ଗାଡ଼ି ଚଳାଇବା ପୂର୍ବରୁ ପେଟ୍ରୋଲ କିମ୍ବା ଡିଜେଲର ଦାମ ଜାଣିବା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳୁଥିବାରୁ ଏହାର ପ୍ରଭାବ ସିଧାସଳଖ ଭାବେ ଯାତାୟାତ, ଘରୋଇ ଖର୍ଚ୍ଚ ଓ ଦୈନନ୍ଦିନ ଜୀବନ ଉପରେ ପଡ଼ୁଛି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ପ୍ରତି ଲିଟର ୧୦୧.୧୧ ଟଙ୍କା ରହିଛି । ସେହିପରି ଡିଜେଲ ଦାମ୍ ପ୍ରତି ଲିଟର ୯୨.୬୯ ଟଙ୍କା ରହିଛି। ଦିନକୁ ଦିନ ଇନ୍ଧନ ଦର ବଢ଼ିବା ଫଳରେ ସାଧାରଣ ଯାତ୍ରୀ ଓ ଗାଡ଼ି ମାଲିକମାନେ ଅଧିକ ଚିନ୍ତିତ ହେଉଛନ୍ତି।
ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ପ୍ରତି ଲିଟର ୯୪.୭୭ ଟଙ୍କା ରହିଥିବା ବେଳେ ଡିଜେଲ ଦର ୮୭.୬୭ ଟଙ୍କା ରହିଛି। ଅନ୍ୟପଟେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦର ପ୍ରତି ଲିଟର ୧୦୩.୫୦ ଟଙ୍କା ରହିଛି ଏବଂ ଡିଜେଲ ଦାମ୍ ୯୦.୦୩ ଟଙ୍କା ପହଞ୍ଚିଛି। ସେହିପରି କୋଲକାତାରେ ପେଟ୍ରୋଲ ଦର ପ୍ରତି ଲିଟର ୧୦୫.୪୧ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ୯୨.୦୨ ଟଙ୍କା ରହିଛି। ଚେନ୍ନାଇରେ ଆଜି ପେଟ୍ରୋଲ ଦର ୧୦୦.୯୦ ଟଙ୍କା ଏବଂ ଡିଜେଲ ଦର ୯୨.୪୯ ଟଙ୍କା ପ୍ରତି ଲିଟର ରହିଛି।
ଉଲ୍ଲେଖଯୋଗ୍ୟ ଯେ, ପେଟ୍ରୋଲ ଓ ଡିଜେଲର ଦର ପ୍ରତ୍ୟେକ ଦିନ ସକାଳ ୬ଟାରେ ଅପଡେଟ୍ କରାଯାଇଥାଏ। ଏହି ଦରରେ କେବଳ ଅଶୋଧିତ ତେଲର ମୂଲ୍ୟ ନୁହେଁ, ବରଂ ଏକ୍ସାଇଜ୍ ଡ୍ୟୁଟି, ରାଜ୍ୟ କର, ଡିଲର କମିଶନ ଓ ଅନ୍ୟାନ୍ୟ ଖର୍ଚ୍ଚ ଯୋଡ଼ାଯାଇଥାଏ। ଏହି ସମସ୍ତ କାରଣରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଯାଏ।
ବୈଦେଶିକ ବଜାରରେ ଅଶୋଧିତ ତେଲର ଦର, ଡଲାର–ଟଙ୍କା ବିନିମୟ ହାର ଓ ଆନ୍ତର୍ଜାତୀୟ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ପେଟ୍ରୋଲ–ଡିଜେଲ ଦାମ ନିର୍ଭର କରେ। ତେଣୁ ଗାଡ଼ିରେ ତେଲ ପକାଇବା ପୂର୍ବରୁ ନିଜ ସହରର ଆଜିର ଦର ଜାଣିନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।
also read https://purvapaksa.com/presidentvisit/
PresidentVisit ।। ଆସନ୍ତାକାଲି ମା’ ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି


