ଦିନ ଥିଲା ମନୋରଞ୍ଜନର ଏକମାତ୍ର ମାଧ୍ୟମ ପାଲଟିଥିଲା ସିନେମା ହଲ୍ । ହେଲେ ଦିନକୁ ଦିନ ସିନେମା ହଲ୍ ସଂଖ୍ୟା କମି କମି ଯାଉଥିବାରୁ ଏହା ଓଡ଼ିଆ ସିନେମା ଶିଳ୍ପକୁ ସିଧାସଳଖ ପ୍ରଭାବିତ କରିଛି। ଓଡ଼ିଶାରେ ପୂର୍ବରୁ ୨୦୦ ସିନେମା ହଲ୍ ରହିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୫୨ରେ ପହଞ୍ଚିଛି। ସେଥିମଧ୍ୟରେ ୩୦ଟି ମଲଟିପ୍ଲେକ୍ସ ଦର୍ଶକଙ୍କ ଗହଳି ଜମୁଥିବା ଏକାମ୍ର ସିନେମା ହଲ ଏବେ ଜନଶୂନ୍ୟ ପାଲଟିଛି। କେବଳ ସେତିକି ନୁହେଁ କଟକର ନିଶାମଣି, ସମ୍ରାଟ, ରାଜତରଙ୍ଗିଣୀ, ଗ୍ରାଣ୍ଟ, ଜୟଶ୍ରୀ, ଦୁର୍ଗା, ଦେବୀ ଆଦି ସିନେମା ହଲ୍ ଗୁଡ଼ିକ ଇତିହାସ ପାଲଟିଯାଇଛି। ଯାହାକି ଓଡ଼ିଆ ସିନେମା ଶିଳ୍ପର ଉନ୍ନତି ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାସହ ମଲ୍ଟିପ୍ଲେକ୍ସ ଭିଡ଼ରେ ମଧ୍ୟ ହଜି ଯିବାକୁ ବସିଲାଣି ସିଙ୍ଗଲ ସ୍କ୍ରିନ୍ ସିନେମା ହଲ୍ । ଚାକଚକ୍ୟ ଓ ଲଗଜୁରିୟସ୍ ଅନୁଭବ ଦେଉଥିବା ମଲଟିପ୍ଲେକ୍ସ ସିନେମା ହଲ୍ ଯିବାକୁ ସାଧାରଣ ଦର୍ଶକଙ୍କ ପାଇଁ ଅର୍ଥ ସାଜିଛି ବାଧକ।
ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ରହିଥିବା ସିନେମା ହଲ୍ ଗୁଡ଼ିକ ଏବେ ନିଜର ପରିଚୟ ହରାଇଥିବା ବେଳେ କେତେକ ସିନେମା ହଲ୍ ସପିଂ ମଲ୍ରେ ପରିଣତ ହୋଇଛି। ଯାହାର ଉଦାହରଣ ହେଉଛି ଖୋଦ ରାଜଧାନୀସ୍ଥିତ ରବି ଟକିଜ୍। ସେହିପରି ଦିନରାତି ଟିକଟ ଦର ମୁହଁ ଫେରାଉଛନ୍ତି ଯୁବଗୋଷ୍ଠୀ ମହତାବଙ୍କ ଘରେ ଆରମ୍ଭ ହୋଇଥିବା ‘ରୂପମନ୍ଦିର’ ସିନେମା ହଲ୍ ପରେ ରବିଟକିଜ୍, କଳ୍ପନା, ଏସ୍ କମ୍ପେଲକ୍ସ, ଏକାମ୍ର, କେଶରୀ, ଶ୍ରୀୟା, ମହାରାଜା ଆଦି ସିନେମା ହଲ ଗଢ଼ି ଉଠିଥିଲା। ସେତେବେଳେ ଓଡ଼ିଆ ସିନେମା ଦେଖୁବାକୁ ପ୍ରତ୍ୟେକ ବର୍ଗର ଦର୍ଶକମାନେ ଭିଡ଼ ଜମାଉଥିଲେ । ହେଲେ ସେଗୁଡ଼ିକରୁ ଅଧା ଏବେ ବନ୍ଦ ହୋଇଛି। ଗୋଟେପଟେ ମୌଳିକ କାହାଣୀକୁ ନେଇ ସିନେମା ନିର୍ମାଣ କରିବାକୁ କଳାକାରଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ, ପ୍ରଯୋଜକମାନେ ଅକ୍ଳାନ୍ତ ପରିଶ୍ରମ କରୁଥିବା ବେଳେ ସିନେମା ରିଲିଜ୍ ପାଇଁ ନାହିଁ ପର୍ଯ୍ୟାପ୍ତ ପରିମାଣର ହଲ୍। ରାଜଧାନୀରେ ଦିନକୁ ଦିନ ଗଢ଼ି ଉଠୁଛି ମଲଟିପ୍ଲେକ୍ସ ସିନେମା ହଲ୍।
