ଆପଣମାନେ ରଙ୍ଗ ପରିବର୍ତ୍ତନକାରୀ ବହୁରୂପୀ ଏଣ୍ଡୁଅ ଦେଖିଥିବେ ନିଶ୍ଚୟ। କିନ୍ତୁ ରାଜନୀତିରେ ବହୁରୂପୀ ଏଣ୍ଡୁଅ ଭଳି ଘଡ଼ିକୁ ଘଡ଼ି ଆଦର୍ଶ ବଦଳାଉଥିବା ରାଜନେତାଙ୍କ ଚିନ୍ତା ଓ ଚରିତ୍ରକୁ ବୁଝିବା ବଡ଼ କଷ୍ଟକର ବ୍ୟାପାର। ରାଜ୍ୟ ରାଜନୀତିରେ ଏପରି ଏକ ନେତା ଭାବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା ଗତ ୨୮ ବର୍ଷ ହେଲା କହିଆସୁଛନ୍ତି ତାହା ନୁହଁନ୍ତି ବୋଲି ସେ ନିଜେ ପ୍ରମାଣିତ କରିବାରେ ଲାଗିଛନ୍ତି।
ଘଟଣାଟି ଏପରି, ଗତକାଲିଠାରୁ ବିଭିନ୍ନ ଗଣମାଧ୍ୟମରେ ଦୁଇଟି ଫଟୋ ଘୁରି ବୁଲୁଛି ତାକୁ ଦେଖିଲେ ଲାଗୁଛି ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ନୀତି ଓ ଆଦର୍ଶକୁ ମହୋଦଧିରେ ବିସର୍ଜନ କରିଦେଇଛନ୍ତି।
କଂଗ୍ରେସ ଓ ତା’ର କୁଶାସନକୁ ବିରୋଧ କରି ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ସୃଷ୍ଟି। ଏଥିରେ ମାଉସୀ ରୂପରେ ସହାୟକ ଥିଲା ବିଜେପି। ବିଜେଡି ନଜରରେ କଂଗ୍ରେସ ଥିଲା ଡାହାଣୀ। ଯିଏକି ରାଜ୍ୟବାସୀଙ୍କ ରକ୍ତ ଶୋଷିବାରେ ଲାଗିଛି।
ବିଜେଡି ଗଠନ ହେବା ପରେ କଂଗ୍ରେସର କୁଶାସନକୁ ପ୍ରସଙ୍ଗ କରି ମାଉସୀ ରୂପକ ବିଜେପିକୁ ସାଥିରେ ନେଇ ସରକାର ଗଠନ କରିଥିଲା। କିନ୍ତୁ ୨୦୦୯ ନିର୍ବାଚନରେ କେନ୍ଦ୍ରରେ ବିଜେପି ହାରୁଛି ବୋଲି ଅନୁମାନ କରି ନବୀନ ପଟ୍ଟନାୟକ ବିଜେପି ସହିତ ମେଣ୍ଟ ସମ୍ପର୍କ ତୁଟାଇ ଡାହାଣୀ ରୂପୀ କଂଗ୍ରେସର ପରୋକ୍ଷ ସମର୍ଥନରେ ସରକାର ଚଳାଇଲେ। ପରେ ୩ଟି ନିର୍ବାଚନରେ ବହୁମତ ପାଇ ସରକାର ଚଳାଇଲୋ।
ଏକଦା ଯେଉଁ ବିଜେପିକୁ ନବୀନ ପଟ୍ଟନାୟକ ଦଗା ଦେଇଥିଲେ ତା’ରି ହାତରୁ ୨୦୨୪ରେ ପରାଜିତ ହୋଇଛନ୍ତି। ପରାଜିତ ହେବା ପରେ ଆଶା କରୁଥିଲେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହାୟତାରେ ବାକି ଜୀବନର ରାଜନୀତିକୁ ସୁରୁଖୁରୁରେ ଚଳାଇ ନେବେ। କିନ୍ତୁ ବିଜେପି ୨୦୦୯ର ପରାଭବକୁ ଭୁଲି ନାହିଁ। ପ୍ରତିଶୋଧ ନେବା ପାଇଁ ବିଜେଡିକୁ ନିଶ୍ଚିହ୍ନ କରିବା ପାଇଁ କାମ ଆରମ୍ଭ କରିଛି।
