ଦିନକୁ ଦିନ ହୃଦରୋଗ ବା ହୃଦଘାତ ସମସ୍ୟା ଯୁବପିଢୀଙ୍କ ମଧ୍ୟରେ ବଢିବାରେ ଲାଗିଛି। ବିଶେଷକରି, ଜିମ୍-ରେ ଯୁବ ସେଲିବ୍ରେଟିଙ୍କର ହୃଦଘାତରେ ଜୀବନ ଜିବାର ନଜର ଆସିଛି। ଏହି ରୋଗ ଏବେ ବୟସ୍କଙ୍କୁ ବି ଗ୍ରାସ କରୁଛି। ତେବେ,ଆସନ୍ତୁ ଜାଣିବା ହୃଦଘାତ ହେବା ପୂର୍ବରୁ ଶରୀରରେ କେଉଁସବୁ ଲକ୍ଷଣ ଦେଖାଦିଏ।
ଧମନୀ ଅବରୋଧ ପ୍ରାୟତଃ ହୃଦ ଅବରୋଧର ସବୁଠାରୁ ସାଧାରଣ କାରଣ ବୋଲି କୁହାଯାଇପାରିବ। ଯେଉଁଠାରେ ଚର୍ବି,କ୍ୟାଲସିୟମ୍ କିମ୍ବା କୋଲେଷ୍ଟ୍ରଲ୍ ଧମନୀରେ ଜମା ହୁଏ। ଯାହା ଫଳରେ ଧମନୀ ଗୁଡ଼ିକୁ ସଙ୍କୁଚିତ ହୋଇଥାଏ। ଯାହାଫଳରେ ପର୍ଯ୍ୟାପ୍ତ ରକ୍ତ ଏବଂ ଅମ୍ଳଜାନ ମାଂସପେଶୀ ପର୍ଯ୍ୟନ୍ତ ପହଞ୍ଚିବାକୁ ବାଧା ଦିଏ। ଏହାକୁ କରୋନାରୀ ଧମନୀ ରୋଗ କୁହାଯାଏ। ଏଠାରେ,ହୃଦୟ ଅବରୋଧର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ବିଷୟରେ ଜାଣନ୍ତୁ ଏବଂ କେଉଁ ଖାଦ୍ୟ ଧମନୀ ଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିପାରିବ।
ହୃଦୟ ଅବରୋଧର ଲକ୍ଷଣ କ’ଣ?
୧-ଛାତିରେ ଭାରୀପଣ: ଛାତିରେ ଭାରୀପଣର ଅନୁଭବ କରିବା। ଯେପରି ଛାତି ଉପରେ ଏକ ଭାରୀ ଓଜନ ରଖାଯାଇଛି। ଛାତିରେ ଚାପ ଅନୁଭବ କରିବା ଏବଂ ବିଶ୍ରାମ ନେବା ପରେ ଏହି ଭାରିପଣ କମିଯାଏ।

୨-ବାମ ହାତ,ଏବଂ ପିଠିରେ ଯନ୍ତ୍ରଣା ଅନୁଭୂତ ହୁଏ। ହୃଦୟ ଅବରୋଧ ଯନ୍ତ୍ରଣା କେବଳ ଛାତିରେ ସୀମିତ ନୁହେଁ ବରଂ ଶରୀରର ଅନ୍ୟ ଅଂଶକୁ ବ୍ୟାପିପାରେ।
୩-ଯେତେବେଳେ ହୃଦୟ ଯଥେଷ୍ଟ ପରିମାଣରେ ରକ୍ତ ଗ୍ରହଣ କରେ ନାହିଁ। ଏହା ପ୍ରାୟତଃ ଅଧିକ ପ୍ରୟାସ ବିନା ନିଶ୍ୱାସ ନେବାର କାରଣ ହୁଏ। ଏହା ଚାଲିବାକୁ ଅଧିକ କ୍ଳାନ୍ତ କରିଥାଏ।
୪- ବିନା କାରଣରେ ଗରମ ଅନୁଭବ ହେବା ବା ଝାଳ ବୋହିବା । ଏହାକୁ ଥଣ୍ଡା ଝାଳ ମଧ୍ୟ କୁହାଯାଏ। ଥଣ୍ଡା ଝାଳ ଏକ ଗମ୍ଭୀର ସମସ୍ୟା। ଯଦି ଏହି ଲକ୍ଷଣ ଆପଣଙ୍କ ଠାରେ ଦେଖାଯାଉଛି। ତେବେ, ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

୫-ବାନ୍ତି ହୋଇପାରେ ଏବଂ ଗ୍ୟାସ୍ କିମ୍ବା ବଦହଜମୀ ହୋଇପାରେ। ଏହା ସହିତ,ମୁଣ୍ଡ ବୁଲାଇବା କିମ୍ବା ହୃଦସ୍ପନ୍ଦନରେ ହଠାତ୍ ବୃଦ୍ଧି ହୋଇପାରେ।
୬-ମହିଳାମାନେ ଛାତି ଯନ୍ତ୍ରଣା ମାଧ୍ୟମରେ ସିଧାସଳଖ ଅବରୋଧିତ ଧମନୀ କିମ୍ବା ହୃଦସ୍ପନ୍ଦନ ଲକ୍ଷ୍ୟ କରିପାରନ୍ତି ନାହିଁ। ବରଂ, ଅତ୍ୟଧିକ ଥକ୍କାପଣ, ଅନିଦ୍ରା, ଅସ୍ଥିରତା,କିମ୍ବା ଯନ୍ତ୍ରଣା ଅବରୋଧର ଲକ୍ଷଣ ହୋଇପାରେ।

ଧମନୀ ସଫା କରିବା ପାଇଁ କ’ଣ ଖାଇବେ?
ହୋଲିଷ୍ଟିକ୍ ନ୍ୟୁଟ୍ରିସନିଷ୍ଟ କରଣ କକ୍କର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ବ୍ୟାଖ୍ୟା କରିଛନ୍ତି ଯେ, କେଉଁ ଖାଦ୍ୟ ଅବରୋଧିତ ଧମନୀ ସଫା କରିବାରେ ସାହାଯ୍ୟ କରିପାରିବ:
ସଜନା ଶାଗ -ସଜନା ସାଗରେ ଭରପୁର ପରିମାଣର ଆଣ୍ଟିଇଫ୍ଲାମେଟାରୀ ଭରପୁର ପରିମାଣରେ ରହିଛି।

ବାଇଗଣୀ ବନ୍ଧାକୋବି – ବାଇଗଣୀ ରଙ୍ଗର ବନ୍ଧାକୋବିରେ ପଲିଫେନୋଲରେ ଭରପୁର ପରିମାଣରେ ରହିଛି। ଯାହା ଧମନୀକୁ ସଫା ରଖିବାର ସାହାର୍ଯ୍ୟ କରେ।

ହଳଦୀ -ହଳଦୀରେ ଆଣ୍ଟିଇଫ୍ଲାମେଟାରୀ ଭରପୁର ପରିମାଣରେ ରହିଛି। ଯାହା ଧମନୀକୁ ସଫା ରଖିବାରେ ସାହାର୍ଯ୍ୟ କରେ।
ଅଦା- ଏହା ରକ୍ତ ସଞ୍ଚାଳନକୁ ଉନ୍ନତ କରେ ଏବଂ ଧମନୀକୁ ସଫା କରେ।

AlsoRead; https://purvapaksa.com/congress-shame-scandal/
https://purvapaksa.com/congress-shame-scandal/

