ଆଜିକାଲି ଲୋକମାନେ ସ୍ୱାସ୍ଥ୍ୟକୁ ନେଇ ବହୁତ ସଚେତନ ହେଉଛନ୍ତି । ଏହି ପରିସ୍ଥିତିରେ ଆମ ରୋଷେଇ ଘରର ପାନମଧୁରୀ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ ସାମ୍ନାକୁ ଆସିଛି । ପାନମଧୁରୀରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ଶରୀରର ଶକ୍ତି ବଢ଼ାଇବା, ପେଟ ଏବଂ ଶ୍ୱାସକ୍ରିୟା ସମସ୍ୟାକୁ ଦୂର କରିବା, ଓଜନ ହ୍ରାସ କରିବା ଓ ତ୍ୱଚାରେ ଉଜ୍ଜ୍ୱଳତା ଆଣିବାରେ ସହାୟକ।

ପାନମଧୁରୀ ଚା’ରେ କପର, ପୋଟାସିୟମ୍, କ୍ୟାଲସିୟମ୍, ଜିଙ୍କ୍, ମାଙ୍ଗାନିଜ୍, ଆଇରନ୍, ସେଲେନିୟମ୍, ମ୍ୟାଗ୍ନେସିୟମ୍ ଭଳି ମୂଲ୍ୟବାନ ତତ୍ୱ ରହିଛି । ଏହି ସହିତ ଏହା ଆଣ୍ଟି ଇନଫ୍ଲାମେଟୋରୀ, ଆଣ୍ଟି ମାଇକ୍ରୋବିୟାଲ୍ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣରେ ଭରପୁର । ଏହା ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରଭାବଶାଳୀ ଉପାୟ । ପାନମଧୁରୀ ଚା’ ପାଚନକୁ ସୁଧାରେ। ପେଟ ଦରଜ, ଗ୍ୟାସ୍, ଏବଂ ଭାରୀ ଅନୁଭବ କମେ । ମହିଳାମାନଙ୍କ ପିରିୟଡ୍ ସମୟରେ ଏହା ଏକ ସୁପରିଚିତ ଉପଚାର ଭାବେ କାର୍ଯ୍ୟକାରୀ।

ପାନମଧୁରୀ ଚା’ ଓଜନ କମାଇବାରେ ମଧ୍ୟ ଉପକାରୀ। ଏହା ଭୋକକୁ ନିୟନ୍ତ୍ରଣ କରି, ଅନାବଶ୍ୟକ କ୍ୟାଲୋରୀ ଗ୍ରହଣକୁ ରୋକିଥାଏ। ଏହି ଚା’ ନିୟମିତ ପାନ ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର ହୁଏ ଏବଂ ଓଜନ ହ୍ରାସରେ ସାହାଯ୍ୟ କରେ। ପାନମଧୁରୀ ଚା’ର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଫୁସଫୁସ ଏବଂ ଶ୍ୱାସକ୍ରିୟାକୁ ସୁସ୍ଥ ରଖେ। କଫ୍, କାଶ ଏବଂ ଆସ୍ଥମା ଭଳି ଶ୍ୱାସଜନିତ ସମସ୍ୟାରୁ ଆରାମ ଦେଇଥାଏ।
ସ୍କିନ୍ ସମସ୍ୟାରେ ଏହି ଚା’ ଉତ୍ତମ। ତ୍ୱଚାରେ ଜମା ହୋଇଥିବା ମୈଳାକୁ ବାହାର କରି ଉଜ୍ଜ୍ୱଳ ତ୍ୱଚା ଦେଇଥାଏ। ଏହା ଦେହକୁ ମଧ୍ୟ ଅନ୍ତର୍ଗତ ସ୍ୱାସ୍ଥ୍ୟ ଦେଇ ଚେହେରାରେ ଗ୍ଲୋ ଆଣିଥାଏ। ପାନମଧୁରୀ ଚା’ ହେଉଛି ସାଧାରଣ ପାନୀୟ ତଥା ଔଷଧୀୟ ଉପାଦାନର ସମ୍ମିଳନ, ଯାହା ସ୍ୱାସ୍ଥ୍ୟରେ ଲାଭଦାୟକ ଏବଂ ପ୍ରାକୃତିକ ଉପାୟରେ ଶରୀରକୁ ଶକ୍ତି ଦେଇଥାଏ। ଏହି ଚା’ ପିଇବା ଦ୍ୱାରା ଲୋକମାନେ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିପାରିବେ ଓ ନିରୋଗ ଜୀବନ ଅନୁଭବ କରିପାରିବେ।
also read https://purvapaksa.com/duck-truck-accident/
ବତକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ହଜାରରୁ ଅଧିକ ବତକଙ୍କ ମୃତ୍ୟୁ ।। Duck Truck Accident


