ଓଡ଼ିଶା ହାଇକୋର୍ଟ ତାହାର ୭୮ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବେଳେ ବଢୁଥିବା ମାମଲା ବୋଝ ଏବେ ବି ହାଇକୋର୍ଟ ପାଇଁ ଏକ ପ୍ରମୁଖ ଆହ୍ୱାନ ହୋଇଛି । ଗୋଟିଏପଟେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମାମଲା ଫଏସଲା ହାର କିନ୍ତୁ ହ୍ରାସ ପାଇଛି । ଗତ ୨୦୨୫ ଜାନୁଆରିରେ ୧ ଲକ୍ଷ ୪୬ ହଜାର ୩,୭୩ ମାମଲା ବିଚାରାଧୀନ ଥିଲା ବେଳେ ଜୁଲାଇ ୨୩ସୁଦ୍ଧା ୧ଲକ୍ଷ ୫୨ହଜାର ମାମଲା ବିଚାରାଧୀନ ରହିଛି । ୨୦୨୩ ଓ ୨୦୨୪ର ପ୍ରଥମ ୬ମାସ ଜାନୁଆରିରୁ ଜୁନ୍ ତୁଳନାରେ ୨୦୨୫ର ପ୍ରଥମାର୍କ ଶେଷ ସୁଦ୍ଧା ମାମଲା ଫଏସଲା ହାର ଅହେତୁକ ହ୍ରାସ ପାଇଛି ।
ଅନ୍ୟପଟରେ, ବିଗତ ଦୁଇବର୍ଷ ତୁଳନାରେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ମଧ୍ୟ କମିଥିବା ଜଣାପଡ଼ିଛି । ହାଇକୋର୍ଟରେ ମୋଟ ୩୩ଟି ମଞ୍ଜୁରିପ୍ରାପ୍ତ ବିଚାରପତି ପଦବି ଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ୨୦ ଜଣ ବିଚାରପତି ରହିଛନ୍ତି । ୧୩ଟି ବିଚାରପତି ପଦ ପୂରଣ ହୋଇପାରିନାହିଁ । ଏହା ହାଇକୋର୍ଟ ପାଇଁ ଏକ ଚାଲେଞ୍ଜ ହୋଇ ଜରା ହୋଇଛି ।
୨୦୨୩ ଜାନୁଆରିରେ ଯେଉଁଠି ହାଇକୋର୍ଟରେ ମୋଟ ୨୨ଜଣ ବିଚାରପତି କାର୍ଯ୍ୟରତ ଥିଲେ, ଏବେ ତାହା କମି କରି ୨୦ରେ ପହଞ୍ଚିଛି । ଗତ୨୦୨୩ ଜାନୁଆରୀ ୧ରୁ ଜୁନ୍ ୩୦ ମଧ୍ୟରେ ମାମଲା ଫଏସଲା ହାର ଥିଲା ୧୨୬ ୧୩ ପ୍ରତିଶତ । ୨୦୨୩ର ପ୍ରଥମ ୬ ମାସରେ ମୋଟ ୪୯୬୩ ୫ଟି ମାମଲା ରୁଜୁ ସ୍ଥଳେ ୬୨୮୬୯ଟି ଫଏସଲା ହୋଇଥଲା ।
ସେହିଭଳି ୨୦୨୪ର ପ୍ରଥମ ୬ମାସରେ ୪୩୫୫୦ଟି ମାମଲା ରୁଜୁ ହୋଇଥିବା ବେଳେ ଫଏସଲା ହୋଇଥିଲା ୪୭୩୦୩ଟି । ୨୦୨୪ ମସିହାର ଏହି ୬ମାସରେ ଫଏସଲା ହାର ରହିଥିଲା ୧୧୦, ୯୦ ପ୍ରତିଶତ। ହେଲେ ଚଳିତ ୨୦୨୫ ଜାନୁଆରୀ ପହିଲାରୁ କୁନ୍ ୩୦ପର୍ଯ୍ୟନ୍ତ ପ୍ରଥମ ୬ ମାସ ଅବଧି ମଧ୍ଯରେ ଫଏସଲା ହାର ହ୍ରାସ ପାଇ ୮୪୮୬ ପ୍ରତିଶତ ରହିଛି। ଚଳିତ ବର୍ଷ ଜୁନ୍ରେ ମାମଲା ଫଏସଲା ହାର ସର୍ବନିମ୍ନ ୬୭, ୬୨ ପ୍ରତିଶତ ଥିବା ବେଳେ ମାର୍ଚ୍ଚରେ ସର୍ବାଧିକ ୯୭,୭୩ ପ୍ରତିଶତ ଥିବା ଜଣାପଡ଼ିଛି।
