ମଙ୍ଗଳବାର ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଦକ୍ଷିଣ ଚାଇନା ସାଗରରୁ ଏହା ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଏହା ପ୍ରଭାବରେ ୧ତାରିଖ ବେଳକୁ ନୂତନ ଲଘୁଚାପ ବିଭିନ୍ନ ସ୍ଥାନରେ ପୁଣି ବର୍ଷାର ପରିମାଣ ବଢ଼ିପାରେ। ମଙ୍ଗଳବାର ଅର୍ଥାତ୍ ଅଷ୍ଟମୀରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ନବମୀ ଓ ଦଶମୀ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପ୍ରଭାବିତ ହେବାର ଆଶଙ୍କା ରହିଛି।
ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ମଙ୍ଗଳବାର ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ଭାରୀ ବର୍ଷା ହେବାକୁ ଥିବା ବେଳେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼ ସମ୍ବଲପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ବର୍ଷା ଆଶଙ୍କା ରହିଛି। ଦୁର୍ଗାପୂଜା ପାଇଁ ସାରା ରାଜ୍ୟ ବର୍ତ୍ତମାନ ଉତ୍ସବମୁଖର ହୋଇପଡ଼ିଥିବା ବେଳେ କଟକ-ଭୁବନେଶ୍ୱରରେ ପୂଜା ପାଇଁ ବ୍ୟାପକ ଆୟୋଜନ ହୋଇଛି । ମାତ୍ର ନବମୀ ଓ ଦଶମୀରେ ବର୍ଷା ଆଶଙ୍କା ରହିଥିବାରୁ ପୂଜା ପ୍ରଭାବିତ ହେବା ନେଇ ଯଥେଷ୍ଟ ଆଶଙ୍କା ରହିଛି ।
ଲଘୁଚାପ ଯୋଗୁଁ ବଡ଼ବର୍ଷା ନହେଲେ ଝିପିଝିପି ବର୍ଷା ଲାଗି ରହିଲେ ବି ପୂଜା ବୁଲାରେ ସମସ୍ୟା ଉପୁଜିବ।ଅନ୍ୟପଟେ, ସମ୍ଭାବ୍ୟ ଲଘୁଚା ଯୋଗୁଁ ସମୁଦ୍ର ମଧ୍ୟରେ ୩୫ରୁ ୪୫ କିମି ବେଗରେ ପବନ ବହିବ ।ଏହାର ଝଟ୍କା ପବନ ୫ କିମି ଛୁଇଁବ । ତେଣୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କ ସତର୍କ ସୂଚନା ଦିଆଯାଇଛି । ଲଘୁଚାପକୁ ଦୃଷ୍ଟିରେ ରଖ୍ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ସତ ରହିବାକୁ ଏସ୍ଆରସିଙ୍କ କାର୍ଯ୍ୟାଳୟରୁ ପରାମର୍ଶ ଦିଆଯାଇଛି।
ALSO READ https://purvapaksa.com/modi-read-the-foreword-of-melonis-book/
Modi write the foreword of Meloni’s book ।। ମେଲୋନିଙ୍କ ପୁସ୍ତକର ମୁଖବନ୍ଧ ଲେଖିଲେ ମୋଦୀ