ଏଥିରେ ବ୍ୟସ୍ତ ବିବ୍ରତ ହୋଇ ନବୀନ ପଟ୍ଟନାୟକ ଗତ ସପ୍ତାହରେ ଅଚାନକ ଦିଲ୍ଲୀ ଗସ୍ତରେ ଯାଇ ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଅସଫଳ ପ୍ରୟାସ କରିଥିଲେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ବିଜେପି ନେତାଙ୍କଠାରୁ କୌଣସି ଆଶ୍ୱସନା ନ ପାଇ ବିଫଳ ମନୋରଥ ହୋଇ ଫେରିବା ପରେ ନବୀନ ନିଜର ଦୁଇଜଣ ନେତା ସଞ୍ଜୟ ଦାସବର୍ମା ଓ ଅମର ପଟ୍ଟନାୟକଙ୍କୁ ପ୍ରତିନିଧିରୂପେ ଡିଏମକେ ଦ୍ୱାରା ଆହୁତ ନିର୍ବାଚନମଣ୍ଡଳୀ ପୁନର୍ଗଠନ ବୈଠକକୁ ପଠାଇଛନ୍ତି। ଏହି ବୈଠକରେ ବିଜେପି ବିରୋଧ ରଣନୀତି ପ୍ରସ୍ତୁତ ହୋଇଛି, ଯାହାର ଅଂଶଭାବେ ବିଜେଡି ଏଥିରେ ସାମିଲ ହୋଇଛି।
ଏହି ଦୁଇ ପ୍ରତିନିଧି ଚେନ୍ନାଇ ଯିବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ତା’ଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ପିସିସି ଅଧ୍ୟକ୍ଷ ଭକ୍ତ ଦାସଙ୍କ ସହିତ ସେମାନଙ୍କର ଚେନ୍ନାଇ ଗସ୍ତ। ହଁ ସେମାନେ ଏପରି ଯୁକ୍ତି ଦର୍ଶାଇ ପାରନ୍ତି ଯେ ଗୋଟିଏ ପ୍ଲେନରେ ଯିବା ଏକ ସଂଯୋଗ, ରାଜନୈତିକ ସମ୍ପର୍କ ନାହିଁ। କିନ୍ତୁ ଗଣମାଧ୍ୟମରେ ଯେଉଁ ଫଟୋଟି ବୁଲୁଛି ତାହା ଦର୍ଶାଉଛି ଯେ ଏବେ ବିଜେଡି-କଂଗ୍ରେସ ଶତ୍ରୁ ନୁହଁନ୍ତି ବରଂ ଭାଇ ଭାଇ।
କେବଳ ସହି ଗୋଟିଏ ଫଟୋ ନୁହେଁ, ଆଉ ଗୋଟି ଫଟୋ ମଧ୍ୟ ରହିଛି। ସେଥିରେ ନବୀନ ପଟ୍ଟନାୟକ କଂଗ୍ରେସ ବିଧାୟକମାନଙ୍କ ସହିତ ଫଟୋ ଉଠାଇଛନ୍ତି। ଏହି ଫଟୋରେ ନବୀନଙ୍କ ସମେତ କଂଗ୍ରେସ ବିଧାୟକମାନେ ଖୁସରେ ଗଦଗଦ ଥିବାର ଦେଖିବାକୁ ମିଳୁଛି।
