ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସରେ ସବୁଠୁ ଦୀର୍ଘ ସମୟ ଅଭିଭାଷଣ ଦେଇ ନୂଆ ରେକର୍ଡ କରିଛନ୍ତି । ମୋଦୀଙ୍କ ଏଥର ଅଭିଭାଷଣରେ ସଂଘକୁ ଭୁରିଭୁରି ପ୍ରଶଂସା ଲୋକଙ୍କୁ ଚକିତ କରିଛି । ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଶଂସା କରିଛନ୍ତି ମୋଦୀ। ଏହା ୧୨ ବର୍ଷ ଭିତରେ ପ୍ରଥମ ଥର ଘଟିଛି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆନୁଷ୍ଠାନିକ ଭାବରେ ସଂଘର ଉଲ୍ଲେଖ କରିଛନ୍ତି ଆଉ ପ୍ରଶଂସା ମଧ୍ୟ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସେ କହିଛନ୍ତି ଯେ ଆରଏସଏସ ୧୦୦ ବର୍ଷ ଧରି ଅତ୍ୟନ୍ତ ଗର୍ବର ସହିତ ଦେଶ ସେବା କରିଛି। ଆରଏସଏସ ର ଦେଶ ପାଇଁ ସମର୍ପଣ ଭାବର ଲମ୍ବା ସ୍ବର୍ଣ୍ଣିମ ଇତିହାସ ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆଜି ମୁଁ ଗର୍ବର ସହିତ ଉଲ୍ଲେଖ କରିବାକୁ ଚାହୁଁଛି ଯେ ୧୦୦ ବର୍ଷ ପୂର୍ବେ ଏକ ସଂଗଠନ ଜନ୍ମ ହୋଇଥିଲା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ରାଷ୍ଟ୍ର ପାଇଁ ୧୦୦ ବର୍ଷର ସେବା ବହୁତ ଗର୍ବର କଥା। ବ୍ୟକ୍ତିଗତ ବିକାଶ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ସଂକଳ୍ପ ସହିତ, ସେ ଭାରତ ମାତାର କଲ୍ୟାଣ ଲକ୍ଷ୍ୟରେ ୧୦୦ ବର୍ଷ ଧରି ମାତୃଭୂମି ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ, ଯାହାର ପରିଚୟ ସେବା, ସମର୍ପଣ, ସଂଗଠନ ଏବଂ ଅତୁଳନୀୟ ଶୃଙ୍ଖଳା। ଏପରି ଆରଏସଏସ ବିଶ୍ୱର ସବୁଠାରୁ ବଡ଼ ଏନଜିଓ।’ ଲାଲକିଲ୍ଲାରୁ, ମୁଁ ଏହି ୧୦୦ ବର୍ଷର ଜାତୀୟ ସେବାରେ ଯୋଗଦାନ ଦେଇଥିବା ସମସ୍ତ ସ୍ୱେଚ୍ଛାସେବକଙ୍କୁ ସମ୍ମାନର ସହିତ ସ୍ମରଣ କରୁଛି, ଏବଂ ରାଷ୍ଟ୍ର ଗର୍ବିତ ଅନୁଭବ କରୁଛି ଯେ ଆରଏସଏସର ୧୦୦ ବର୍ଷର ମହାନ ଉତ୍ସର୍ଗୀକୃତ ଯାତ୍ରା ଆମକୁ ପ୍ରେରଣା ଦେଇ ଚାଲିବ। ତେବେ ଏହାକୁ ନେଇ ଏବେ ସାରା ଦେଶରେ ଭିନ୍ନ ଚର୍ଚ୍ଚା ହେଉଛି, ମୋଦୀ ଆରଏସଏସ ମୁଖ୍ୟଙ୍କ ୭୫ ବର୍ଷ ଅବସର ଚେତାବନୀର ପ୍ରଭାବ ବୋଲି କୁହାଯାଉଛି । ମୋଦୀ ଆରଏସଏସ ଓ ସଙ୍ଘ ମୁଖ୍ୟଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛୁ।
Also Readhttps://purvapaksa.com/pm-modi-announces-gst-reforms-in-diwali/
