ବୁଧବାର ଦିନ ଲୋକସଭାରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାସୱାନ ନକଲି ଜବ୍ କାର୍ଡ ନେଇ ଏକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ନକଲି ଜବ୍ କାର୍ଡ କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ସେଥିରେ ବିହାର ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । କେବଳ ନକଲି ଜବ୍ କାର୍ଡ ନୁହେଁ ରାଜ୍ୟରେ ନକଲି ରାସନ କାର୍ଡ ସଂଖ୍ୟା ମଧ୍ୟ କମ ନୁହେଁ ।
ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ୨୦୨୨-୨୩ରେ ୧୧,୯୪୪ ଟି ନକଲି ଜବ୍ କାର୍ଡ ରଦ୍ଦ ହୋଇଥିବା ବେଳେ ୨୦୨୩-୨୪ରେ ୭,୨୯୬ ଓ ୨୦୨୪-୨୫ରେ ୭,୫୬୬ଟି ନକଲି ଜବ୍ କାର୍ଡ ରଦ୍ଦ କରାଯାଇଛି । ତେଣୁ ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ନକଲି କାର୍ଡ କିଏ ପ୍ରଦାନ କରୁଛି । ଉତ୍ତର ଆସିବ ଯେ ଏଭଳି କାର୍ଡ ଅଫିସରମାନେ ପ୍ରଦାନ କରୁଛନ୍ତି । ଏହି ଜବ୍ କାର୍ଡଧାରୀ କୌଣସି ଲୋକ ନଥିବାରୁ ଅଫିସରମାନେ ସେମାନଙ୍କ ନାମରେ ମିଛ କାମ ଦର୍ଶାଇ ଅର୍ଥଉଠାଇ ସରକାରୀ ଯୋଜନାକୁ ବାଟବଣା କରୁଥିବା ଅଭିଯେଗା ହେଉଛି । ଏପରିକି ଏହି ଜବ୍ କାର୍ଡ ପ୍ରଦାନ କ୍ଷେତ୍ରରେ ଆଧାର କାର୍ଡର କୌଣସି ଭୂମିକା ରହୁନାହିଁ । ତେଣୁ ଅଫିସରମାନେ ଏହି ନକଲି ଜବ୍ କାର୍ଡ ପ୍ରଦାନ କ୍ଷେତ୍ରରେ ମୁଖ୍ୟତଃ ଦୋଷୀ ବୋଲି କୁହାଯାଇପାରେ ।
କେବଳ ନକଲି ଜବ୍ କାର୍ଡ ନୁହେଁ ରାଜ୍ୟରେ ନକଲି ରାସନ କାର୍ଡ ସଂଖ୍ୟା କିଛି କମ ନୁହେଁ । ରାଜ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ରଙ୍କ ସୂଚନା ଅନୁସାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଇ-କେୱାସି ଭେରିଫିକେସନ ଆରମ୍ଭ କରିଥିଲେ,ଯାହାଫଳରେ ଏକ ୧୭୭୦୬୮ଟି ନକଲି କାର୍ଡ ଏପର୍ଯ୍ୟନ୍ତ କେୱାସି ହୋଇପାରିନାହିଁ । ଏହି ନକଲି କାର୍ଡ ମାଧ୍ୟମରେ ଯୋଗାଣ ବିଭାଗର ଅଧିକାରୀ ଓ ଡିଲରମାନେ ମିଳି ମିଶି ସରକାରଙ୍କ ମାଗଣ ଚାଉଳକୁ ହଡ଼ପ କରୁଥିଲେ ବୋଲି କୁହାଯାଉଛି । ଏହି ନକଲି କାର୍ଡ ଏବେ କାର ସରକାରରଙ୍କର ନୁହେଁ । ବରଂ ଏହା ବିଜେଡି ସରକାରଙ୍କ ଅମଳର ବୋଲି କୁହାଯାଉଛି ।
ALSO READ https://purvapaksa.com/dharmendras-fears-are-allayed-by-ashwanis-help/
Dharmendra’s fears are allayed by Ashwani’s help ।। ଧର୍ମେନ୍ଦ୍ରଙ୍କ ଭୟ ଅଶ୍ୱନୀଙ୍କ ଶରଣରେ ଅଚ୍ୟୁତ
