ଆଜିକାଲି ଆଖି ସମସ୍ୟା କେବଳ ଚକ୍ଷୁ ଦୂର୍ବଳତା କିମ୍ବା ଡିଜିଟାଲ୍ ସ୍କ୍ରିନ୍ ବ୍ୟବହାରରେ ସୀମିତ ରହିନାହିଁ। ବିଶେଷଜ୍ଞମାନଙ୍କ ମତାନୁସାରେ, ଆଖି ଶରୀରର ସମଗ୍ର ସ୍ୱାସ୍ଥ୍ୟର ପ୍ରତିବିମ୍ବ। ବିଶେଷକରି କିଡନୀ ସମସ୍ୟା ଥିଲେ ତାହାର ପ୍ରଭାବ ଆଖିରେ ସ୍ପଷ୍ଟ ଭାବରେ ଦେଖାଯାଇପାରେ।

କିଡନୀ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତକୁ ଫିଲ୍ଟର କରି ବିଷାକ୍ତ ପଦାର୍ଥ, ଅତିରିକ୍ତ ପାଣି ଓ ଅଳିଆକୁ ପରିସ୍ରା ମାଧ୍ୟମରେ ବାହାର କରେ। ଯେତେବେଳେ କିଡନୀ ଠିକ୍ ଭାବରେ କାମ କରେନାହିଁ, ସେତେବେଳେ ଏହାକୁ କିଡନୀ ଫେଲ୍ୟୁୟର କୁହାଯାଏ। ଏହି ସ୍ଥିତିରେ ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇ ନାନା ପ୍ରକାର ସମସ୍ୟା ସୃଷ୍ଟି କରେ, ଯାହାର ପ୍ରଭାବ ଆଖିରେ ମଧ୍ୟ ପଡ଼ିଥାଏ।
କିଡନୀ ସମସ୍ୟାରେ ଆଖିରେ କେଉଁ ଲକ୍ଷଣ ଦେଖାଯାଏ?
କିଡନୀ କ୍ଷତି ହେଲେ ଆଖି ଲାଲ, ଶୁଷ୍କ ଓ ଫୁଲିଯାଇପାରେ। ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ସନ୍ତୁଳନ ବିଘ୍ନିତ ହେବାରୁ ଏହି ଉପାଦାନ ଆଖିରେ ଜମା ହୁଏ। ଫଳରେ ଆଖିରେ ଜଳାପୋଡ଼ା, ଲାଲପଣ ଓ କୁଣ୍ଡାଇ ହେବାର ଅନୁଭବ ହୋଇପାରେ। କେବେ କେବେ ଆଖିରେ କିଛି କାମୁଡ଼ୁଥିବା ପରି ମଧ୍ୟ ଲାଗେ।

ଯଦି କିଡନୀ ପ୍ରୋଟିନ୍କୁ ଠିକ୍ ଭାବରେ ଫିଲ୍ଟର କରିପାରୁନାହିଁ, ତେବେ ପରିସ୍ରାରେ ପ୍ରୋଟିନ୍ ଲିକେଜ୍ ହୁଏ। ଏହି ପ୍ରୋଟିନ୍ ଯୁକ୍ତ ତରଳ ଶରୀରର ଅନ୍ୟାନ୍ୟ ଅଂଶ ସହ ଆଖିପତ୍ର ତଳେ ଜମା ହୋଇ ଆଖିକୁ ଫୁଲାଇଦିଏ।
ଦୃଷ୍ଟି ଝାପ୍ସା ହେବା ମଧ୍ୟ ସଙ୍କେତ
ହଠାତ୍ ଦୃଷ୍ଟି ଝାପ୍ସା ହେବା, ଦେଖିବାରେ ଦୁର୍ବଳତା ଅନୁଭବ କରିବା କିଡନୀ ସମସ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ହୋଇପାରେ। ବୃକକ୍ କ୍ଷତି, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏକାଠି ହେଲେ ରେଟିନାକୁ କ୍ଷତି ପହଞ୍ଚି ଦୃଷ୍ଟିକୁ ପ୍ରଭାବିତ କରେ।

କିଡନୀ ସମସ୍ୟାରେ ତରଳ ଅସନ୍ତୁଳନ ହେବାରୁ ଆଖିରେ ଚାପ ବଢ଼ି ଗ୍ଲୁକୋମା ସମସ୍ୟା ହୋଇପାରେ। ମୋତିଆବିନ୍ଦୁ ଏବଂ ରେଟିନା ଅସ୍ୱାଭାବିକତା ଯୋଗୁଁ ଚମକ, କଳା ଦାଗ ଦେଖାଯିବା କିମ୍ବା ମୁଣ୍ଡ ଘୂରାଣି ହୋଇପାରେ।
କିଡନୀ ରୋଗର ଅନ୍ୟ ଲକ୍ଷଣ
କିଡନୀ ରୋଗ ହେଲେ ନିରନ୍ତର କ୍ଲାନ୍ତି, ଶକ୍ତିର ଅଭାବ, ଘୁମ ନ ଆସିବା, ଚର୍ମ ଶୁଷ୍କ ଓ କୁଣ୍ଡାଇ ହେବା ଦେଖାଯାଏ। ବାରମ୍ବାର ପରିସ୍ରା, ବିଶେଷକରି ରାତିରେ ପରିସ୍ରା ଲାଗିବା, ପରିସ୍ରାରେ ଫେଣ କିମ୍ବା ରକ୍ତ ଦେଖାଯିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସଙ୍କେତ। ସୋଡିୟମ୍ ଜମା ହେବାରୁ ଗୋଡ଼ ଫୁଲିଯାଏ ଏବଂ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ମାଂସପେଶୀରେ ଯନ୍ତ୍ରଣା ସୃଷ୍ଟି କରେ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, ଏପରି ଲକ୍ଷଣ ଦେଖାଦେଲେ ଅବହେଳା ନକରି ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ। ସମୟରେ ଚିହ୍ନଟ ହେଲେ କିଡନୀ କ୍ଷତିକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରାଯାଇପାରେ।
(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
also read https://purvapaksa.com/rain-in-odisha-2/
Rain in odisha ।। ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଏହି ସବୁ ସ୍ଥାନ ପାଇଁ ଆଲର୍ଟ ଜାରି…


