ବିଜେଡ଼ିର କୁମ୍ଭୀର କାନ୍ଦଣା ଦେଖି ହସୁଛନ୍ତି ଲୋକେ । କେଉଁ ବିଜେଡି ବିଧାୟକଙ୍କ ସମ୍ପର୍କୀୟ ସମୀର ସାହୁ ? ଏହି ବିଧାୟକ ପୁଣି ଜଣେ ପୂର୍ବତନ ମନ୍ତ୍ରୀ । ତତ୍କାଳୀନ ସରକାର ଏବଂ ବିଜୁ ଜନତା ଦଳର ପ୍ରଭାବରେ ସମୀର ସାହୁ ବାଲେଶ୍ଵର ଫକୀର ମୋହନ ସୟଂ ଶାସିତ କଲେଜକୁ ବଦଳି ହୋଇଥିଲେ । ଜଣେ ଜୁନିଅର ଅଧ୍ୟାପକ ହୋଇଥିଲେ ହେଁ ତାଙ୍କୁ ଏଜୁକେସନ ବିଭାଗର ମୁଖ୍ୟ କରାଯାଇଥିଲା । ଏବେ ବିଜୁ ଜନତା ଦଳ ନେତାଙ୍କ କୁମ୍ଭୀର କାନ୍ଦଣା ଦେଖି ଜିଲ୍ଲାଟା ସାରା ଲୋକେ ଟାହିଟାପରା କରୁଛନ୍ତି । କିଏ ସେହି ବିଜୁ ଜନତା ଦଳ ବିଧାୟକ ? ମୁହଁ ଖୋଲନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ପୂର୍ବରୁ ଛାତ୍ରୀ ଅସଦାଚରଣ ଅଭିଯୋଗ ସମୀରଙ୍କ ନାଁରେ ଥିଲା । ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ସମୀରଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଅଧ୍ୟକ୍ଷ ଦିଲୀପ୍ ଘୋଷ ପ୍ରମାଣ ମାଗିଥିଲେ । ପ୍ରମାଣ ନ ଦେଲେ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । ବିଡ଼ମ୍ବନା, ଦିଲୀପ୍ ଘୋଷ ମଧ୍ୟ ବିଜୁ ଜନତା ଦଳ ସରକାରଙ୍କ ଅମଳରେ ଅଧ୍ୟକ୍ଷଭାବେ ଯୋଗ ଦେଇଥିଲେ । ଏଥିରେ ମଧ୍ୟ ତତ୍କାଳୀନ ମନ୍ତ୍ରୀଙ୍କ ହାତ ଥିବା କୁହାଯାଉଛି । ଏଣୁ ଦିଲୀପ ଓ ସମୀରଙ୍କ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ଥିଲା। କିନ୍ତୁ ସମୀର ଜଣେ ବିଜେଡି ବିଧାୟକଙ୍କ ଶଳା ହୋଇ ସୁଦ୍ଧା ଜଣେ କଂଗ୍ରେସ ନେତାଙ୍କ ଭଉଣୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିଲେ। ଉଭୟ ଦିଲୀପ ଓ ସମୀର ସୌମ୍ୟଙ୍କ ମୃତ୍ୟୁର ବାଟ ଖୋଲି ଦେଇଥିଲେ । ଏବେ ବିଜେଡି ଏବଂ କଂଗ୍ରେସ ଛାତି ଫଟାଇ ସୌମ୍ୟଙ୍କ ପାଇଁ କାନ୍ଦିବା ଆରମ୍ଭ କରିଦେଇଛନ୍ତି ।
