Natural Ways to Reduce Cholesterol: ସୁସ୍ଥ ଜୀବନ ପାଇଁ ହୃଦୟକୁ ସୁସ୍ଥ ରଖିବା ନିହାତି ଜରୁରୀ ।
ଆପଣଙ୍କ ହୃଦୟକୁ ସୁସ୍ଥ ଏବଂ ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ, ଆପଣଙ୍କର ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ଜରୁରୀ । ଉଚ୍ଚ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ବୃଦ୍ଧି ଷ୍ଟ୍ରୋକ୍ ଏବଂ ହୃଦ୍ଘାତ ସମେତ ବିଭିନ୍ନ ହୃଦ୍ ରୋଗ ହେବାର ସମ୍ଭାବନା ବଢାଇପାରେ ।
କୋଲେଷ୍ଟ୍ରଲ ବଢିବା ଦ୍ରୁତ ଗତିରେ ବ୍ୟାପୁଥିବା ଏକ ସମସ୍ୟା ଯାହାକୁ ନେଇ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଚର୍ବିଯୁକ୍ତ ଖାଦ୍ୟ ଖାଇବା, ଅଚଳ ଜୀବନଶୈଳୀ, ବ୍ୟାୟାମ ନ କରିବା ଓ ମଦ୍ୟପାନ ଇତ୍ୟାଦି କୋଲେଷ୍ଟ୍ରଲ ବଢ଼ାଇବାରେ ସହାୟକ ହୋଇଥାଏ। କୋଲେଷ୍ଟ୍ରଲ ହେଉଛି ଏକ ମହମଯୁକ୍ତ ପଦାର୍ଥ ଯାହା ରକ୍ତନଳୀରେ ଜମା ହୋଇଥାଏ । ଯେତେବେଳେ ଏହାର ମାତ୍ରା ବଢିଯାଏ, ଏହା ଶିରାଗୁଡିକୁ ଅବରୋଧ କରିପାରେ ଯାହା ରକ୍ତ ପ୍ରବାହକୁ ଧିମା କରିପାରେ କିମ୍ବା ବନ୍ଦ କରିପାରେ ।
କେମିତି କମାଇବେ କୋଲେଷ୍ଟ୍ରଲ ?
କୋଲେଷ୍ଟ୍ରୋଲ କମାଇବାର ଅନେକ ଉପାୟ ରହିଛି, ଯେଉଁଥିରେ ସାଚୁରେଟେଡ୍ ଫ୍ୟାଟ୍ ଖାଦ୍ୟ ନ ଖାଇବା, ନିୟମିତ ବ୍ୟାୟାମ କରିବା, ମଦ୍ୟପାନ ଓ ଧୂମପାନଠାରୁ ଦୂରେଇ ରହିବା ଇତ୍ୟାଦି ଅନ୍ତର୍ଭୁକ୍ତ । ଅନେକ ଔଷଧ କୋଲେଷ୍ଟ୍ରଲ ସ୍ତରକୁ କମ୍ କରିବାରେ ମଧ୍ୟ କାମ କରିଥାଏ । ଯଦି ଆପଣ ବିନା ଔଷଧ କିମ୍ବା ଚିକିତ୍ସାରେ କୋଲେଷ୍ଟ୍ରଲ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ନିମ୍ନରେ ଦିଆଯାଇଥିବା କିଛି ପ୍ରାକୃତିକ ଉପଚାର ଆପଣାଇପାରିବେ ।
ଏନସିବିଆଇର ଏକ ରିପୋର୍ଟ ଅନୁଯାୟୀ, ମଦ୍ୟପାନ ଆପଣଙ୍କ ହୃଦୟକୁ କ୍ଷତି ପହଞ୍ଚାଇପାରେ । ଏହା ଆପଣଙ୍କ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତରକୁ ବଢାଇପାରେ, ଯାହା ଆପଣଙ୍କୁ ହୃଦ୍ ରୋଗ, ଷ୍ଟ୍ରୋକ୍, ହୃଦଘାତର ଆଶଙ୍କା ଦେଇପାରେ । ମାନସିକ ଚାପ ଆପଣଙ୍କ ହୃଦୟ ଉପରେ ବହୁତ ଚାପ ପକାଇଥାଏ । ସୁସ୍ଥ ଓ ଚାପମୁକ୍ତ ଜୀବନ ଯାପନ କରିବାକୁ ଚେଷ୍ଟା କଲେ ଭଲ।
