Odisha Sahitya Akademi: ପ୍ରତିବର୍ଷ ଓଡ଼ିଆ ଭାଷାରେ ଲଖାଯାଉଥିବା ପୁସ୍ତକକୁ ବିବେଚନା କରି ଏହି ସଂସ୍ଥା ଉତ୍କର୍ଷ ସର୍ଜନା ପାଇଁ ଲେଖକଙ୍କୁ ପୁରସ୍କୃତ କରିବାର ପରମ୍ପରା ରହିଛି। କିନ୍ତୁ ଏ ସଂସ୍ଥାରେ ଏବେ ନା ସଭାପତି ଅଛନ୍ତି ନା ଉପ ସଭାପତି। ପୁଣି ଜଣେ ଅଧିକାରୀ ତଥା ସମ୍ପାଦକଙ୍କ ନେତୃତ୍ୱରେ ଚାଲିଛି ଏକାଡେମୀ।
ଓଡ଼ିଶାର ସାହିତ୍ୟ, ଭାଷା ଏବଂ ସଂସ୍କୃତିର ପ୍ରଚାର ପ୍ରସାର ତଥା ଐତିହ୍ୟ ସୁରକ୍ଷା ପାଇଁ ଗଠନ କରାଯାଇଛି ଓଡ଼ିଶା ସାହିତ୍ୟ ଏକାଡେମୀ। ପ୍ରତିବର୍ଷ ଓଡ଼ିଆ ଭାଷାରେ ଲଖାଯାଉଥିବା ପୁସ୍ତକକୁ ବିବେଚନା କରି ଏହି ସଂସ୍ଥା ଉତ୍କର୍ଷ ସର୍ଜନା ପାଇଁ ଲେଖକଙ୍କୁ ପୁରସ୍କୃତ କରିବାର ପରମ୍ପରା ରହିଛି। କିନ୍ତୁ ଏ ସଂସ୍ଥାରେ ଏବେ ନା ସଭାପତି ଅଛନ୍ତି ନା ଉପ ସଭାପତି। ପୁଣି ଜଣେ ଅଧିକାରୀ ତଥା ସମ୍ପାଦକଙ୍କ ନେତୃତ୍ୱରେ ଚାଲିଛି ଏକାଡେମୀ। ଆହୁରି ମଧ୍ୟ ଏହି ସଂସ୍ଥା ୨୦୧୭ ମସିହାରୁ କୌଣସି ପୁସ୍ତକକୁ ବାଛି ପୁରସ୍କାର ପ୍ରଦାନ କରି ନାହିଁ। ଆନ୍ତର୍ଜାତିକ ମାତୃଭାଷା ଦିବସରେ ଏହି ପ୍ରଶ୍ନ ଆଜି ବିଜେପି ସରକାରଙ୍କୁ ଅଡ଼ୁଆରେ ପକାଇଛି।
ବିଧାନସଭାରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ସାହିତ୍ୟ ଏକାଡେମୀ ୧୧ଟି ବିଭାଗରେ ଲେଖକଙ୍କୁ ପ୍ରତିବର୍ଷ ପୁରସ୍କୃତ କରିଥାଏ। କିନ୍ତୁ ୨୦୧୭ ମସିହାରୁ ଏହି ପୁରସ୍କାର ପ୍ରଦାନ ବନ୍ଦ ହୋଇ ପଡ଼ିଛି। ଖାଲି ସେତିକି ନୁହେଁ ୨୦୧୭ରୁ ୨୦୨୪ ମସିହା ଯାଏ ପୁରସ୍କାର ପାଇଁ ନାମାଙ୍କନ ଗ୍ରହଣ କରାଯାଇଛି କିନ୍ତୁ କାହାକୁ ଯୋଗ୍ୟ ଘୋଷଣା କରାଯାଇ ନାହିଁ। ସେହିପରିତ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ଭକ୍ତି ସାହିତ୍ୟ ପୁରସ୍କାର, ପ୍ରକାଶକ ସମ୍ମାନ, ଯୁବ ପୁରସ୍କାର ପ୍ରଭୃତି ୨୦୨୩ ଓ ୨୦୨୪ ବର୍ଷର ବକେୟା ପଡ଼ିଛି। ସାରଦା ପ୍ରସନ୍ନ ଗୀତିକବିତା ସମ୍ମାନ ପାଇଁ ନିୟମ ପ୍ରସ୍ତୁତ ଶେଷ ହୋଇଥିଲେ ମଧ୍ୟ ୨୦୨୧ ମସିହାରୁ କାହାକୁ ପ୍ରଦାନ କରାଯାଇ ନାହିଁ।
ଜଣେ ଲେଖକ, କବି ବା ଔପନ୍ୟାସିକ ପାଇଁ ସାହିତ୍ୟ ଏକାଡେମୀ ସମ୍ମାନକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥାଏ। ଏହି ସମ୍ମାନ ତାଙ୍କୁ ଅଧିକ ରୁଦ୍ଧିବନ୍ତ ଅବଦାନ ଲାଗି ପ୍ରେରିତ କରିଥାଏ। ହେଲେ ଓଡ଼ିଶା ସରକାରଙ୍କ ଏହି ଏକାଡେମୀରେ ରାଜନୀତିକ କାରଣ ତଥା ତୋଷାମଦକାରୀଙ୍କ ଭୂମିକା ହେତୁ ଆଜି ସାହିତ୍ୟିକଙ୍କୁ ସମ୍ମାନ କରିବା ମଧ୍ୟ ସରକାର ଭୁଲି ଯାଇଛନ୍ତି ବୋଲି ଅଭିଯୋଗ ହୋଇଛି। ବିଜେଡି ସରକାର ସମୟରେ ଅନେକ ବିବାଦରେ ଏହି ଏକାଡେମୀ ଘଣ୍ଟି ହୋଇ ରହିଥିଲା। ଏବେ ବିଜେପି ସରକାର ଗଲ ୯ ମାସ ହେଲା ଶାସନରେ ରହିଛନ୍ତି। ଏ ଭିତରେ ପୂର୍ଣ୍ଣାଙ୍ଗ ବଜେଟ୍ ବି ଉପସ୍ଥାପନ କରାଯାଇଇଛି। ଓଡ଼ିଆ ଅସ୍ମିତାକୁ ସ୍ତମ୍ଭ କରି ଆସିଥିବା ଏହି ସରକାର କିନ୍ତୁ ଏହି ୯ ମାସରେ ଏକାଡେମୀକୁ ସୁଧାରିବାରେ ସକ୍ଷମ ହୋଇପାରିନାହିଁ।
Also readhttps://purvapaksa.com/mission-shakti-name-may-be-changed-ti-subhadra-shakti/

