Raw Papaya Benefits: କଞ୍ଚା ଅମୃତଭଣ୍ଡାରେ ଉଚ୍ଚ ଫାଇବର ଏବଂ ବହୁତ କମ୍ କ୍ୟାଲୋରୀ ଥାଏ।
କଞ୍ଚା ଅମୃତଭଣ୍ଡାରେ ଥିବା ଫାଇବର ଆପଣଙ୍କ ପେଟକୁ ପୂର୍ଣ୍ଣ ଅନୁଭବ କରାଏ, ଯେଉଁ କାରଣରୁ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରନ୍ତି ନାହିଁ ଏବଂ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। କଞ୍ଚା ଅମୃତଭଣ୍ଡାରେ ଭଲ ପରିମାଣର ଭିଟାମିନ୍ କେ ଥାଏ, ଯାହା ହାଡ଼ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
କଞ୍ଚା ଅମୃତଭଣ୍ଡା ଖାଇବାର ଫାଇଦା:
ପାଚନ କ୍ରିୟା: କଞ୍ଚା ଅମୃତଭଣ୍ଡା ଭିଟାମିନ ଓ ମିନେରାଲର ପାୱାରହାଉସ୍ । ବିଶେଷଜ୍ଞଙ୍କ କହିବା କଥା, ଭଣ୍ଡାରେ ଥିବା ପପେନ ଏନଜାଇମ ଗ୍ୟାଷ୍ଟ୍ରିକ ଏସିଡ ରିଲିଜ ବଢାଇଥାଏ ଯାହା ଖାଦ୍ୟ ହଜମରେ ସହାୟତା କରେ । ଏହି ଏନଜାଇମ ପେଟରୁ ବର୍ଜ୍ୟ ପଦାର୍ଥକୁ ବାହାର କରିଥାଏ । ଏହାଯୋଗୁଁ ପାଚନ କ୍ରିୟା ଉନ୍ନତ ହୁଏ । ବଦହଜମୀ, ଗ୍ୟାସ, କୋଷ୍ଠକାଠିନ୍ୟ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।
କ୍ୟାନ୍ସରରୁ ରକ୍ଷା କରେ: ବିଶେଷଜ୍ଞଙ୍କ କହିବା କଥା, କଞ୍ଚା ଅମୃତଭଣ୍ଡା କ୍ୟାନ୍ସର ଆଶଙ୍କା କମାଇଥାଏ । ଏହା ମଧ୍ୟ କୁହାଯାଏ ଯେ, ଏହାର ଲାଇକୋପିନ ଓ ବିଟା କେରୋଟିନ ଭଳି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଶରୀରରୁ ହାନିକାରକ ତତ୍ତ୍ବ ବାହାର କରିଥାଏ ଓ କୋଷିକା କ୍ଷତି (ସେଲ୍ ଡ୍ୟାମେଜ) ରୋକିଥାଏ । ଏହା ବିଶେଷ ଭାବେ ପୁରୁଷଙ୍କ ମଧ୍ୟରେ ପ୍ରୋଷ୍ଟେଟ ଓ କୋଲନ କ୍ୟାନ୍ସର ଭଳି କେତେକ ମାରାତ୍ମକ କ୍ୟାନ୍ସର ବିପଦ କମ୍ କରିବାରେ ସାହାଯ୍ୟ କରେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥର ସଦସ୍ୟଙ୍କ ଏକ ଗ୍ରୁପ ଏକ ଅଧ୍ୟୟନରେ ଏହି କଥା ସ୍ପଷ୍ଟ କରିଛନ୍ତି ।
ହୃଦୟ ସ୍ବାସ୍ଥ୍ୟ: ସବୁଜ ଅମୃତଭଣ୍ଡାରେ ମିଳୁଥିବା ପୋଟାସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ରକ୍ତଚାପ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଏହାଦ୍ବାରା ହୃଦ ଜନିତ ରୋଗ ବିପଦ କମ୍ ହୋଇଥାଏ ।
ଓଜନ ନିୟନ୍ତ୍ରଣ: କଞ୍ଚା ଅମୃତଭଣ୍ଡାରେ କମ୍ କ୍ୟାଲୋରୀ ଥାଏ । କୁହାଯାଏ, ଏହାକୁ ଖାଇଲେ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ହେବା ଭଳି ରହେ । ଭୋକ ଲାଗେନି । ଯାହାଫଳରେ ଅନାବଶ୍ୟକ ଖାଦ୍ୟ ଖାଇବା କମିଯାଏ । ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।
ସୁସ୍ଥ ତ୍ବଚା ପାଇଁ: କୁହାଯାଏ କଞ୍ଚା ଅମୃତଭଣ୍ଡା କେବଳ ସ୍ବାସ୍ଥ୍ୟ ନୁହେଁ ସୁନ୍ଦରତା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଥିବା ଭିଟାମିନ ସି ଓ ଇ ତ୍ବଚାକୁ ମୁଲାୟମ ଓ ଚମକଦାର ବଜାୟ ରଖିବାରେ ସାହାଯ୍ୟ କରେ । ଚର୍ମକୁଞ୍ଚନ ସମସ୍ୟା ମଧ୍ୟ ରୋକିଥାଏ ।
ରୋଗ ପ୍ରତିରୋଧକ ଶକ୍ତି: କଞ୍ଚା ଅମୃତଭଣ୍ଡାରେ ଥିବା ଭିଟାମିନ ଏ ଓ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ବିଶେଷଜ୍ଞ ଏହା ମଧ୍ୟ ପରାମର୍ଶ ଦିଅନ୍ତି ଯେ, ଅମୃତଭଣ୍ଡା ପତ୍ରର ରସ ସେବନ କଲେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀଙ୍କ ଶରୀରରେ ପ୍ଲେଟଲେଟ କାଉଣ୍ଟ ବୃଦ୍ଧି ପାଇଥାଏ ।
ଜଣ୍ଡିସ: ବିଶେଷଜ୍ଞଙ୍କ ଅନୁସାରେ, ଜଣ୍ଡିସ ରୋଗୀ କଞ୍ଚା ଭଣ୍ଡା ଖାଇବା ଖୁବ୍ ଲାଭଦାୟକ ହୋଇଥାଏ । କୁହାଯାଏ ଦିନକୁ 3-4 ଘଣ୍ଟା ବ୍ୟବଧାନରେ ଅଧା ଗ୍ଲାସ ଭଣ୍ଡା ଜୁସ୍ ପିଇଲେ ଜଣ୍ଡିସରୁ ଆରାମ ମିଳିଥାଏ ।
ALSO READ: https://purvapaksa.com/stammering-home-remedies/