ଏହାର ଅର୍ଥ ହେଲା ଗତ ୨୪ ବର୍ଷର ଶାସନ ମଧ୍ୟରେ ବିଜେଡି ଯେତିକି ଦୁର୍ନୀତି କରିଛି ସେଥିରୁ ରକ୍ଷା ପାଇବା ପାଇଁ ଏବେ କଂଗ୍ରେସର ସହାୟତା ଲୋଡୁଛି। କାରଣ ବିଜେଡି ଶାସନ ଅମଳରେ କେତେ ଦୁର୍ନୀତୀ ହୋଇଛି ତାହା ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସର ରେଡ୍ରୁ ସ୍ପଷ୍ଟ ବାରି ହୋଇପଠଡ଼ୁଛି। ଯଦି ସରକାରୀ ଅଧିକାରୀମାନେ ଦୁର୍ନୀତି କରି ପୁଳାପୁଳା ଟଙ୍କା ଆଦାୟ କରିପାରଛନ୍ତି ତେବେ ନବୀନ ସରକାରରେ ବିଜେଡି ନେତାମାନେ ଦୁର୍ନୀତି ଉପାୟରେ କେତେ ରୋଜଗାର କରିଥିବେ ତାହା ସହଜରେ ଅନୁମାନ କରାଯାଇପାରେ।
ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି, ସମସ୍ତେ ସୁଯୋଗକୁ ନିଜ ଲାଭ ପାଇଁ ବ୍ୟବହାର କରନ୍ତି ବୋଲି ଯାହା ଆଲୋଚନା ହୁଏ ତାହାକୁ କାମରେ କରି ଦେଖାଇଛନ୍ତି ନବୀନ। ଅର୍ଥାତ୍ ଯଦି ମୋହନ ସରକାର ବା ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଜେଡି ନେତାମାନଙ୍କ ବିରୋଧରେ ପଦକ୍ଷେପ ନିଅନ୍ତି ତେବେ କଂଗ୍ରେସ ଏହାକୁ ବିରୋଧ କରିବ ବୋଲି ନବୀନ ପଟ୍ଟନାୟକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ଅର୍ଥାତ୍ ବିଜେପିର ଶତ୍ରୁ ବିଜେଡିର ମିତ୍ର ବୋଲି ନବୀନ ଆକଳନ କରିନେଇ କାମ ଆରମ୍ଭ କରିଛନ୍ତି।
କଂଗ୍ରେସର ରାଜନୀତି ଆରମ୍ଭ କରି ପରେ କଂଗ୍ରେସ ବିରୋଧି ନେତା ଭାବରେ ପରିଚିତ ବିଜୁ ପଟ୍ଟନାୟକ ଆତ୍ମା ତାଙ୍କ ପୁତ୍ରର ଏଭଳି କାମ ଦେଖି ନିଶ୍ଚୟ କଷ୍ଟ ପାଉଥିବ ବୋଲି ଆଲୋଚନା ହେଉଛି। କେବଳ ସେତିକି ନୁହେଁ ଦଳର ଯେଉଁ କର୍ମୀମାନେ ତଳ ସ୍ତରରେ କଂଗ୍ରେସ ବିରୋଧରେ ବର୍ଷ ବର୍ଷ ଧରି ଲଢ଼ି ଆସୁଛନ୍ତି ସେମାନଙ୍କର ମନୋବଳ ମଧ୍ୟ ଭାଙ୍ଗି ଦେଇଛନ୍ତି।
ନବୀନଙ୍କ ଏଭଳି ପଦକ୍ଷେପରେ କର୍ମୀମାନେ କହୁଛନ୍ତି ଯେଉଁ କଂଗ୍ରେସ ବିରୋଧରେ ବିଜେଡିର ଜନ୍ମ, କଂଗ୍ରେସର ଦୁର୍ନୀତିକୁ ପଦାରେ ପକାଇବା ଥିଲା ଯାହାର କର୍ମ, ଏବେ ସେହି ଦଳର ନେତା ନବୀନ କରିବେ କଂଗ୍ରେସର ଜୟଗାନ।
Also readhttps://purvapaksa.com/is-vk-pandian-actually-joining-an-international-ngo/
ଭିକେ ପାଣ୍ଡିଆନ ପ୍ରକୃତରେ ଏକ ଅନ୍ତର୍ଜାତୀୟ ଏନଜିଓରେ ଯୋଗ ଦେଉଛନ୍ତି କି?
