୧୯୮୦ ଦଶକରେ ବିରୋଧୀ ଦଳର ସରକାର ମନରେ ସବୁବେଳେ ଭୟ ଥିଲା, ଧାରା ୩୫୬, ଅର୍ଥାତ୍ ରାଜ୍ୟରେ ବିନା କୌଣସି କାରଣ ଦର୍ଶାଇ କେନ୍ଦ୍ରର ତତ୍କାୟଳୀନ କଂଗ୍ରେସ ସରକାର ରାଷ୍ଟ୍ରପତି ଶାସନ ଲାଗୁ ହୋଇଯାଉଥିଲା। କିନ୍ତୁ ଏବେ ସୁପ୍ରିମକୋର୍ଟ ଏହି ଧାରାକୁ ନେଇ ଅସନ୍ତୁଷ୍ଟ ହେଉଥିବାରୁ ବିରୋଧୀ ଦଳର ସରକାର ବିରୋଧରେ ଆଉ କେନ୍ଦ୍ର ସରକାର ଧାରା ୩୫୬ ଲାଗୁ କରିବା ପାଇଁ ଡରୁଛନ୍ତି। କିନ୍ତୁ ଏହାର ବିକଳ୍ପ ଏବେ ଧାରା ୩୨୬ ପାଲଟିଛି। ଏହା ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟର ବିଚାରପତିମାନେ ଇଚ୍ଛା କରୁନାହାନ୍ତି ବରଂ ଏହା ସାମ୍ବିଧାନିକ ଅଧିକାର କହି ନିଜକୁ ଦୂରେଇ ନେଉଛନ୍ତି। ଯାହାଫଳରେ ଧାରା ୩୨୬କୁ ବିଜେପି ବିରୋଧୀ ସରକାର ରାଜ୍ୟ ସରକାରଙ୍କ ମନରେ ଭୟ ଘାରିଛି। ଆଜିର ପ୍ରସଙ୍ଗ ରାଜନେତାଙ୍କୁ ଘାରିଛି ଧାରା ୩୨୬’ର ଭୟ।
ଭାରତୀୟ ଗଣତନ୍ତ୍ର ପାଇଁ ଆଜି ଏକ ବଡ଼ ଦିନ। ଯେତେବେଳେ ଆମେ ଗଣତନ୍ତ୍ର ବିଷୟରେ କହୁ, ସେତେବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଭୋଟରଙ୍କ ପରିଚୟ ଏବଂ ନିର୍ବାଚନର ସ୍ୱଚ୍ଛତା। ବର୍ତ୍ତମାନ ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ଯେଉଁ ଘଟଣା ଘଟୁଛି, ତାହା ଦେଶର ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଅନେକ ଲୋକ ପଶ୍ଚିମବଙ୍ଗରେ ‘ଧାରା ୩୫୬’ (ରାଷ୍ଟ୍ରପତି ଶାସନ) ଲାଗୁ କରିବାକୁ ଦାବି କରୁଥିଲେ, କିନ୍ତୁ ଭାରତୀୟ ନିର୍ବାଚନ କମିଶନ ସମ୍ବିଧାନର ଧାରା ୩୨୬ର ଅପାର ଶକ୍ତିକୁ ପ୍ରୟୋଗ କରି ଏଭଳି ଏକ କାମ କରିଛନ୍ତି, ଯାହା ସମଗ୍ର ଦେଶକୁ ଚକିତ କରିଦେଇଛି।

ପଶ୍ଚିମବଙ୍ଗରେ ‘ସାର୍ ୨.୦’: ଅନୁପ୍ରବେଶକାରୀଙ୍କୁ ବଡ଼ ଝଟକା
ପଶ୍ଚିମବଙ୍ଗରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସର ନେତାମାନଙ୍କର ଏକ ଭୁଲ ଧାରଣା ଥିଲା ଯେ ନିର୍ବାଚନ କମିଶନ ପଶ୍ଚିମବଙ୍ଗରେ ତାଙ୍କ ଇଚ୍ଛା ବିରୋଧରେ ଯାଇ କିଛି କରିପାରିବେ ନାହିଁ। କିନ୍ତୁ ମୁଖ୍ୟ ନିର୍ବାଚନ କମିଶନର ଗତ ଶନିବାର ଦିନ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଯେଉଁ ଅଭିଯାନ ଆରମ୍ଭ କଲେ, ତାହା ଏବେ ‘ବିଶେଷ ସଘନ ସଂଶୋଧନ’ ବା ସାର ୨.୦ ଭାବେ ପରିଚିତ।
୩୨ ଲକ୍ଷ ‘ପୂର୍ବପୁରୁଷ ହୀନ’ ଭୋଟରଙ୍କ ରହସ୍ୟ
ପଶ୍ଚିମବଙ୍ଗରେ ପ୍ରାୟ ୩୨ ଲକ୍ଷ ଏଭଳି ଭୋଟର ଚିହ୍ନଟ ହୋଇଛନ୍ତି, ଯେଉଁମାନଙ୍କର କୌଣସି ପାରିବାରିକ ସମ୍ପର୍କ ମିଳୁନାହିଁ। ଅଭିଯୋଗ ହୋଇଛି ଯେ, ବୁଥ୍ ସ୍ତରୀୟ ଏଜେଣ୍ଟମାନେ ବାଂଲାଦେଶରୁ ଆସିଥିବା ଅନୁପ୍ରବେଶକାରୀଙ୍କ ପାଇଁ ଜାଲ୍ ଫର୍ମ ପୂରଣ କରିଥିଲେ। ଯେଉଁଠି ବାପା କିମ୍ବା ମା’ଙ୍କର କୌଣସି ସୂଚନା ନାହିଁ, ସେଭଳି ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଥିଲା।
• ପ୍ରଶ୍ନ: ୨୦୦୨ ମସିହାରୁ ଏହି ଲୋକମାନେ କିଭଳି ଭୋଟ୍ ଦେଉଥିଲେ?
