ଯୌନ ଶୋଷଣ, ଠକେଇ ଏବଂ ଧମକ ଦେବାର ଅନେକ ଅଭିଯୋଗ ପରେ ନାସିକ୍ ପୋଲିସ ଜଣେ ଆତ୍ମଘୋଷିତ ଧର୍ମଗୁରୁ ଅଶୋକ ଖରାଟଙ୍କୁ ଗିରଫ କରିଛି । ସେ ଧାର୍ମିକ ଗୁରୁ ହେବ ପୂର୍ବରୁ ଜଣେ ରିଟାଏର୍ଡ ନ୍ୟାଭି ଅଫିସର ଥିବା ଜଣାପଡିଛି | ତେବେ ଏକ ମହିଳା ତାଙ୍କ ନାଁରେ ବଳାତ୍କାର କରିବା ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚ ଏଭଳି ପଦକ୍ଷେପ ନେଇଛି | ମହିଳା ଜଣଙ୍କ ଅଭିଯୋଗରେ କହିଛନ୍ତି ଯେ , ବାବା ଜଣଙ୍କ ତାଙ୍କୁ କିଛି ଜରୁରୀ ସମୟରେ ପୂଜା ପାଠ କରିବାକୁ କହି ଏକାନ୍ତରେ ଡକାନ୍ତି | ଏହା ସହ ଅସଦାଚରଣ କରି ଏହାକୁ ପୂଜା ପ୍ରକ୍ରିୟା ବୋଲି କହି ଏହାର ବିରୋଧ କରିବାକୁ ମନା କରନ୍ତି|’ ଅଭିଯୁକ୍ତ ଜଣଙ୍କ ନିଜ ବ୍ୟକ୍ତିଗତ ଲାଭ ପାଇଁ ଭକ୍ତମାନଙ୍କ ବିଶ୍ୱାସକୁ ବ୍ୟବହାର କରି ଆଧ୍ୟାତ୍ମିକ ଆରୋଗ୍ୟ ଏବଂ ସମୃଦ୍ଧିର ପ୍ରତିଶ୍ରୁତି ଦେଇ ଭକ୍ତମାନଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ହୋଇଛି ।

ତେବେ ଅଭିଯୋଗକାରିଣୀ କହିଛନ୍ତି , ବାବା ନିଜ ଲାଳସା ମେଣ୍ଟାଇବା ପାଇଁ ଭକ୍ତ ମହିଳା ମାନଙ୍କୁ ଆଶ୍ରମ କିମ୍ବା ହୋଟେଲକୁ ଡକନ୍ତି | ତେବେ ଯିଏ ଏହାର ପ୍ରତିବାଦ କରନ୍ତି ସେ ତା ପରିବାରକୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦିଅନ୍ତି | ତେବେ ମହିଳା ଜଣଙ୍କୁ ଧମକାଇ ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ଶାରୀରିକ ଶୋଷଣର ଶିକାର ବନେଇଛନ୍ତି ଏହି ଭଣ୍ଡ ବାବା ଜଣଙ୍କ ବୋଲି ସେ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି |
viral video : https://x.com/Spotnews_media/status/2034523373402005949?s=20
ତେବେ ଭଣ୍ଡ ବାବାଙ୍କ ଗିରଫ ପରେ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରଲ ହେଉଥିବାର ଦେଖିବାକୁ ମିଳିଛି | ଯେଉଁଥିରେ ମହାରାଷ୍ଟ୍ର ମହିଳା କମିଶନର ଅଧକ୍ଷ ରୁପାଲୀ ଚକ୍ରକର ଭଣ୍ଡ ବାବା ଅଶୋକ ଖରାଟଙ୍କ ଗୋଡ ଧୋଉଥିବା ଦେଖା ଦେଇଛି,ଯାହା ଏବେ ଚର୍ଚ୍ଚାରେ | ଏହା ସହ ଅନ୍ୟ ୫୮ଟି ଭିଡ଼ିଓର ସୂତ୍ର ମଧ୍ୟ ପୋଲିସ ହାତରେ ପଡିଛି ଯାହା ଅଶୋକଙ୍କ ଯୌନନିର୍ଯାତନାର ପ୍ରମାଣ ରୁପେ ସେ ଜବତ କରିଛି | କର୍ତ୍ତୃପକ୍ଷ ବଳାତ୍କାର, ଠକେଇ ଏବଂ ଅପରାଧିକ ଧମକ ସହିତ ଜଡିତ ଧାରା ଅନୁଯାୟୀ ମାମଲା ପଞ୍ଜିକୃତ କରିଛନ୍ତି । ମାମଲା ରୁଜୁ ପରେ ଏହା ସହ ଜଡିତ ଅନେକ ପୀଡିତା ସାମ୍ନାକୁ ଆସିଛନ୍ତି , ଯାହା ତାଙ୍କ ନେଟୱାର୍କ ଏବଂ ଆର୍ଥିକ କାରବାରର ପୁରା କଳା ଚିଠାକୁ ପାଦରେ ପକେଇ ଦେଇଛି | ତେବେ ଅଶୋକଙ୍କୁ ମାର୍ଚ୍ଚ ୨୪ ଯାଇଁ ପୋଲିସ କଷ୍ଟଡିରେ ରଖି ଜେରା କରିବାକୁ ନିର୍ଦେଶ ଦିଆଯାଇଛି | ଏହା ସହ ମାମଲାରେ ଆତ୍ମଘୋଷିତ ଆଧ୍ୟାତ୍ମିକ ନେତାଙ୍କ ଅନିୟନ୍ତ୍ରିତ ପ୍ରଭାବ ଏବଂ ଦୁର୍ବଳ ଅନୁଗାମୀମାନଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥାର ଜରୁରୀ ଆବଶ୍ୟକତା ଉପରେ ବିତର୍କ ଆରମ୍ଭ କରିଛି।
also read : https://purvapaksa.com/how-indian-tankers-will-make-their-way-from-iran-to-india/


