ଆସନ୍ତା ଜାନୁଆରି ୨୮ ତାରିଖରେ ବହୁ ପ୍ରତୀକ୍ଷିତ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫କୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଦ୍ୱିତୀୟ ଓଡ଼ିଶା ଗସ୍ତରେ ଆସୁଛନ୍ତି।ଜାନୁଆରୀ ୯ ରେ ସେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟା ୩୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଜନତା ମଇଦାନ ଅଭିମୁଖେ ଯାତ୍ରା କରିବେ, ଯେଉଁଠାରେ ସେ ପୂର୍ବାହ୍ନ ୧୧ଟାରେ ଦୁଇ ଦିନିଆ ସମ୍ମିଳନୀକୁ ଉଦ୍ ଘାଟନ କରିବେ। ଡେରାଡୁନ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୯୦ ମିନିଟ୍ ବିତାଇବେ ଏବଂ ଶିଳ୍ପପତି ଏବଂ ନିବେଶକଙ୍କ ସମାବେଶକୁ ସମ୍ବୋଧିତ କରିବେ ବୋଲି ଆଶା କରାଯାଉଛି।
ଜାନୁଆରୀ ୨୮ ଓ ୨୯ ତାରିଖରେ ହେବାକୁ ଥିବା ଏହି କନ୍ କ୍ଲେଭ୍ ରେ ବିଶ୍ୱସ୍ତରୀୟ ଉଦ୍ୟୋଗ ନେତା, ନୀତି ନିର୍ଧାରକ ଏବଂ ନିବେଶକଙ୍କ ସହ ପୂର୍ଣ୍ଣାଙ୍ଗ ଅଧିବେଶନ, କ୍ଷେତ୍ର ଭିତ୍ତିକ ଆଲୋଚନା ଏବଂ ନେଟୱାର୍କିଂ ସୁଯୋଗ ରହିବ। ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ କେନ୍ଦ୍ର ଭାବେ ପ୍ରଦର୍ଶିତ କରି ବିଭିନ୍ନ କ୍ଷେତ୍ରରେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ପୁଞ୍ଜିନିବେଶ ଆକୃଷ୍ଟ କରିବା ଏହାର ଲକ୍ଷ୍ୟ
ଏହି ଫ୍ଲାଗସିପ୍ ଇଭେଣ୍ଟ ରାଜ୍ୟର ଶିଳ୍ପ ଶକ୍ତି, ରଣନୈତିକ ଫାଇଦା ଏବଂ ବିଶ୍ୱ ନିବେଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ସମ୍ଭାବନା ଉପରେ ଆଲୋକପାତ କରିବ । ଏହା ବିଶ୍ୱ ଅର୍ଥନୈତିକ ମଞ୍ଚରେ ଉଦୀୟମାନ ଖେଳାଳି ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ସହ ଏହି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ନୂତନ ଭାଗିଦାରୀକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।
ସିଙ୍ଗାପୁର ର ରାଷ୍ଟ୍ରପତି ଥର୍ମନ ସନମୁଗାରତ୍ନମ୍ ଙ୍କ ଓଡ଼ିଶା ଗସ୍ତ ଏହି ବ୍ୟବସାୟିକ ସମ୍ମିଳନୀ ପୂର୍ବରୁ ଏକ ଉଲ୍ଲେଖନୀୟ ଘଟଣା ଥିଲା । ମେକ୍ ଇନ୍ ଓଡ଼ିଶା ଅଭିଯାନରେ ସିଙ୍ଗାପୁର ହେଉଛି ପ୍ରଥମ ଦେଶର ଅଂଶୀଦାର। ବିଦେଶୀ ପୁଞ୍ଜିନିବେଶ ଏବଂ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ସିଙ୍ଗାପୁରର କମ୍ପାନିମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।
ସ୍କୁଲରେ ରୋଷେୟାଙ୍କ ମାସିକ ଦରମା ୫୦% ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