ସମୀର ଚାକିରୀ ଆରମ୍ଭ କରିଥିଲେ ଢେଙ୍କାନାଳ ଜିଲାର ଭୁବନସ୍ଥିତ ବାଜିରାଉତ ମେମୋରିଆଲ କଲେଜରେ । ବିଇଡି ବିଭାଗର କନିଷ୍ଠ ଅଧ୍ୟାପକ ଭାବେ। ସେଠାରେ ମାଡ଼ ଖାଇଥିଲେ। ସେହି ଛାତ୍ରୀ ଅସଦାଚରଣ ମାମଲା। ଘଟଣାଟି ୨୦୨୧ ମସିହାର । ଏତେ ମାଡ଼ ଖାଇଥିଲେ ଯେ ଆଜି ଯାଏ ବି ଛୋଟେଇ ଛୋଟେଇ ଚାଲୁଛନ୍ତି । ଭିଣେଇ ମନ୍ତ୍ରୀ। ତାଙ୍କରି ଯୋଗୁ ବା ରାଜନୈତିକ ପ୍ରଭାବ କାରଣରୁ ସମୀରଙ୍କ ବଦଳି ହୋଇଥିଲା ଚମ୍ପୂଆର ଚନ୍ଦ୍ରଶେଖର କଲେଜକୁ।ସେଠାରେ ସେ ବର୍ଷେ ୪ମାସ ଚାକିରୀ କରିଥିଲେ । ସେଠାରେ ଜଣେ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରାପଡ଼ି ଯାଇଥିଲେ ବୋଲି କୁହାଯାଉଛି। ମାଡ଼ ଖାଇବା ପରେ ପୂର୍ବରୁ ବିଜୁ ଜନତା ଦଳର କ୍ଷମତା ଯୋଗୁ ତାଙ୍କର ବଦଳି ହୋଇଥିଲା ବାଲେଶ୍ଵରର ଫକୀର ମୋହନ କଲେଜକୁ । ଚନ୍ଦ୍ରଶେଖର କଲେଜରେ ଥିବାବେଳେ ନିୟମିତ ଏକ୍ସଟ୍ରା କ୍ଲାସ୍ ବାହାନରେ ଛାତ୍ରୀମାନଙ୍କୁ ଅଧିକ ସମୟ ଅଟକାଇ ରଖୁଥିଲେ। ସରଳ ଝିଅଙ୍କୁ ବ୍ଲାକମେଲିଂ କରୁଥିଲେ। ଅଧିକ ମାର୍କ ଦେବାର ପ୍ରତିଶ୍ରୁତି ଦେଇ ପଟଉଥିଲେ। ଅନେକ ଛାତ୍ରଙ୍କୁ ମଧ୍ୟ ବ୍ୟବହାର କରୁଥିଲେ ସମୀର। ଚମ୍ପୁଆ ବଜାରରେ ଜଣେ ଛାତ୍ରୀଙ୍କ ସହ ଏକାନ୍ତରେ ଥିବାବେଳେ ଧରାପଡ଼ିଥିଲେ। ସେତେବେଳେ ମଧ୍ୟ ବିଜେଡି ନେତାଙ୍କ ସମ୍ପର୍କୀୟ ଭୟ ଯୋଗୁ ସହକର୍ମୀମାନେ ତାଙ୍କୁ ଡରୁଥିଲେ।
ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଥିବା କଥା ଦିଲ୍ଲୀପ ଘୋଷ ବି ଜାଣିନଥିଲେ ବୋଲି କୁହାଯାଇ ପାରିବ ନାହିଁ । ଜିଲା ସାରା ବିଜେଡିର ଦବଦବା। ଏଥିପାଇଁ ଅଧ୍ୟକ୍ଷ ଓ ସମୀରଙ୍କ ଭିତରେ ଏମିତି ସମ୍ପର୍କ ଥିଲା ଯେ ସୌମ୍ୟାଙ୍କ ଅଭିଯୋଗ ସତ୍ତ୍ଵେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଓଲଟା ଧମକାଇ ଥିଲେ । ଏବେ ଉଭୟ ଜେଲ୍ରେ । ଏହି କାରଣରୁ ସମୀରଙ୍କ କାରନାମା ବଦଳରେ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।