• ନିଷ୍ପତ୍ତି: ଏବେ ଏହି ୩୨ ଲକ୍ଷ ଲୋକଙ୍କୁ ସେମାନଙ୍କ ପୂର୍ବପୁରୁଷଙ୍କ ପରିଚୟ ଦେବାକୁ ପଡ଼ିବ। ଆଧାର କାର୍ଡ ଏଠାରେ ଯଥେଷ୍ଟ ହେବ ନାହିଁ; ସେମାନଙ୍କୁ ସମ୍ପୂର୍ଣ୍ଣ ବଂଶାବଳୀ ଦେଖାଇବାକୁ ପଡ଼ିବ।

କମିଶନଙ୍କ ସ୍ୱତନ୍ତ୍ର ରଣନୀତି
ନିର୍ବାଚନ କମିଶନ ଏହି ଶୁଣାଣି ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଭରସା ନକରି ୪୬୦୦ ମାଇକ୍ରୋ ପଞ୍ଜିକାର ନିଯୁକ୍ତ କରିଛନ୍ତି। ଏମାନେ ସମସ୍ତେ କେନ୍ଦ୍ର ସରକାର କିମ୍ବା ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗର ଗ୍ରୁପ୍-ଏ ଏବଂ ଗ୍ରୁପ୍-ବି ଅଫିସର। ଏହି ଅଫିସରମାନଙ୍କୁ ପ୍ରତି ଟେବୁଲରେ ବସାଯାଇଛି ଏବଂ ସେମାନଙ୍କୁ ଲକ୍ଷ୍ୟ ଦିଆଯାଇଛି ଯେ କୌଣସି ଜାଲିଆତିକୁ ପ୍ରଶ୍ରୟ ଦେବେ ନାହିଁ।
ଉତ୍ତର ପ୍ରଦେଶ: ୩ କୋଟି ଭୋଟରଙ୍କ ‘ଅଦୃଶ୍ୟ’ ହେବାର କାହାଣୀ
ଉତ୍ତର ପ୍ରଦେଶରେ ଭୋଟର ତାଲିକା ସଂଶୋଧନ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଶୁଣିଲେ ଆପଣ ଥରି ଉଠିବେ। ୟୁପିରୁ ପ୍ରାୟ ୨ କୋଟି ୮୯ ଲକ୍ଷ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି କିମ୍ବା ନିଖୋଜ ଅଛନ୍ତି।
ଭୋଟର ତାଲିକାର ବ୍ରେକ୍-ଅପ୍:
ସ୍ଥାନ ପରିବର୍ତ୍ତନ -୧ କୋଟି ୨୬ ଲକ୍ଷ
ଅନୁପସ୍ଥିତ -୮୩ ଲକ୍ଷ ୭୩ ହଜାର
ମୃତ -୪୬ ଲକ୍ଷ
ନକଲି/ଡୁପ୍ଲିକେଟ୍-୨୩ ଲକ୍ଷ ୭୦ ହଜାର
ଫର୍ମ ଦାଖଲ କରିନଥିବା- ୯ ଲକ୍ଷ ୫୭ ହଜାର
