ଏଇ ସଂକଳ୍ପ ନେଇ ୬୭ ତମ ବନ ମହୋତ୍ସବ ପାଳନ ଅବସରରେ କଲ୍ୟାଣ ଅଭିଯାନ ଟ୍ରଷ୍ଟ ପକ୍ଷରୁ ମଙ୍ଗବାର ବଡ଼ଗଡ଼ ବ୍ରିଟ୍ କଲୋନୀ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପରିବେଶବିତ୍ ପୂର୍ବତନ ବିଧାୟକ ଡ଼ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ଆମ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ସବୁଜ, ସୁନ୍ଦର ପ୍ରଦୂଷଣ ମୁକ୍ତ କରିବାକୁ ବ୍ୟାପକ ଚାରାରୋପଣ କରିବାକୁ ପରାମର୍ଶ ଦେଇଥିଲେ ।
ଏଥିସହ କଲ୍ୟାଣ ଅଭିଯାନ ଟ୍ରଷ୍ଟର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ ହେମ୍ବ୍ରମ କହିଥିଲେ, ଗଛଟିଏ ଥିଲେ ଜୀବନ ରହିବ । ଏହି ଟ୍ରଷ୍ଟ ବିଦ୍ୟାଳୟ ପରିବେଶକୁ ସୁନ୍ଦର ସବୁଜିମା କରିବାକୁ ଚେଷ୍ଟା କରିଥିବାରୁ ଧନ୍ୟବାଦ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ତଥା ଓଡ଼ିଶା ପତ୍ରିକାର ସମ୍ପାଦକ ଚିଦାନନ୍ଦ ଜେନା, ଯୁବ ସମାଜସେବୀ ବଦ୍ରିନାରାୟଣ ଜେନା ଓ ସୌମ୍ୟା ରଞ୍ଜନ ପ୍ରଧାନ, କଲ୍ୟାଣ ଅଭିଯାନ ଟ୍ରଷ୍ଟର ସଭାପତି ଲିପୁନ କୁମାର ପରିଡ଼ା, ଉପସଭାପତି ଶାଶ୍ଵତ ଅନୁରାଗ ସାହୁ ଓ ଟ୍ରଷ୍ଟର ସାଧାରଣ ସମ୍ପାଦକ ସତ୍ୟପ୍ରଜ୍ଞ ଗୌଡ଼ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଦସ୍ୟ ଅମିତ ପଲାଇ, ରବି ରଞ୍ଜନ,ରୋଜାଲିନ ସାହୁ, ଅଭିଷେକ ମହାପାତ୍ର, ବିଟୁ ତ୍ରିପାଠୀଙ୍କ ସମେତ ବିଦ୍ୟାଳୟ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଆଗାମୀ ୨ମାସ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଟ୍ରଷ୍ଟ ସଭାପତି ଲିପୁନ କୁମାର ପରିଡ଼ା ସୂଚନା ଦେଇଛନ୍ତି।
ALSO READ https://purvapaksa.com/odisha-crime-branch-detects-23-fake-hotel-booking-websites/
