‘Pushpa 2’: ଅନେକ ଅପେକ୍ଷାର ଅନ୍ତ ପରେ ଆଜି ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର ପୁଷ୍ପା-୨। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭିଡ଼ ପାଇଁ ଚାଲିଗଲା ମହିଳାଙ୍କ ଜୀବନ ।
ମର୍ଣ୍ଣିଙ୍ଗ ଶୋ ଠାରୁ ଆରମ୍ଭ କରି ଲେଟ ନାଇଟ ଶୋ ପର୍ଯ୍ୟନ୍ତ ସମସ୍ତ ଟିକେଟ ଆଡ଼ଭାନ୍ସ ବୁକ ହୋଇ ସାରିଛି । ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି । ରିଲିଜ ହେବା ପରେ ଦର୍ଶକମାନେ ଫିଲ୍ମକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଅଲ୍ଲୁଙ୍କ ବ୍ୟତୀତ ପ୍ରଥମ ଭାଗ ପରି ୨ୟ ଭାଗରେ ମଧ୍ୟ ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର। ପୁଷ୍ପାର ପ୍ରଥମ ଭାଗ ଏକ ପ୍ରଶଂସକଙ୍କ ମଧ୍ୟରେ ଏକ ଉତ୍ତେଜନା ସୃଷ୍ଟି କରିଥିଲା । ଯାହା ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା ।
ପ୍ରଥମ ଦିନରେ ଫିଲ୍ମଟି 100 କୋଟି ଆୟ କରି ସାରିଛି । ଜବରଦସ୍ତ ଆକ୍ସନ, ଫୁଲ୍ ଅଫ୍ ଥ୍ରିଲର୍ ଆଉ ଏକ ସେ ବଢ଼କର ଏକ ଡାଇଲଗ । ସମସ୍ତ କଳାକାରଙ୍କ ଅଭିନୟ ଏହି ଫିଲ୍ମରେ ଚାରଚାନ୍ଦ ଲଗାଇଛି । ଦେଶବ୍ୟାପୀ ବିଭିନ୍ନ ସିନେମା ହଲରେ ଏହି ଚଳଚ୍ଚିତ୍ର ଭିଭିନ୍ନ ଭାଷାରେ ଦେଖିବାକୁ ପାଇବେ ପ୍ରଶଂସକ। ‘ପୁଷ୍ପା ୨’ ଦେଖିବାକୁ ଯାଇଥିବା ଲୋକମାନଙ୍କୁ ଏକ ଗିଫ୍ଟ ମଧ୍ୟ ମିଳିଛି । ‘ପୁଷ୍ପା ୨’ ପରେ ଫିଲ୍ମର ତୃତୀୟ ସିକ୍ୱେଲ୍ ଅର୍ଥାତ୍ ‘ପୁଷ୍ପା3’ ‘ମଧ୍ୟ ପରଦାରେ ଆସିବ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ହେଉଛି ଯଦି ଲୋକମାନେ ‘ପୁଷ୍ପା ୨’ ପାଇଁ 3 ବର୍ଷ ଅପେକ୍ଷା କରିଥିଲେ, ତେବେ ଫିଲ୍ମର ତୃତୀୟ ସିକ୍ୱେଲକୁ କେତେ ଦିନ ଅପେକ୍ଷା କରିବାକୁ ପଡିବ।
ଭୁବନେଶ୍ୱର ସମେତ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ ତଥା ଦେଶବ୍ୟାପୀ ବିଭିନ୍ନ ସିନେମା ହଲରେ ଯାଏଁ ସବୁଠି ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିବାକୁ ଫ୍ୟାନଙ୍କ ଭିଡ଼ । ଏପରି ପରିସ୍ଥିତିରେ ଘଟିଯାଇଛି ଏକ ଅଘଟଣ । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଏହି ଫିଲ୍ମର ପ୍ରିମିୟର ଶୋ’ ଆୟୋଜିତ ହୋଇଥିଲା । ଯେଉଁଥିରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ସାମିଲ ହୋଇଥିଲେ । ନିଜ ପ୍ରିୟ ତାରକା କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ପରେ ପରିସ୍ଥିତି ଏପରି ହୋଇଗଲା ଯେ, ଏତେ ଲୋକଙ୍କ ଠେଲାପେଲାରେ ଅନେକ ଲୋକ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଦିଲସୁଖନଗରର ରେବତୀ ନାମ୍ନୀ ୩୯ ବର୍ଷୀୟା ମହିଳା ତାଙ୍କ ସ୍ଵାମୀ ଏବଂ ୨ ପୁଅ ସହିତ ପ୍ରିମିୟର ଶୋ’ ଦେଖିବାକୁ ଆସିଥିଲେ। ରାତି ପ୍ରାୟ ୧୦ଟା ୩୦ରେ ଅଲ୍ଲ ଅର୍ଜୁନ ନିଜେ ସେଠାରେ ପହଞ୍ଚିଥିଲେ। ତାଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ଼ ମଧ୍ୟ ହେବା ସହ ଲୋକଙ୍କ ଭିତରେ ଠେଲାପେଲା ହୋଇଥିଲା। ଯାହାଫଳରେ ମହିଳା ଓ ତାଙ୍କ ସାନ ପୁଅ ତଳେ ପଡ଼ିଯାଇଥିଲେ ଏବଂ ସେମାନଙ୍କ ଉପରେ ଲୋକେ ଚଢ଼ି ଯାଇଥିଲେ। ଏହାସହ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। କିଛି ସମୟ ପରେ ପୋଲିସ ଭିଡ଼କୁ ନିୟନ୍ତ୍ରଣ କରିଥିଲା । ଏବଂ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନା ନେବାପରେ ଡାକ୍ତର ରେବତୀଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ଏବଂ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ALSO READ: https://purvapaksa.com/priyanka-chopra-confirms-bollywood-comeback-updates-zee-le-zara/