Weather Update: ମିଳିବ ତାତିରୁ ଆଶ୍ୱସ୍ତି। କାଲିଠାରୁ ବଦଳିବ ପାଗ। କାଳବୈଶାଖୀ ହେବା ନେଇ ଆସିଲା ସୂଚନା ।
କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା । ରାଜ୍ୟରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗରମରେ ଅସ୍ତବ୍ୟସ୍ତ ଲୋକଙ୍କୁ ମିଳିବ ଆଶ୍ୱସ୍ତି । ତେବେ ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ଯାଏ ହିଟୱେଭ୍ କଣ୍ଡିସନ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ପାଇଁ ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ ଏବଂ ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏ ନେଇ ଆକଳନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ୧୯ ତାରିଖରୁ ୨୨ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ।
୨୦ରେ କାଳବୈଶାଖୀର ବିସ୍ତୃତି ବଢିବ। ୨୧ ଓ ୨୨ ଦୁଇ ଦିନ ସର୍ବାଧିକ ବର୍ଷା ସହ ସାରା ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି । ଏହାକୁ ନେଇ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଂଜରେ ଝଡ଼ପବନ ସହ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ALSO READ: https://purvapaksa.com/ration-card-to-be-canceled-without-e-kyc-govt-to-conduct-survey/