ଆଜି ମଙ୍ଗଳବାର, ଫେବୃଆରୀ ୧୭ ତାରିଖରେ ପ୍ରତିଦିନର ଭଳି ନୂତନ ପେଟ୍ରୋଲ ଓ ଡିଜେଲ ଦର ଜାରି ହୋଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟର ଉତ୍ତାର-ଚଢାଉକୁ ଆଧାର କରି ଦେଶରେ ଇନ୍ଧନ ମୂଲ୍ୟ ନିର୍ଣ୍ଣୟ ହୋଇଥାଏ। କିଛି ସହରରେ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ସାନାପାଇଁ ବୃଦ୍ଧି ଦେଖିବାକୁ ମିଳିଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୩୫ ଟଙ୍କା ରହିଛି, ଯେଉଁଥିରେ ଡିଜେଲ ଦର ୯୨.୯୨ ଟଙ୍କା ରହିଛି । ଗତକାଲି ଅପେକ୍ଷା ଉଭୟ ଇନ୍ଧନର ଦରରେ ଲିଟର ପିଛା ୩୭ ପଇସା ବୃଦ୍ଧି ହୋଇଛି । ଏହି ସାନା ବୃଦ୍ଧି ସାଧାରଣ ଉପଭୋକ୍ତାଙ୍କ ଉପରେ ଅଳ୍ପ ପ୍ରଭାବ ପକାଇପାରେ ବୋଲି ବଜାର ବିଶ୍ଳେଷକମାନେ କହୁଛନ୍ତି ।
ରାଷ୍ଟ୍ରୀୟ ରାଜଧାନୀ ନୂଆ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୪.୭୭ ଟଙ୍କା ଓ ଡିଜେଲ ୮୭.୬୭ ଟଙ୍କା ରହିଛି। ପୂର୍ବ ଭାରତର ମୁଖ୍ୟ ସହର କୋଲକତାରେ ପେଟ୍ରୋଲ ଦର ୧୦୫.୪୧ ଟଙ୍କା ଓ ଡିଜେଲ ୯୨.୦୨ ଟଙ୍କା ରହିଛି। ଅର୍ଥନୈତିକ ରାଜଧାନୀ ମୁମ୍ୱାଇରେ ପେଟ୍ରୋଲ ଦର ୧୦୩.୫୦ ଟଙ୍କା ଓ ଡିଜେଲ ୯୦.୦୩ ଟଙ୍କା ରହିଛି। ଏହାସହ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ପେଟ୍ରୋଲ ୧୦୦.୮୦ ଟଙ୍କା ଓ ଡିଜେଲ ୯୨.୩୯ ଟଙ୍କା ରହିଛି।
![]()
ତେବେ ପେଟ୍ରୋଲ ଓ ଡିଜେଲର ଦର ପ୍ରତିଦିନ ସକାଳ ୬ଟାରେ ସଂଶୋଧିତ ହୋଇଥାଏ। ସକାଳ ୬ଟାରୁ ନୂତନ ମୂଲ୍ୟ କାର୍ଯ୍ୟକାରୀ ହୁଏ । ଇନ୍ଧନ ଦରରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ (VAT), ଡିଲର କମିଶନ ଓ ଅନ୍ୟାନ୍ୟ କର ଯୋଗ ହେବା ପରେ ଏହାର ଅନ୍ତିମ ମୂଲ୍ୟ ନିର୍ଦ୍ଧାରିତ ହୁଏ । ଏହି କାରଣରୁ ଅଶୋଧିତ ତୈଳ ମୂଲ୍ୟ ତୁଳନାରେ ଗ୍ରାହକଙ୍କୁ ଦେବାକୁ ପଡୁଥିବା ମୂଲ୍ୟ ଅଧିକ ହୋଇଥାଏ ।
ଘରେ ବସି ଏଭଳି ଯାଞ୍ଚ କରନ୍ତୁ ଦର :
ଗ୍ରାହକମାନେ ନିଜ ସହରର ତୈଳ ଦର ସହଜରେ ଜାଣିପାରିବେ । ତୈଳ ବିପଣନ କମ୍ପାନୀମାନଙ୍କର ଅଧିକୃତ ୱେବସାଇଟକୁ ଯାଇ କିମ୍ବା SMS ମାଧ୍ୟମରେ ମଧ୍ୟ ଏହା ଯାଞ୍ଚ କରିପାରିବେ । ଯଦି ଆପଣ Indian Oil Corporationର ଗ୍ରାହକ, ତେବେ RSP ଲେଖି 9224992249 ନମ୍ବରକୁ SMS ପଠାନ୍ତୁ। ସେହିପରି Bharat Petroleum (BPCL) ଗ୍ରାହକମାନେ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ। ତାପରେ ଆପଣଙ୍କ ମୋବାଇଲରେ ସମ୍ପ୍ରତିକ ଦର ସୂଚନା ମିଳିଯିବ।
ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ସ୍ଥିର ରହିଥିବାରୁ ଦେଶରେ ମଧ୍ୟ ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ ହୋଇନାହିଁ। ତଥାପି ଆସନ୍ତା କିଛି ଦିନରେ ବଜାର ପରିସ୍ଥିତି ଅନୁଯାୟୀ ଦରରେ ଆଉ ପରିବର୍ତ୍ତନ ହୋଇପାରେ। ଗ୍ରାହକମାନେ ନିୟମିତ ଭାବରେ ନୂତନ ଦର ଯାଞ୍ଚ କରି ଇନ୍ଧନ କ୍ରୟ କରିବାକୁ ପରାମର୍ଶ ଦିଆଯାଉଛି।
also read https://purvapaksa.com/vijay-rashmika-wedding/
ଏହି ତାରିଖରେ ବିବାହ କରିବେ ରଶ୍ମିକା ଓ ବିଜୟ ଦେବରକୋଣ୍ଡା ।। Vijay-Rashmika Wedding