ୟୁପିରେ ପୂର୍ବରୁ ୧୫ କୋଟି ୪୪ ଲକ୍ଷ ଭୋଟର ଥିଲେ, ଯାହା ଏବେ କମିଯାଇ ୧୨ କୋଟି ୫୫ ଲକ୍ଷରେ ପହଞ୍ଚିଛି। ଅର୍ଥାତ୍ ପ୍ରାୟ ୧୮.୭% ଭୋଟର ଗାଏବ ହୋଇଯାଇଛନ୍ତି। ବିଶେଷ କରି ଲକ୍ଷ୍ନୌ ଏବଂ ଗାଜିଆବାଦ ପରି ସହରରେ ୩୦% ପର୍ଯ୍ୟନ୍ତ ନାମ କଟାଯାଇଛି।
ଯେତେବେଳେ ଅଖିଳେଶ ଯାଦବ ୧୭୦ ହଜାର ଭୋଟରେ ନିର୍ବାଚନ ଜିତିଥିଲେ। ବିଜେପି ପ୍ରାର୍ଥୀ ସୁବ୍ରତ ପାଠକ ୪୭୦୧୩୧ ଭୋଟ ପାଇଥିଲେ। ସେମାନଙ୍କର ବିଜୟ ବ୍ୟବଧାନ ଥିଲା ୧ଲକ୍ଷ ୭୦ହଜାର। ଅଖିଳେଶ ନିର୍ବାଚନମଣ୍ଡଳୀରୁ ୨ଲକ୍ଷ ୯ହଜାର ୪୨୭ ଭୋଟର ଗାଏବ ହୋଇଯାଇଛନ୍ତି। ଏହା ଅଖିଳେଶ ଯାଦବଙ୍କ ପାଇଁ ଏକ ବଡ଼ ବିପଦ। ସାମଗ୍ରିକ ଭାବରେ ୟୁପିରେ ଯଦି ୨ କୋଟି ୮୯ ଲକ୍ଷ ମ;ଟ ଭୋଟର, ପ୍ରତ୍ୟେକ ଆସନ ପାଇଁ ୭୨,୦୦୦ ଭୋଟର ଏହି ତାଲିକାରୁ ଗାଏବ ହୋଇଯାଇଛନ୍ତି। ଯଦି ୧୮% ଭୋଟର ଗାଏବ ହୋଇଯାଏ ତେବେ ଏହା ଏକ ବିରାଟ ପାର୍ଥକ୍ୟ ଆସିବାକୁ ଯାଉଛି। ଏହାର ଏକ ବହୁତ ବ୍ୟାପକ ପ୍ରଭାବ ପଡ଼ିବାକୁ ଯାଉଛି।
ଉତ୍ତର ପ୍ରଦେଶରେ ୪୦୩ ଟି ଆସନ ଯେଉଁଠାରେ ବିଜେପି ବହୁମତ ଅଛି ୨୦୨। ବିଜେପିକୁ ୨୭୩ଆସନ ମିଳିଥିଲା। କିନ୍ତୁ ବିଜେପି ପାଇଥିବା ଭୋଟ ୩ କୋଟି ୮୦ଲକ୍ଷ ୫୧ ହଜାର ୭୨୧ ଥିବାବେଳେ ସମାଜବାଦୀ ପାର୍ଟିକୁ ୨ କୋଟି ୯୫ ଲକ୍ଷ ୪୩ହଜାର ୯୩୪ ମିଳିଥିଲା। ଏବେ ଆପଣ କଳ୍ପନା କରନ୍ତୁ, ୨ କୋଟି ୮୯ଲକ୍ଷ ଭୋଟର ନିଖୋଜ ହୋଇଗଲେଣି ଏବଂ ୧ କୋଟିରୁ ଅଧିକ ଲୋକଙ୍କୁ ତନଖି କରାଯାଉଛି। ଏଭଳି ସ୍ଥିତିରେ ଅଖିଳେଶ ଓ କଂଗ୍ରେସର ଅବସ୍ଥା କ’ଣ ହେବ

ଧାରା ୩୨୬: କାଗଜ ଦେଖାଇବାକୁ ପଡ଼ିବ!
ସମ୍ବିଧାନର ଧାରା ୩୨୬ କେବଳ ଭୋଟ୍ ଦେବାର ଅଧିକାର ଦିଏ ନାହିଁ, ବରଂ ଏହା ନିଶ୍ଚିତ କରେ ଯେ କେବଳ ଭାରତୀୟ ନାଗରିକ ହିଁ ଭୋଟ୍ ଦେବେ। ଯେଉଁମାନେ କହୁଥିଲେ “କାଗଜ ଦେଖାଇବୁ ନାହିଁ”, ସେମାନଙ୍କୁ ଏବେ ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରି ଅଫିସରଙ୍କ ସାମ୍ନାରେ ୧୨ଟି ପ୍ରମାଣପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡ଼ିବ।
ଅଖିଳେଶ ଯାଦବଙ୍କ ଭୟ ଓ ରାଜନୈତିକ ସମୀକରଣ
ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବେ ଗୁଜବର ଶିକାର ହୋଇଛନ୍ତି। ସେ ଦାବି କରୁଛନ୍ତି ଯେ ଏହି ୨ କୋଟି ୮୯ ଲକ୍ଷ ଲୋକଙ୍କ ମଧ୍ୟରୁ ୮୫% ବିଜେପିର ଲୋକ। କିନ୍ତୁ ବାସ୍ତବତା ହେଉଛି, କନ୍ନୌଜ ପରି ଆସନରେ ଯେଉଁଠି ବିଜୟ ବ୍ୟବଧାନ ୧.୭୦ ଲକ୍ଷ ଥିଲା, ସେଠାରେ ୨.୯୪ ଲକ୍ଷ ଭୋଟର ନିଖୋଜ ହେବା ସମାଜବାଦୀ ପାର୍ଟି ପାଇଁ ବିପଦ ଘଣ୍ଟି। ୨୦୨୭ ନିର୍ବାଚନ ପୂର୍ବରୁ ଏହି ‘ଡ୍ରାଫ୍ଟ ରୋଲ୍’ ବିରୋଧୀ ମେଣ୍ଟର ନିଦ ହଜାଇ ଦେଇଛି।
ମମତା ବାନାର୍ଜୀଙ୍କ ଅସହାୟତା
ମମତା ବାନାର୍ଜୀ ଅଧିକାରୀମାନଙ୍କୁ ଚିଠି ଲେଖି ସେମାନଙ୍କ ସହ ଠିଆ ହେବାକୁ କହିଛନ୍ତି। କିନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ମତରେ ଏହା ଅଧିକାରୀମାନଙ୍କୁ ଧମକ ଦେବାର ଏକ ପ୍ରୟାସ। ମମତା ବାନାର୍ଜୀ ଏଥିପାଇଁ ଅଧିକ କିଛି କରିପାରୁନାହାଁନ୍ତି, କାରଣ ଶୁଣାଣି କରୁଥିବା ଅଧିକାରୀମାନେ ରାଜ୍ୟର ନୁହଁନ୍ତି, ସେମାନେ କେନ୍ଦ୍ରୀୟ ଉଦ୍ୟୋଗରୁ ଆସିଥିବା ‘ମାଇକ୍ରୋ ଅବଜର୍ଭର’। ନିର୍ବାଚନ କମିଶନ ଏକ ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା ଭାବେ ତାଙ୍କର ଶକ୍ତି ଦେଖାଇବା ଆରମ୍ଭ କରିଛନ୍ତି।
୨୦୨୬-୨୭ ର ନୂତନ ଭାରତ
୨୮ ଫେବୃଆରୀ ୨୦୨୬ ରେ ଯେତେବେଳେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ, ସେତେବେଳେ ଜଣାପଡ଼ିବ ଯେ କେତେ ଜଣ ଅନୁପ୍ରବେଶକାରୀ, ରୋହିଙ୍ଗ୍ୟା ଏବଂ ଜାଲ୍ ଭୋଟର ଗଣତନ୍ତ୍ରକୁ କଳୁଷିତ କରୁଥିଲେ। ୟୁପିରେ ପ୍ରାୟ ୪ କୋଟି ଏବଂ ବଙ୍ଗଳାରେ ୩୨ ଲକ୍ଷରୁ ଅଧିକ ଭୋଟରଙ୍କ ସ୍କ୍ରୁଟିନି ହେବା କୌଣସି ସାଧାରଣ କାମ ନୁହେଁ।
ଏହା ହେଉଛି ‘ସାର୍ ୨.୦’ ର ଶକ୍ତି। ଏହି ପ୍ରକ୍ରିୟା ପରେ ଭାରତର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବ। ଗଣତନ୍ତ୍ରର ଏହି ଶୁଦ୍ଧିକରଣ ଯଜ୍ଞରେ ଯେଉଁମାନେ ପୋଡ଼ି ହେଉଛନ୍ତି, ସେମାନେ ନିଶ୍ଚିତ ଭାବେ ସେହିମାନେ ଯେଉଁମାନେ ‘ଠକେଇ’ କରି ଭୋଟ୍ ଦେଉଥିଲେ। ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହା ଏକ ଗୌରବର ସମୟ, କାରଣ ଏବେ ଆପଣଙ୍କ ଗୋଟିଏ ଭୋଟ୍ର ମୂଲ୍ୟ କୌଣସି ଜାଲ୍ ଭୋଟର ଦ୍ୱାରା ନଷ୍ଟ ହେବ ନାହିଁ।
ଗଣତନ୍ତ୍ର ଜୟ ହେଉ!
AlsoRead; https://purvapaksa.com/disaster-list-for-2025-the-world-lost-10-8-lakh-crore-this-year/
https://purvapaksa.com/disaster-list-for-2025-the-world-lost-10-8-lakh-crore-this-year/

