ଆଜିକାଲି ଫ୍ରିଜ ପ୍ରତ୍ୟେକ ଘରର ଏକ ଅତ୍ୟାବଶ୍ୟକ ଇଲେକ୍ଟ୍ରୋନିକ୍ ଉପକରଣ ହୋଇପାରିଛି । ବିଶେଷକରି ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି, ଖାଦ୍ୟ ସଂରକ୍ଷଣ, ଫଳ ଓ ପନିପରିବା ରଖିବା ପାଇଁ ରେଫ୍ରିଜରେଟରର ବ୍ୟବହାର ଅଧିକ ବଢ଼ିଯାଏ । କିନ୍ତୁ ଅନେକ ଲୋକ ଅଜାଣତରେ କିଛି ଏମିତି ଭୁଲ କରନ୍ତି, ଯାହା ଫ୍ରିଜକୁ ଧୀରେ ଧୀରେ ନଷ୍ଟ କରିଦିଏ ଏବଂ ମରାମତି ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ । ଘରର ସ୍ଥାନ ବଞ୍ଚାଇବା କିମ୍ବା ସାଜସଜ୍ଜା ପାଇଁ ଅଧିକାଂଶ ଲୋକ ଫ୍ରିଜ ଉପରେ ବିଭିନ୍ନ ଜିନିଷ ରଖିଦିଅନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଏହି ଅଭ୍ୟାସ ଫ୍ରିଜ ପାଇଁ ବିପଦଜନକ।
:max_bytes(150000):strip_icc()/GettyImages-1165741495-7c006444792c44999ade93f345967aec.jpg)
ଅନେକ ଘରେ ଦେଖାଯାଏ ଯେ ଲୋକମାନେ ଫ୍ରିଜ ଉପରେ ଫୁଲଦାନୀ, ପାତ୍ର କିମ୍ବା ଭାରୀ ସାମଗ୍ରୀ ରଖୁଛନ୍ତି। ଏହା ଦ୍ୱାରା ଫ୍ରିଜ ଉପରେ ଅତିରିକ୍ତ ଚାପ ପଡ଼େ। ଫଳରେ ଫ୍ରିଜର ଭିତରେ ଥିବା କମ୍ପ୍ରେସର ଓ ଅନ୍ୟାନ୍ୟ ପାର୍ଟଗୁଡ଼ିକ ଉପରେ ପ୍ରଭାବ ପଡ଼ି ତାହା ଶୀଘ୍ର ଖରାପ ହୋଇପାରେ।
ସେହିପରି, ଅନେକ ଲୋକ ଦୈନନ୍ଦିନ ଔଷଧ ନେବାକୁ ମନେ ରଖିବା ପାଇଁ ଫ୍ରିଜ ଉପରେ ଔଷଧ ରଖନ୍ତି । କିନ୍ତୁ ଏହା ଏକ ବଡ଼ ଭୁଲ । ଫ୍ରିଜ ଚାଲୁଥିବା ସମୟରେ ତାହାର ଉପର ଅଂଶ ବହୁତ ଗରମ ହୋଇଯାଏ । ଏହି ଉତ୍ତାପ ଔଷଧର ଗୁଣ ଓ ପ୍ରଭାବକୁ ନଷ୍ଟ କରିପାରେ, ଯାହା ଶରୀର ପାଇଁ ହାନିକାରକ।
ଘର ସଜାଇବା ପାଇଁ କିଛି ଲୋକ ଫ୍ରିଜ ଉପରେ ମାଛ ଆକ୍ୱାରିୟମ୍ ମଧ୍ୟ ରଖନ୍ତି । କିନ୍ତୁ ଏହା ମାଛଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ। ଫ୍ରିଜରୁ ବାହାରୁଥିବା ଉତ୍ତାପ ଓ କମ୍ପନ ଯୋଗୁଁ ଆକ୍ୱାରିୟମ୍ର ପାଣିର ତାପମାତ୍ରା ବଦଳିଯାଏ ଏବଂ ଅନେକ କ୍ଷେତ୍ରରେ ମାଛ ଶୀଘ୍ର ମରିଯାଆନ୍ତି।

ଅନେକ ଘରେ ଲୋକ ନିଜର ଟ୍ରଫି, ପୁରସ୍କାର କିମ୍ବା ସମ୍ମାନ ସାମଗ୍ରୀକୁ ଫ୍ରିଜ ଉପରେ ରଖନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ବୋଲି ମନାଯାଏ। ତାହା ସହିତ ଭାରୀ ଟ୍ରଫି ରଖିଲେ ଫ୍ରିଜର ଢାଞ୍ଚା ଓ ଭିତର ପାର୍ଟକୁ କ୍ଷତି ପହଞ୍ଚିପାରେ।
ସେହିପରି ଟୋଷ୍ଟର, ମାଇକ୍ରୋୱେଭ୍, ରେଡିଓ କିମ୍ବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଫ୍ରିଜ ଉପରେ ରଖିବା ମଧ୍ୟ ଠିକ୍ ନୁହେଁ। ଫ୍ରିଜ କମ୍ପ୍ରେସରର କମ୍ପନ ଓ ଉତ୍ତାପ ଏହି ସମସ୍ତ ଯନ୍ତ୍ରକୁ ଧୀରେ ଧୀରେ ନଷ୍ଟ କରିଦିଏ। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଫ୍ରିଜ ଉପରେ ସମ୍ଭବତଃ କୌଣସି ଭାରୀ କିମ୍ବା ସଂବେଦନଶୀଳ ଜିନିଷ ରଖିବା ଉଚିତ୍ ନୁହେଁ। ଏହା ଫ୍ରିଜର ଆୟୁ ବଢ଼ାଇବା ସହ ଅପ୍ରୟୋଜନୀୟ ଖର୍ଚ୍ଚରୁ ଆପଣଙ୍କୁ ରକ୍ଷା କରିପାରିବ।
also read https://purvapaksa.com/yogi-govt-new-rule/
ଯୋଗୀ ସରକାରଙ୍କ ନୂଆ ନିୟମ, ଏବେ ସବୁ ଟାଇଟ୍ ।। yogi govt. new rule


