Empuraan: ଅଭିନେତା ମୋହନଲାଲ ଏବଂ ନିର୍ଦ୍ଦେଶକ ପୃଥ୍ୱୀରାଜ ସୁକୁମାରନଙ୍କ ‘ଏଲ୍ ୨: ଏମ୍ପୁରାନ୍’ର ପୁନଃ ସମ୍ପାଦିତ ସଂସ୍କରଣ ମଙ୍ଗଳବାର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଛି। ନିର୍ମାତା ମାନେ ସ୍ୱେଚ୍ଛାକୃତ ଭାବେ ପୁନଃ ସେନ୍ସର କରିବାକୁ ଯାଇଥିଲେ ଏବଂ ସେନ୍ସର ବୋର୍ଡ ୨ ମିନିଟ୍ ର ଫୁଟେଜ୍ ହଟାଇବା ସମେତ ୨୪ଟି କାଟ କରିବାକୁ ପରାମର୍ଶ ଦେଇଥିଲେ।
ମୋହନଲାଲଙ୍କ ‘ଏଲ୍-୨: ଏମ୍ପୁରାନ୍’ର ପୁନଃ ସମ୍ପାଦିତ ସଂସ୍କରଣ ମଙ୍ଗଳବାର ରାତି ୧୧ଟା ୨୫ମିନିଟ୍ ରେ ତିରୁବନନ୍ତପୁରମର ଆର୍ଟେକ୍ ସିନେମାରେ ପ୍ରଦର୍ଶିତ ହୋଇଥିଲା। ପ୍ରଯୋଜକ ମଙ୍ଗଳବାର ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି ଯେ ସେମାନେ କୌଣସି ବାହ୍ୟ ଚାପ ବିନା ଚଳଚ୍ଚିତ୍ରର ସମ୍ପାଦନା କରିଥିଲେ। ପୁନଃ ସେନ୍ସର କରିବା ପରେ ୨ ମିନିଟ୍ ୮ ସେକେଣ୍ଡର ଫୁଟେଜ୍ ଡିଲିଟ୍ କରାଯାଇଛି।
ଏଲ୍ ୨: ୨୦୦୨ ଗୁଜରାଟ ଦଙ୍ଗାକୁ ଦର୍ଶାଉଥିବା ଅନେକ ଦୃଶ୍ୟକୁ ନେଇ ବିବାଦଘେରକୁ ଆସିଥିଲେ ଇମ୍ରାନ୍ । ଜନସାଧାରଣ ଓ ଦକ୍ଷିଣପନ୍ଥୀ ସମର୍ଥକଙ୍କ ତୀବ୍ର ପ୍ରତିକ୍ରିୟା ପରେ ନିର୍ମାତା ପୁନଃ ସେନ୍ସର କରିବାକୁ ନିଷ୍ପତ୍ତି ନେଇଥିଲେ।
ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଏହି ଫିଲ୍ମକୁ ପୁନଃ ସେନ୍ସର କରିଥିଲା, ଯେଉଁଥିରେ ଖଳନାୟକଙ୍କ ନାମ ବାବା ବଜରଙ୍ଗୀଙ୍କ ଠାରୁ ବଳଦେବକୁ ପରିବର୍ତ୍ତନ କରିବା ସମେତ ୨୪ଟି କଟ୍ ପ୍ରସ୍ତାବ ଦିଆଯାଇଥିଲା। ମନ୍ତ୍ରୀ ତଥା ଅଭିନେତା ସୁରେଶ ଗୋପୀଙ୍କ ନାମ ଧନ୍ୟବାଦ କାର୍ଡରୁ ହଟାଇବା ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଉଲ୍ଲେଖକୁ ହଟାଇବା ମଧ୍ୟ ଏହି କାଟ୍ ରେ ଅନ୍ତର୍ଭୁକ୍ତ ଥିଲା।
ପ୍ରଯୋଜକ ଆଣ୍ଟୋନି ପେରୁମ୍ବାଭୁର ଗଣମାଧ୍ୟମକୁ କହିଛନ୍ତି, ଚାପରେ ଆମେ ଏପରି କରିନାହୁଁ। ଆମେ ଏମିତି ଲୋକ ଯେଉଁମାନେ ଯଦି ଆମ ସିନେମା କୌଣସି ଜଣେ ସାଧାରଣ ଲୋକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ତେବେ ଆମେ ସଂଶୋଧନ କରିବାକୁ ଚାହୁଁଛୁ। ସେ ନିର୍ଦ୍ଦେଶକ ପୃଥ୍ୱୀରାଜ ସୁକୁମାରନଙ୍କୁ ଦଳ ଅଲଗା କରିବା ନେଇ ହେଉଥିବା ଗୁଜବକୁ ମଧ୍ୟ ବନ୍ଦ କରିଦେଇଥିଲେ। କିଛି ଦିନ ତଳେ ନିର୍ଦ୍ଦେଶକ ମେଜର ରବି ମୋହନଲାଲଙ୍କ ସପକ୍ଷରେ କହିଥିଲେ ଯେ ସୁପରଷ୍ଟାର ପୂରା ସ୍କ୍ରିପ୍ଟ ବିଷୟରେ ଜାଣି ନଥିଲେ।
ରବିଙ୍କ ଦାବିଉପରେ ପ୍ରତିକ୍ରିୟା ରଖି ପେରୁମ୍ବାଭୁର କହିଛନ୍ତି, ମୋହନଲାଲ ଫିଲ୍ମ ବିଷୟରେ ଜାଣିନଥିଲେ ବୋଲି କହିବା ଠିକ୍ ନୁହେଁ। ଆମେ ସମସ୍ତେ ଫିଲ୍ମ ବିଷୟରେ ଜାଣିଥିଲୁ । ଆମେ ପୃଥ୍ଵୀରାଜଙ୍କୁ ଅଲଗା କରୁଛୁ ବୋଲି କିଛି ନାହିଁ। ଏହି ସିନେମାରେ ଆମେ ସମସ୍ତେ ଏକାଠି ଅଛୁ । ଆମେ କୌଣସି ଚାପରେ ସମ୍ପାଦନା କରିନଥିଲୁ।
ଏଲ୍ ୨: ଇମ୍ପୁରାନ୍ ମାର୍ଚ୍ଚ ୨୭ରେ ଏକାଧିକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ମୋହନଲାଲ, ପୃଥ୍ୱୀରାଜ ସୁକୁମାରନ, ମଞ୍ଜୁ ୱାରିୟର, ଟୋଭିନୋ ଥୋମାସ, ଅଭିମନ୍ୟୁ ସିଂ, ସୁରଜ ଭେଞ୍ଜରାମୁଡୁ ଏବଂ ଅନ୍ୟ ମାନେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ପ୍ରଯୋଜକ ଆଣ୍ଟୋନି ପେରୁମ୍ବାଭୁର ନିଶ୍ଚିତ କରିଛନ୍ତି ଯେ ଲୁସିଫର ସିରିଜର ତୃତୀୟ ଭାଗ ନିଶ୍ଚିତ ଭାବରେ ନିର୍ମାଣ ହେବ ।
Previous article:https://purvapaksa.com/dirty-15-list-which-countries-will-suffer-most-from-trumps-tariffs/
ଟ୍ରମ୍ପଙ୍କ ‘ଡାର୍ଟି ୧୫’ରେ ଭାରତ: ଟ୍ରମ୍ପଙ୍କ ଶୁଳ୍କରେ କେଉଁ ଦେଶ ଅଧିକ କ୍ଷତିଗ୍ରସ୍ତ ହେବେ?