ବର୍ତ୍ତମାନ ରାଜଧାନୀରେ ବଡ଼ବଡ଼ ସଫିମଲ ଗୁଡ଼ିକରେ ରହିଥିବା ଏହି ଲଗଜୁରିୟସ୍ ହଲ ଭିତରକୁ ପ୍ରବଶେ କରୁପାରୁନାହାନ୍ତି ସାଧାରଣ ବର୍ଗର ଲୋକେ। କାରଣ ଏଠାରେ ସିନେମା ଟିକଟ ଠାରୁ ବଳି ଯାଉଛି ବିଭିନ୍ନ ଚଟ୍ପଟା ଖାଦ୍ୟର ଦର। ସାଧାରଣତଃ ସିନେମା ରିଲିଜ୍ ହେବାର ୧୫ଦିନ ଯାଏ ଟିକଟ ଦର ୨୫୦ ଟଙ୍କାରୁ ଆରମ୍ଭ ହୋଇ ୧୪୦୦ଟଙ୍କାରେ ପହଞ୍ଚୁଛି।
ଏହା ଭିତରକୁ ବାହାରୁ କୌଣସି ଖାଦ୍ୟ କିମ୍ବା ପାଣି ବୋତଲ ନେବା ନିଷେଧ ହୋଇଥିବାରୁ ବାଧ୍ୟ ହୋଇ ପାଣି ବୋତଲ ଗୋଟାକ ୭୦ରୁ ୮୦ ଟଙ୍କା ଦେଇ କିଣିବାକୁ ପଡୁଛି। ଏହାସହ କଫି ଗୋଟାକ ୨୫୦ଟଙ୍କା, ପପକଣ୍ଠ ଠାରୁ ଆରମ୍ଭ କରି ଯେକୌଣସି ଖାଦ୍ୟର ଦରମ୍ ୩୫୦ଟଙ୍କାରୁ ଆରମ୍ଭ ହେଉଛି । ତେଣୁ ପରିବାର ୫ଜଣ ସଦସ୍ୟ ସିନେମା ପାଇଁ ପ୍ରାୟ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଅନ୍ୟପଟେ ସିଙ୍ଗଲ ସ୍କ୍ରିନ୍ ସିନେମା ହଲ୍ ସଂଖ୍ୟା କମ ଥିବାରୁ ଯେଉଁ କେତୋଟି ହାତଗଣତି ରହିଛି ସେଥିରେ ଅଧାରୁ ଅଧିକ ସିନେମା ହିନ୍ଦୀ, ତେଲୁଗୁ ଓ ହଲିଉଡ୍ର । ଏଭଳି ସ୍ଥିତି ଆଗକୁ ଜାରି ରହିଲେ ଓଡ଼ିଆ ସିନେମା ଆଗାମୀ ପିଢ଼ିଙ୍କ ପାଇଁ ଇତିହାସ ପାଲଟିଯିବ ବୋଲି ସିନେ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି। ତେବେ ୩୦ଟି ଜିଲ୍ଲାରେ ଅନ୍ତତଃ ୯୦୦ ସିନେମା ହଲର ଆବଶ୍ୟକତା ରହିଛି। ଏଥିପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ହଲ୍ ନିର୍ମାଣ ପାଇଁ ଜାଗା ଯୋଗାଇ ଦେଲେ କଳାକାରଙ୍କ ସମେତ ପ୍ରଯୋଜକମାନେ ବ୍ୟବସାୟିକ ଦୃଷ୍ଟିରୁ ନିଜର ସ୍ଥିତି ରକ୍ଷା କରିପାରିବେ ।
ALSO READ https://purvapaksa.com/cuttack-barabati-stadium-gears-up-for-odisha-premier-league/
