Break up signs: ପ୍ରେମ ସମ୍ପର୍କ ଅନ୍ୟସବୁ ସମ୍ପର୍କଠାରୁ ନିଆରା ହୋଇଥାଏ । ସେହି ସମ୍ପର୍କରେ ଭରି ରହିଥାଏ ଅସୀମ ଭଲପାଇବା।
ଆଉ ବେଳେବେଳେ ହେଉଥିବା ରାଗରୁଷା ଓ ଅଭିମାନ ସେହି ସମ୍ପର୍କକୁ ଆହୁରି ମଜବୁତ କରିଥାଏ । ଜନ୍ମଜନ୍ମାନ୍ତର ପାଇଁ ସଙ୍ଗୀ ହେବାର ଆଶା ନେଇ, ସବୁ ସୁଖଦୁଃଖର ସାଥି ହେବାର ବଚନ ଦେଇଥାନ୍ତି । ହେଲେ ବେଳେବେଳେ ଖରାପ ସମୟ ପାଇଁ ହେଉ କି ଖରାପ ଭାଗ୍ୟ ପାଇଁ ସେହି ସମ୍ପର୍କଟି ବଞ୍ଚି ରହିପାରେ ନା । ଶେଷରେ ସେ ବି ଝଡ଼ି ଯାଏ ଗଛର ଶୁଖିଲା ପତ୍ର ପରି ।
ମନ ଭାଙ୍ଗିବା ପ୍ରେମୀ ବା ପ୍ରେମିକାକୁ ଗଭୀର ଏବଂ ବ୍ୟକ୍ତିଗତ ଯନ୍ତ୍ରଣା ଦେଇଥାଏ । ଏହା ଏକ ଅନୁଭୂତି ଯାହା ସମସ୍ତେ ନିଜ ଜୀବନର କିଛି ସମୟରେ ଅନୁଭବ କରନ୍ତି । ସମ୍ପର୍କରେ ଛୋଟ ରୁ ଛୋଟ ପରିବର୍ତ୍ତନ ଆସିଲେ, ତାହା ସହଜରେ ବୁଝି ହୋଇଯାଏ । ବିଶେଷ କରି ସେତେବେଳେ, ଯେତେବେଳେ ଆପଣଙ୍କ ସାଥୀ ଆପଣଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥାନ୍ତି । ଏହାର ଅନେକ କାରଣ ହୋଇଥାଇ ପାରେ । ସେହି କାରଣକୁ ବୁଝିବା ତଥା କାରଣକୁ ବୁଝିବା ପରେ ସବୁ କିଛି କୁ ଠିକ କରିବା ଦ୍ୱାରା ସେହି ସମ୍ପର୍କ ଟି ପୁଣିଥରେ ଆଗ ପରି ସୁନ୍ଦର ଏବଂ ଭଲ ହେବାକୁ ଲାଗେ । ଏହି ସଙ୍କେତଗୁଡ଼ିକୁ ଚିହ୍ନିବା ଆପଣଙ୍କ ପାଇଁ ଜରୁରୀ ଅଟେ । ଯାହା ଦ୍ୱାରା ଆପଣ ସମ୍ପର୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ । ଯଦି ଆପଣ ମଧ୍ୟ ଏହି କାରଣଗୁଡ଼ିକୁ ଜାଣି ପାରୁନାହାନ୍ତି, ତେବେ ଆଜି ଆମେ ଆପଣଙ୍କୁ କହିବୁ ଆପଣଙ୍କ ସାଥୀଙ୍କ କେଉଁ ଅଭ୍ୟାସ ସୂଚିତ କରେ ଯେ ସେ ସମ୍ପର୍କକୁଭାଙ୍ଗିବାକୁ ଚାହୁଁଛନ୍ତି ।
- ଯଦି ଆପଣଙ୍କ ସାଥୀ ସମ୍ପର୍କକୁ ଭାଙ୍ଗିବାକୁ ଚିନ୍ତା କରୁଛନ୍ତି, ତା’ହେଲେ ତାଙ୍କର କିଛି ଅଭ୍ୟାସ ଏବଂ ଆଚରଣ ବଦଳିପାରେ । ଯଦି ଆପଣଙ୍କ ସାଥୀ ଆପଣଙ୍କ ସହ ପୂର୍ବପରି କଥାବାର୍ତ୍ତା କରିବାକୁ ଆଗ୍ରହ ଦେଖାଉ ନାହାଁନ୍ତି, ତେବେ ଏହା ଏକ ସଙ୍କେତ ହୋଇପାରେ । ଆପଣଙ୍କ ମେସେଜର ଉତ୍ତର ଦେବାରେ ବିଳମ୍ବ କରନ୍ତି କିମ୍ବା ବାର୍ତ୍ତାଳାପକୁ ଛୋଟ କରିବାକୁ ଚେଷ୍ଟା କରନ୍ତି ତେବେ ଏହା ଆପଣଙ୍କ ମନରେ ସନ୍ଦେହ ଆଣିପାରେ ।
