Priyanka Chopra Comeback: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦୀର୍ଘ ଦିନ ହେବ ବଲିଉଡ ଫିଲ୍ମରେ ଦେଖିବାକୁ ମିଳୁନାହିଁ । ଏବେ ସେ ନିଜର ବଲିଉଡ୍ ପ୍ରତ୍ୟାବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି।
ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ହେବ କୌଣସି ବଲିଉଡ୍ ଫିଲ୍ମରେ ନଜର ଆସିନାହାନ୍ତି। ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ଦ ସ୍କାଏ ଇଜ୍ ପିଙ୍କରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ୨୦୧୯ରେ ରିଲିଜ ହୋଇଥିଲା । ସେବେଠାରୁ ପ୍ରିୟଙ୍କା ହଲିଉଡ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ପ୍ରିୟଙ୍କାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଦୀର୍ଘ ଦିନ ଧରି ଖବର ଆସୁଥିଲା । ଏବେ ପ୍ରିୟଙ୍କା ନିଜ ପ୍ରତ୍ୟାବର୍ତ୍ତନକୁ ନିଶ୍ଚିତ କରିଛନ୍ତି।
ପ୍ରିୟଙ୍କା ଚୋପ୍ରା ଫରହାନ ଅଖତରଙ୍କ ଫିଲ୍ମ ଜି ଲେ ଜାରା ଜରିଆରେ ଫେରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିନେମା ଟି ବିଳମ୍ବିତ ହୋଇଛି । ଇତିମଧ୍ୟରେ ପ୍ରିୟଙ୍କା ନିକଟରେ ନିଜର ପ୍ରତ୍ୟାବର୍ତ୍ତନକୁ ନେଇ ଏକ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ହାତରେ ବହୁତ ଭଲ ପ୍ରୋଜେକ୍ଟ ଅଛି ।
ଖୁବଶୀଘ୍ର ଘୋଷଣା କରିବେ
ଏକ ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ସେ ୨୦୨୫ରେ ବଲିଉଡରେ ପ୍ରତ୍ୟାବର୍ତ୍ତନ ଘୋଷଣା କରିବେ। “ମୁଁ ମଜାକ କରୁନାହିଁ, ମୁଁ ଏଠାରେ ଅନେକ ଚଳଚ୍ଚିତ୍ର ନିର୍ମାତାଙ୍କୁ ଭେଟିଛି ଏବଂ ଅନେକ ସ୍କ୍ରିପ୍ଟ ପଢିଛି । ମୁଁ ସକ୍ରିୟ ଭାବରେ କିଛି ଖୋଜୁଛି ଯାହା ମୁଁ ହିନ୍ଦୀରେ କରିବାକୁ ଚାହୁଁଛି । ଏହି ବର୍ଷ ମୁଁ ପ୍ରକୃତରେ ବ୍ୟସ୍ତ ଥିଲି କିନ୍ତୁ ମୋ ପାଖରେ କିଛି ଅଛି, ମୁଁ ଏହାକୁ ଏଠାରେ ଛାଡି ଦେଉଛି,” ପ୍ରିୟଙ୍କାଙ୍କୁ ଯେତେବେଳେ ପଚରାଗଲା ଯେ ସେ “ଜି ଲେ ଜାରା” ବିଷୟରେ କୌଣସି ସଙ୍କେତ ଦେଉଛନ୍ତି କି, ସେ କହିଥିଲେ, “ଆପଣ ଏ ବିଷୟରେ କଥା ହେବା ଉଚିତ । ଯାହାକୁ ନେଇ ପ୍ରିୟଙ୍କାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।
ଆପଣଙ୍କୁ କହିରଖୁଛୁ ଯେ ୨୦୨୧ ମସିହାରେ ଜି ଲେ ଜାରାର ଘୋଷଣା କରାଯାଇଥିଲା । ଏହାର କାଷ୍ଟ କାରଣରୁ ଏହି ଫିଲ୍ମ ଘୋଷଣା ହେବା ପରଠାରୁ ଚର୍ଚ୍ଚା ଜୋର ଧରିଥିଲା । ତେବେ କଳାକାରଙ୍କ ଡେଟ୍ ଯୋଗୁଁ ଫିଲ୍ମକୁ ବିଳମ୍ବର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଜୋୟା ଅଖତର ଏବଂ ଫରହାନ ଅଖତର ଆଶ୍ୱାସନା ଦେଇଛନ୍ତି ଯେ ଏହି ଫିଲ୍ମକୁ ବନ୍ଦ କରାଯାଇନାହିଁ ଏବଂ ସମସ୍ତଙ୍କ କାର୍ଯ୍ୟସୂଚୀକୁ ଏକାଠି କରିବାକୁ ଚେଷ୍ଟା କରାଯାଉଛି ।