମା ହୋଇଥିବା ପାଣି ତରଳି ଯାଇ ବାହାରକୁ ଆସିଥାଏ ।
କଳାଜିରା :
ଆପଣ କିଛି କଳାଜିରାକୁ ଏକ ସଫା କନାରେ ରଖି ତାକୁ ଏକ ଗଣ୍ଠି ପକେଇ ଦିଅନ୍ତୁ । ସେହି ଜିରାକୁ ନିଜ ହାତରେ ଭଲ ଭାବରେ ଘଷି ଗୋଟିଏ ନାକକୁ ବନ୍ଦ କରି ଆଉ ଏକ ନାକରେ ଜୋର ନିଶ୍ୱାସ ନିଅନ୍ତୁ । ପୁଣିଥରେ ଏହାକୁ ଆଉ ଏକ ନାକରେ ଟାଣନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଖୁବ ଶୀଘ୍ର ମୁକ୍ତି ମିଳି ପାରିବ ।
ମସଲାଯୁକ୍ତ ଖାଦ୍ୟ:
ମସଲାଯୁକ୍ତ ଖାଦ୍ୟ ଯେପରିକି ଚିଲି, ଅଦା, କିମ୍ବା ରସୁଣ ଖାଇବା ଦ୍ୱାରା ବନ୍ଦ ନାକ ମୁକ୍ତ ହୋଇଥାଏ । ବାସ୍ତବରେ, ଉତ୍ତାପ ଏବଂ ଉତ୍ତେଜନା ହେତୁ ନାକ ଖୋଲିବା ଆରମ୍ଭ କରେ, ଯାହାକି ଅସ୍ଥାୟୀ ଭାବରେ ବନ୍ଦ ନାକ ଖୋଲିବାରେ ସାହାଯ୍ୟ କରେ । କିନ୍ତୁ ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।