- ପୂର୍ବରୁ ସେ ଆପଣଙ୍କ ପ୍ରତ୍ୟେକ ଭବିଷ୍ୟତ ଯୋଜନା ବିଷୟରେ ଶୁଣିବା ପରେ ଉତ୍ସାହିତ ହେଉଥିଲେ ଏବଂ ସେଥିରେ ଭାଗ ମଧ୍ୟ ନେଉଥିଲେ, କିନ୍ତୁ ବର୍ତ୍ତମାନ ସେ ଆପଣଙ୍କ ଯୋଜନା ପ୍ରତି ଆଗ୍ରହ ଦେଖାଉ ନାହାଁନ୍ତି, ବାରମ୍ବାର ବାହାନା କରୁଛନ୍ତି ଏବଂ ସାକ୍ଷାତରୁ ଦୂରେଇ ରହିଛନ୍ତି । ଆପଣଙ୍କ ସହ କୌଣସି ପ୍ଲାନ ବା ଯୋଜନା କରୁ ନାହାନ୍ତି ତେବେ ଏହା ଏକ କାରଣ ହୋଇପାରେ ।
- ସବୁ ସମ୍ପର୍କରେ ଝଗଡ଼ା ହେବା ସାଧାରଣ କଥା । ହେଲେ ଛୋଟ ଛୋଟ ଜିନିଷ ଉପରେ ଝଗଡ଼ା କରିବା କିମ୍ବା ପରସ୍ପର ଉପରେ କ୍ରୋଧ କରିବା ସୂଚାଇ ଦେଇପାରେ ଯେ ସେହି ବ୍ୟକ୍ତି ସଂପର୍କରେ ଅସନ୍ତୁଷ୍ଟ । ଏହା ଏକ ସଙ୍କେତ ହୋଇପାରେ ଯେ ସେ ଆପଣଙ୍କୁ ଦୂରେଇବାକୁ ଚେଷ୍ଟା କରୁଛନ୍ତି ।
- ଯଦି ସେ ଆପଣଙ୍କୁ ଭେଟିବା ପାଇଁ ଯୋଜନା ପ୍ରସ୍ତୁତ କରିବାଠାରୁ ଦୂରେଇ ରହୁଛନ୍ତି କିମ୍ବା ପ୍ରତ୍ୟେକ ଥର ବାହାନା କରି ଯୋଜନା ବାତିଲ କରନ୍ତି, ତେବେ ଏହା ଦର୍ଶାଏ ଯେ ସେ ଆପଣଙ୍କ ଠାରୁ ଦୁରେଇ ଯିବାକୁ ଚାହୁଁଛନ୍ତି ।
- ଯଦି ଆପଣଙ୍କ ସାଥୀ ଅନ୍ୟ ଲୋକଙ୍କ ସହିତ ଅଧିକ ସମୟ ବିତାଇବା ଆରମ୍ଭ କରିଛନ୍ତି କିମ୍ବା ସେମାନଙ୍କ ବାର୍ତ୍ତାଳାପରେ ଆଗ୍ରହ ଦେଖାଉଛନ୍ତି, ତେବେ ଏହା ସମ୍ପର୍କର ପରିବର୍ତ୍ତନର ସଙ୍କେତ ହୋଇପାରେ ।
- ଶାରୀରିକ ଏବଂ ଭାବପ୍ରବଣତା ଏକ ସମ୍ପର୍କରେ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ସେ ପୂର୍ବ ପରି ପ୍ରେମଭରା ମୁହୂର୍ତ୍ତରେ ସେତେଟା ଆଗ୍ରହ ଦେଖାଉ ନାହାଁନ୍ତି, ତେବେ ଏହା ଚିନ୍ତାର କାରଣ ହୋଇପାରେ ।
- ଆପଣଙ୍କ କଥା, ଭାବନା, ଏବଂ ସମସ୍ୟାଗୁଡ଼ିକ ତାଙ୍କ ପାଇଁ ଆଉ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି ସେ ବାରମ୍ବାର ତୁମର ଭାବନାକୁ ଅଣଦେଖା କରୁଛନ୍ତି, ତେବେ ଏହା ଏକ ବଡ଼ ସଙ୍କେତ ହୋଇପାରେ ।
ଯଦି ଆପଣ ବ୍ରେକଅପର ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଆପଣଙ୍କ ସାଥୀଙ୍କ ସହିତ ଖୋଲାଖୋଲି କଥା ହୁଅନ୍ତୁ । ତାଙ୍କର ଭାବନା ଏବଂ ଚିନ୍ତାଧାରାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏକ ସମ୍ପର୍କ ବଞ୍ଚାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ସଚ୍ଚୋଟତା ଏବଂ ଯୋଗାଯୋଗ । ଯଦି ସେ ବ୍ରେକଅପ ଚାହୁଁଛନ୍ତି, ତା’ହେଲେ ତାଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ ଏବଂ ଏହାକୁ ଭଦ୍ରତାର ସହିତ ଗ୍ରହଣ କରନ୍ତୁ ।
ALSO READ: https://purvapaksa.com/indians-who-want-to-travel-abroad-will-no-longer-need-a-visa/