ଟ୍ରାନ୍ସ ଫ୍ୟାଟ୍ ଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ। ଟ୍ରାନ୍ସ ଫ୍ୟାଟ୍ ଷ୍ଟ୍ରୋକ୍ ସମେତ ହୃଦ୍ ରୋଗ ହେବାର ସମ୍ଭାବନା ବଢ଼ାଇଥାଏ। ଏହା ଆପଣଙ୍କ ରକ୍ତରେ ଖରାପ କୋଲେଷ୍ଟ୍ରଲ (ଏଲଡିଏଲ)ର ସ୍ତର କୁ ବଢାଇଥାଏ ଏବଂ ଭଲ କୋଲେଷ୍ଟ୍ରଲ (ଏଚଡିଏଲ) ହ୍ରାସ କରି ସ୍ନାୟୁକୁ ଅବରୋଧ କରିଥାଏ ।
ଆପଣଙ୍କ ରହୁଥିବା ଜୀବନଶୈଳୀ ଆପଣଙ୍କୁ ହୃଦ୍ ରୋଗୀ କରିପାରେ । ଯଦି ଆପଣ ବ୍ୟାୟାମ ନକରନ୍ତି ତେବେ ଏହା କୋଲେଷ୍ଟ୍ରଲ ଏବଂ ହୃଦ୍ ରୋଗର ଆଶଙ୍କା ବଢାଇଥାଏ । ଏନଆଇଏଚରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତିଦିନ ବ୍ୟାୟାମ କଲେ ଏହାକୁ କମ୍ କରାଯାଇପାରିବ, ଯଦିଓ ଅତି କମରେ ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଅତ୍ୟନ୍ତ ଜରୁରୀ । ନିଦ୍ରା ଅଭାବ ସିଧାସଳଖ ହୃତ୍ ପିଣ୍ଡର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ। ଯଦି ଆପଣ ପର୍ଯ୍ୟାପ୍ତ ନିଦ୍ରା ପାଆନ୍ତି ନାହିଁ, ତେବେ ଆପଣ ରକ୍ତଚାପ, ହୃଦ୍ ସ୍ପନ୍ଦନରେ ଅସ୍ଥିରତା ଅନୁଭବ କରିପାରନ୍ତି ଏବଂ ଏହି ପରିବର୍ତ୍ତନ ବିପଜ୍ଜନକ ହୋଇପାରେ ।
ଆପଣଙ୍କ ଖାଦ୍ୟରେ ଦ୍ରବଣୀୟ ଫାଇବରର ମାତ୍ରା ବୃଦ୍ଧି କରନ୍ତୁ। ଦ୍ରବଣୀୟ ଫାଇବର ଆପଣଙ୍କ ରକ୍ତ ପ୍ରବାହରେ କୋଲେଷ୍ଟ୍ରଲର ଅବଶୋଷଣକୁ ହ୍ରାସ କରିପାରେ । ଓଟମିଲ, କିଡନୀ ବିନ୍ସ, ବ୍ରସେଲ୍ସ ସ୍ପ୍ରାଉଟ୍, ସେଓ ଓ ନାସପାତି ଭଳି ଖାଦ୍ୟରେ ଦ୍ରବଣୀୟ ଫାଇବର ମିଳିଥାଏ।
ALSO READ: https://purvapaksa.com/cooking-oils-that-increase-cancer-risk/
ଖାଉଛନ୍ତି କି ଏହି ସବୁ ତେଲ ହୋଇପାରେ କ୍ୟାନ୍ସର, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