ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ୩୬ ଘଣ୍ଟା ଭିତରେ ଅବପାତରେ ହେବ ପରିଣତ । ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସମୁଦ୍ର ଭିତରେ ଅଧିକରୁ ଅଧିକ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ିଆସୁଛି । ଏହାର ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ରାଜ୍ୟରେ ଆଜିଠୁ ବର୍ଷା ଆରମ୍ଭ ହୋଇପାରେ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପରିମାଣରେ ପଡ଼ିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆଉ ସପ୍ତାହେ ପରେ ଓଡ଼ିଶା ଉପକୂଳକୁ ଛାରଖାର କରିଥିବା ମହାବାତ୍ୟାକୁ ପୁରିବ ୨୬ ବର୍ଷ।

ଅପରପକ୍ଷେ ଦେଖିବାକୁ ଗଲେ ଏହା ପୂର୍ବରୁ ଆମେରିକାନ ମଡେଲ୍ ‘ଗ୍ଲୋବାଲ୍ ଫୋରକାଷ୍ଟ ସିଷ୍ଟମ୍- ଜିଏଫଏସ୍ ଏବଂ ୟୁରୋପିଆନ୍ ମଡେଲ୍ ECMWF ମଧ୍ୟ ଅକ୍ଟୋବର ଶେଷ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ଅନୁମାନ କରିଥିଲା । କିନ୍ତୁ ଗତିବିଧି ବିଷୟରେ ଜଣାପଡ଼ିନି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମୌସୁମୀ ଫେରିଯିବା ପରେ ପାଗ ଅନୁକୂଳ ଥିବାରୁ ବାତ୍ୟାକୁ ଏଡ଼ାଇ ଦିଆଯାଇନପାରେ।ପାଣିପାଗର ଗତିବିଧି ସଂପର୍କରେ ସବୁବେଳେ ସଠିକ୍ ଓ ନିର୍ଭୁଲ୍ ଆକଳନ କରୁଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର, ବାତ୍ୟା ନେଇ ଏଯାଏଁ କୌଣସି ଆକଳନ କରିନଥିବା ସ୍ପଷ୍ଟ କରିସାରିଛନ୍ତି IMD DG ମୃତ୍ୟୁଞ୍ଜୟ ମହାପାତ୍ର।
also read https://purvapaksa.com/the-arabian-sea-will-become-the-graveyard-of-the-pakistani-navy/


