ପ୍ରଥମଦିନରେ ୨୭ଜଣଙ୍କ ଆବେଦନ
ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ସହରୀ ଗୃହ ନିର୍ମାଣ ମିଶନ (OUHM) ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ସହରୀ) ୨.0 ଅଧୀନରେ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟର ସମସ୍ତ ୟୁଏଲ୍ବି (ULB) ମାନଙ୍କକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆୱାସର ପୂର୍ବ ପର୍ଯ୍ୟାୟ ପରି, ଏହି ପର୍ଯ୍ୟାୟ ପାଇଁ ଆବେଦନଗୁଡିକ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ବିକଶିତ ଏକ ୱେବ୍ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଗ୍ରହଣ କରାଯିବ।
ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏକ ସୁଗମ ଆବେଦନ ପ୍ରକ୍ରିୟା ନିଶ୍ଚିତ କରିବାକୁ ଓଡ଼ିଶା ସହରୀ ଗୃହ ନିର୍ମାଣ ମିଶନ ପରାମର୍ଶ ଦେଇଛି ଯେ ୟୁ ଏଲ୍ ବି ଗୁଡିକ ସେମାନଙ୍କ କାର୍ଯ୍ୟାଳୟରେ ହେଲ୍ପଡେସ୍କ ପ୍ରତିଷ୍ଠା କରନ୍ତୁ, ୱାର୍ଡ ମାନଙ୍କରେ ଶିବିର ଆୟୋଜନ କରନ୍ତୁ ଏବଂ ଆବେଦନକାରୀଙ୍କୁ ସାହାଯ୍ୟ କରିବା ପାଇଁ ସାଧାରଣ ସେବା କେନ୍ଦ୍ର (CSC) ସହିତ ସହଯୋଗ କରନ୍ତୁ |
ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ବୁଧବାର ଗାଡକଣରେ ଏକ ଶିବିର ଆୟୋଜନ କରି ଏହି ପ୍ରକ୍ରିୟା ଆରମ୍ଭ କରିଛି l ଗାଡକଣ ଠାରେ ଏହି ଶିବିର ଆୟୋଜନ କରିବାର ମହତ୍ୱ ରହିଛି , କାରଣ ପ୍ରଧାନମନ୍ତ୍ରୀ ତାଙ୍କର ୭୪ ତମ ଜନ୍ମଦିନ (୧୭ ସେପ୍ଟେମ୍ବର ୨୦୨୪ ) ରେ ପରିଦର୍ଶନ କରିବା ସମୟରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ହିତାଧିକାରୀମାନଙ୍କ ସହିତ କଥା ହୋଇଥିଲେ |
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶ ଅନୁଯାୟୀ ପ୍ରମୁଖ ଶାସନ ସଚିବଙ୍କ ମାର୍ଗଦର୍ଶନରେ ଗାଡକଣକୁ ଏକ ମଡେଲ ଗ୍ରାମ ଭାବରେ ବିକାଶ ପାଇଁ ମନୋନୀତ ହୋଇଛି। ଓୟୁଏଚ୍ଏମ୍ର ସହଯୋଗରେ ଅନୁଷ୍ଠିତ ଏହି ଉଦଘାଟନୀ ଶିବିରରେ ଉକ୍ତ ଯୋଜନାରୁ ଲାଭ ପାଇବାକୁ ଇଚ୍ଛା କରୁଥିବା ପରିବାରଗୁଡିକ ଆବେଦନପତ୍ର ଦାଖଲ କରିବାକୁ ଆମନ୍ତ୍ରଣ କରାଯାଇ ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଆଣିବାକୁ ହିତାଧିକାରୀମାନଙ୍କୁ କୁହାଯାଇ ଥିଲା | ଏହି ପଦକ୍ଷେପ ଏକ ଉତ୍ସାହଜନକ ପ୍ରତିକ୍ରିୟା ଦେଖିଲା ଓ ୨୭ ଜଣଙ୍କ ଆବେଦନ ଗ୍ରହଣ କରାଯାଇଛି I
previous article:https://purvapaksa.com/co-operatives-will-be-the-engine-of-rural-economy/
